Take a fresh look at your lifestyle.

କାହା ସ୍ୱାର୍ଥ ରେ ଇକୋ ରିଟ୍ରୀଟ ଓଡିଶା

କେବଳ କୋଣାର୍କ ରେ 5 ବର୍ଷରେ ମୋଟ 15 ମାସର ଟେଣ୍ଟ ଲଗାଇବା ପାଇଁ ସରକାର ଦେବେ 103 କୋଟି ଟଙ୍କା ଇକୋ ରିଟ୍ରିଟ ଓଡିଶା ର ଟେଣ୍ଡରରେ ଅନିୟମିତତା ତଥା ଦୁର୍ନୀତି ଅଭିଯୋଗ, ଏବେ ବି ମାମଲା କୋର୍ଟରେ

0 35

Get real time updates directly on you device, subscribe now.

କୋଣାର୍କ : ଗତବର୍ଷ କୋଣାର୍କ ରେ ଇକୋ ରିଟ୍ରିଟ ଆୟୋଜନ ପାଇଁ ରାଜ୍ୟ ସରକାର ମାତ୍ର 13 କୋଟି ଟଙ୍କା ବ୍ୟୟ କରିଥିଲେ। ତେବେ ପର୍ଯ୍ୟଟନ ବିଭାଗ ଚଳିତ ବର୍ଷ କୋଣାର୍କ ରେ ସେହି ଟେଣ୍ଟ ଲଗାଇବା ପାଇଁ ଏକ ଦିଲ୍ଲୀ ସ୍ଥିତ ସଂସ୍ଥାକୁ 5 ବର୍ଷ ପାଇଁ 100 କୋଟି ରୁ ଅଧିକ ଟଙ୍କା ପ୍ରଦାନ କରିବାକୁ ଚୁକ୍ତିବଦ୍ଧ ହୋଇଛନ୍ତି। ସୂଚନା ଯୋଗ୍ୟ ଏହି 5 ବର୍ଷରେ ସଂମ୍ପୃକ୍ତ ସଂସ୍ଥା କେବଳ ବର୍ଷକୁ 3 ମାସ ହିସାବରେ 15 ମାସ ଧରି ଟେଣ୍ଟ ଲଗାଇବ। ତେବେ ଯଦି ଏହି ଅବଧି ରୁ ଅଧିକ ସମୟ ଯାଏ ଟେଣ୍ଟ ଲଗାଯାଏ ତେବେ ସରକାର ଧାର୍ଯ୍ୟ ମୂଲ୍ୟ ର 40 ପ୍ରତିଶତ ସମ୍ପୃକ୍ତ ସଂସ୍ଥା କୁ ପ୍ରଦାନ କରିବେ । କେବଳ କୋଣାର୍କ ଲାଗି ଦିଆଯାଉଥିବା ଅର୍ଥରାଶି ରେ ଦୁଇଟା 5-ଷ୍ଟାର ହୋଟେଲ ମାତ୍ର 15 ମାସ ପାଇଁ ନୁହେଁ ବରଂ 15-30 ବର୍ଷ ପାଇଁ ତିଆରି କରାଯାଇପାରିବ |

ଗତବର୍ଷ 5ଟି ପର୍ଯ୍ୟଟନ ସ୍ଥଳୀ ରେ କ୍ୟାମ୍ପ ପାଇଁ 22 ରୁ 23 କୋଟି ଟଙ୍କା ବ୍ୟୟ କରାଯାଇଥିଲା। ତେବେ 5 ବର୍ଷ ଲାଗି ମୋଟ 120 ରୁ 130 କୋଟି ଟଙ୍କା ଟେଣ୍ଡର ରେ ଆସିବା ଆଶା କରାଯାଉଥିବା ବେଳେ ଚଳିତ ବର୍ଷ ଉପରୋକ୍ତ 5ଟି ପ୍ରକଳ୍ପ ପାଇଁ ଟେଣ୍ଡର ପ୍ରକ୍ରିୟା ରେ ନିର୍ଧାରିତ ଅର୍ଥରାଶି 200 କୋଟି ରୁ ଅଧିକ ଆସିଥିବା ଜଣାପଡିଛି। ବିଭାଗ ତରଫରୁ ତରବରିଆ ଭାବରେ ଉପରୋକ୍ତ ପ୍ରକଳ୍ପ ପାଇଁ କାର୍ଯ୍ୟାଦେଶ ଜାରି ମଧ୍ୟ କରାଯାଇସାରିଛି । ରାଜସ୍ଥାନ ସରକାରଙ୍କ ଦ୍ୱାରା ଆର୍ଥିକ ଅନିୟମିତତା ମାମଲାରେ ଦଣ୍ଡିତ ସଂସ୍ଥା ଇ-ଫାକ୍ଟର ଏହି 5ଟିରୁ କୋଣାର୍କ ଏବଂ ଭିତରକନିକା ରେ କାର୍ଯ୍ୟ ପାଇଥିବା ବେଳେ ଅନ୍ୟ ଏକ ସଂସ୍ଥା ଆଗମନ ଯାହା କୁମ୍ଭ ମେଳାରେ ତାଙ୍କର ଖରାପ କାମ ଲାଗି ଜଣାଶୁଣା ଏବଂ ଆର୍ଥିକ ଅନିୟମିତତା ରେ ଜଡିତ ଥିଲେ ତାହା ଦାରିଂବାଡି, ସାତକୋଶିଆ ଏବଂ ହୀରାକୁଦ ପରି 3ଟି ପାଇଛି। ଗତ ବର୍ଷ କୋଣାର୍କ ଇକୋ ରିଟ୍ରେଟ ପାଇଁ 13 କୋଟି ଟଙ୍କାରେ ଟେଣ୍ଡର ଫାଇନାଲ ହୋଇଥିବା ବେଳେ ଚଳିତ ବର୍ଷ ତାହା ହାରାହାରି ବାର୍ଷିକ 20-21 କୋଟି ରେ ଇ-ଫାକ୍ଟର କୁ 5 ବର୍ଷ ପାଇଁ ମିଳିଛି ଯାହା ବିଭାଗ ର ଟେଣ୍ଡର ପ୍ରକ୍ରିୟାରେ ପକ୍ଷପାତିତା ନେଇ ସନ୍ଦେହ ସୃଷ୍ଟି କରିଛି |

ଭିତରକନିକା, ହୀରାକୁଦ, ସାତକୋଶିଆ ଏବଂ ଦାରିଂବାଦୀ ରେ ଯେଉଁ କାମ ମାତ୍ର 6ମାସ ତଳେ ବାର୍ଷିକ ଅଢେଇ କୋଟି ରେ କରାଯାଇଥିଲା ଏବେ ତାହା 5-6 କୋଟି ଟଙ୍କାରେ ଅନ୍ୟ ସଂସ୍ଥା କୁ ମିଳିଛି । ମୋଟ ଉପରେ ଉପରୋକ୍ତ 5 ଟି ଇକୋ ରିଟ୍ରିଟ ପାଇଁ ଗତ ବର୍ଷ ତୁଳନାରେ ବାର୍ଷିକ 20 କୋଟି ଏବଂ 5 ବର୍ଷରେ 100 କୋଟି ରୁ ଅଧିକ ଦବା ପାଇଁ ପର୍ଯ୍ୟଟନ ବିଭାଗ ରାଜି ହୋଇଥିବା ବେଳେ ବିଭାଗର କାର୍ଯ୍ୟ ସନ୍ଦେହ ଘେରରେ।

ରାଜ୍ୟରେ ପର୍ଯ୍ୟଟନ ର ବିକାଶ ହେତୁ 2019 ମସିହାରେ ରାଜ୍ୟ ପର୍ଯ୍ୟଟନ ବିଭାଗ ତରଫରୁ ଇକୋ ରିଟ୍ରିଟ ଓଡିଶା ନାମରେ ଗ୍ଲାମ୍ପିଙ୍ଗ ମହୋତ୍ସବ ଆରମ୍ଭ କରାଯାଇଥିଲା । ପ୍ରଥମ ବର୍ଷ କେବଳ କୋଣାର୍କ ସ୍ଥିତ ରାମଚଣ୍ଡୀ ବେଳାଭୂମିରେ ଏହାର ଆୟୋଜନ କରାଯାଇଥିବା ବେଳେ କରୋନା ପରବର୍ତ୍ତୀ ସମୟରେ କୋଣାର୍କ ସହ ଦାରିଙ୍ଗବାଡି, ହୀରାକୁଦ, ସାତକୋଶିଆ ଏବଂ ଭିତରକନିକା ସମୁଦାୟ 5ଟି ଗୁରୁତ୍ତ୍ୱପୂର୍ଣ୍ଣ ପର୍ଯ୍ୟଟନ ସ୍ଥଳୀ ରେ ଏହାର ସଫଳ ଆୟୋଜନ କରାଯାଇଥିଲା । ତେବେ ଚଳିତବର୍ଷ କୋରାପୁଟ ଏବଂ ଗଂଜାମ ଜିଲ୍ଲା ର ପାତି ସୁନାପୁର ବେଳାଭୂମି କୁ ଯୋଡ଼ା ଯାଇ ମୋଟ 7ଟି ସ୍ଥାନରେ ଏହି ପ୍ରକଳ୍ପ ହେତୁ 5 ବର୍ଷୀୟା ଟେଣ୍ଡର ଆବେଦନ ରାଜ୍ୟ ପର୍ଯ୍ୟଟନ ବିଭାଗ ତରଫରୁ କରାଯାଇଥିଲା। ସମୁଦାୟ 7ଟି କମ୍ପାନୀ 7ଟି ପର୍ଯ୍ୟଟନ ସ୍ଥଳୀ ଲାଗି 25ଟି ଟେଣ୍ଡର ଦାଖିଲ କରିଥିଲେ।

ତେବେ ଟେଣ୍ଡର ର ପ୍ରଥମ ପର୍ଯ୍ୟାୟ ରେ ଗତ ଦୁଇବର୍ଷ ଧରି ଏହାକୁ ଆୟୋଜନ କରିଆସୁଥିବା ସଂସ୍ଥା ଗୁଜୁରାଟ ର ଲଲୁଜି କୁ ବିଭାଗ ର ଟେଣ୍ଡର ନିର୍ଣ୍ଣାୟକ ସମିତି ବୈଷୟିକ ଆଧାରରେ ଅସ୍ବୀକାର କରିଥିବାକୁ ନେଇ ସମ୍ପୃକ୍ତ ସଂସ୍ଥା ଟେଣ୍ଡେର ରେ ଦୁର୍ନୀତି ଏବଂ ଅନିୟମିତତା ଅଭିଯୋଗ ନେଇ ଓଡିଶା ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଛନ୍ତି। ।ତେବେ ସମ୍ପୃକ୍ତ ସଂସ୍ଥା ଦ୍ୱାରା କୋର୍ଟ ରେ ଦାଖିଲ ପିଟିସନ ଅନୁଯାୟୀ ପର୍ଯ୍ୟଟନ ବିଭାଗ ଅହେତୁକ ଅନୁକମ୍ପା ଦେଖାଇ ଆହୁରି ଦୁଇଟି ସଂସ୍ଥାକୁ ଟେଣ୍ଡର ପ୍ରକ୍ରିୟା ରେ ସାମିଲ କରିଛନ୍ତି ଯାହା ଟେଣ୍ଡର ନିୟମ ବିରୁଦ୍ଧ।

ଏଠାରେ ସୂଚନା ଯୋଗ୍ୟ ଯେ, ଦିଲ୍ଲୀ ସ୍ଥିତ ଇ ଫ୍ୟାକ୍ଟର ସଂସ୍ଥା ବିରୁଦ୍ଧରେ ରାଜସ୍ଥାନ ପର୍ଯ୍ୟଟନ ବିଭାଗ ଦ୍ଵାରା ମାତ୍ର ଦୁଇ ମାସ ତଳେ ନିର୍ଗତ ଆଦେଶ ଅନୁଯାୟୀ ସମ୍ପୃକ୍ତ ସଂସ୍ଥା ପୂର୍ବ ପୁଷ୍କର ମେଳା ରେ ସରକାରଙ୍କ ପୂର୍ବ ନିର୍ଦ୍ଧାରିତ ଅର୍ଥରାଶି ପୈଠ କରିନପାରିବା ଏବଂ ସରକାରଙ୍କ ବାରମ୍ବାର ସୂଚନା ଦେବା ସତ୍ୱେ ସଂସ୍ଥା ତରଫରୁ କୌଣସି ପ୍ରତ୍ୟୁତ୍ତର ନ ଆସିବା ହେତୁ ସମ୍ପୃକ୍ତ ସଂସ୍ଥାର ସୁରକ୍ଷା ଜମାରାଶି କୁ ବାଜ୍ୟାପ୍ତ କରାଯାଇଛି । ଟେଣ୍ଡର ନିୟମାନୁସାରେ ସମ୍ପୃକ୍ତ ସଂସ୍ଥା ଏହା ନିଜ ଟେଣ୍ଡର ଦସ୍ତାବିଜ଼ ରେ ଉଲ୍ଲେଖ କରିବା କଥା ଯାହା ସେମାନେ ଜାଣିଶୁଣି ଲୁଚାଇବାର ପ୍ରୟାସ କରିଛନ୍ତି ।
ତେବେ ପର୍ଯ୍ୟଟନ ବିଭାଗ ଅହେତୁକ ଅନୁକମ୍ପା ଦେଖାଇ ସମ୍ପୃକ୍ତ ସଂସ୍ଥା କୁ ଟେଣ୍ଡର ପ୍ରକ୍ରିୟା ରୁ ବାହାର ନ କରି ଟେଣ୍ଡର ନିୟମର ଖୋଲା ଖୋଲି ଉଲ୍ଲଙ୍ଗନ କରିଛନ୍ତି। ଏଠାରେ ସୂଚନା ଯୋଗ୍ୟ ପର୍ଯ୍ୟଟନ ବିଭାଗର ଏହି ଉଦ୍ଦେଶ୍ୟମୂଳକ ପକ୍ଷପାତିତା ହେତୁ ରାଜ୍ୟ କୋଷାଗାର କୁ ଶହେ କୋଟିରୁ ଅଧିକ ଖର୍ଚ କରିବାକୁ ପଡିବ ଯାହା ବିଭାଗର କାର୍ଯ୍ୟକୁ ସନ୍ଦେହ ଘେରକୁ ଆଣିଛି।

ସେହିପରି ସଂସ୍ଥା ଲାଲ୍ଲୁଜି ଦ୍ୱାରା କରାଯାଇଥିବା ପିଟିସନ ରେ ଉଲ୍ଲେକ୍ଷ ଅଛି ଯେ, ଅନ୍ୟତମ ସଂସ୍ଥା ଦୀପାଲି ଡିଜାଇନ ର ଦସ୍ତାବିଜ଼ ଟେଣ୍ଡେର ନିୟମାନୁସାରେ ନାହିଁ ଏବଂ ବିଭାଗ ଦ୍ଵାରା ସମ୍ପୃକ୍ତ ସଂସ୍ଥା କୁ ମଧ୍ୟ ବେନିୟମ ଭାବେ ଟେଣ୍ଡର ପ୍ରକ୍ରିୟା ରେ ସାମିଲ କରାଯାଇଛି।
ଏଠାରେ ସୂଚନାଯୋଗ୍ୟ ଯେ କୋଣାର୍କ ଇକୋ ରିଟ୍ରିଟ ପାଇଁ 4ଟି କମ୍ପାନୀ ଆବେଦନ କରିଥିଲେ। ପ୍ରଥମରୁ ଲାଲ୍ଲୁଜି କୁ ବାହାର କରାଯାଇଥିବା ବେଳେ ଅନ୍ୟ 3 ଟି ସଂସ୍ଥାରୁ ପିରାମିଡ ନାମକ ସଂସ୍ଥା ମଧ୍ୟ ଟେଣ୍ଡର ପ୍ରକ୍ରିୟାରୁ ଦସ୍ତାବିଜ଼ ଅଭାବରୁ ବାହାର ହୋଇଯାଇଥିଲା। ତେବେ ସଂସ୍ଥା ଦୀପାଲି କୁ ବାହାର କରିଥିଲେ ସିଙ୍ଗଲ ବିଡ଼ ନ୍ୟାୟରେ କୋଣାର୍କ ଲାଗି କେବଳ ଇ-ଫାକ୍ଟର ସହିତ ଟେଣ୍ଡର ଖୋଲା ଯାଇପାରିନଥାନ୍ତା ସେଥିଲାଗି ତରବରିଆ ଭାବରେ ଟେଣ୍ଡେର ନିୟମ ବୁରୁଦ୍ଧରେ ଯାଇ ଦୀପଲି ଡିଜାଇନ କୁ ମଧ୍ୟ ବିଭାଗ ତରଫରୁ ଟେଣ୍ଡେର ପ୍ରକ୍ରିୟା ରେ ସାମିଲ କରାଯାଇଥିଲା।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.