Take a fresh look at your lifestyle.

ସମୂହ ବ୍ରତୋପନୟନ ଅନୁଷ୍ଠିତ

ପୁରୀ, ଖୋର୍ଦ୍ଧା, ଅନୁଗୁଳ, ନୟାଗଡ଼, ଦେବଗଡ଼, କଟକ, ବ୍ରହ୍ମପୁର, ସମ୍ବଲପୁର ଇତ୍ଯାଦି ଜିଲ୍ଲା ରୁ ବ୍ରାହ୍ମଣ ବାଳକ ମାନେ ସାମିଲ

0 127

ଢେଙ୍କାନାଳ : ଓଡିଶା ରେ ପ୍ରଥମ ଥର ପାଇଁ ଉତ୍କଳ ଶିବ ଶକ୍ତି ମନ୍ଦିର ପୂଜକ ସଂଘ ପକ୍ଷରୁ ଢେଙ୍କାନାଳ ସଦର ବ୍ଲକ କଙ୍କଡ଼ାହାଡ଼ ରେ ଥିବା ପ୍ରସିଦ୍ଧ ଶୈବ ପୀଠ ବାବା ସ୍ଵପ୍ନେଶ୍ଵର ମନ୍ଦିର ରେ ଏକ ସାମୂହିକ ଉପନୟନ ସଂସ୍କାର ରେ ୧୦୮ ବ୍ରାହ୍ମଣ ବାଳକ ଙ୍କୁ ଉପନୟନ କରାଯାଇଥିଲା |

ଏହି ମହତ୍ କାର୍ଯ୍ୟ ରେ ରାଜ୍ୟ ର ବିଭିନ୍ନ ଜିଲ୍ଲା ଯଥା ପୁରୀ, ଖୋର୍ଦ୍ଧା, ଅନୁଗୁଳ, ନୟାଗଡ଼, ଦେବଗଡ଼, କଟକ, ବ୍ରହ୍ମପୁର, ସମ୍ବଲପୁର ଇତ୍ଯାଦି ଜିଲ୍ଲା ରୁ ବ୍ରାହ୍ମଣ ବାଳକ ମାନେ ସାମିଲ ହୋଇଥିଲେ |ଉତ୍କଳ ଶିବ ଶକ୍ତି ମନ୍ଦିର ପୂଜକ ସଂଘ ଓଡ଼ିଶା ତରଫରୁ ଜ୍ୟୋତିର୍ ମଠ, ବଦ୍ରିକା ଆଶ୍ରମ ଦ୍ବାରିକା, ସାରଦା ମଠ ଶ୍ରୀ ଜଗତ ଗୁରୁ ସଂଙ୍କରାଚାର୍ଯ୍ୟ ସ୍ବରୃପାନନ୍ଦ ସରସ୍ଵତୀ ମହାରାଜା ଙ୍କ ତରଫ ରୁ ମଠ ସଚିବ ପ୍ରମୁଖ ପ୍ରବନ୍ଧକ ଶ୍ରୀ ପ୍ରଜ୍ଞାନନ୍ଦ ମହାରାଜା ଓ ଶ୍ରୀ ୧୦୦୮ ବ୍ରହ୍ମଚାରୀ ଶ୍ରୀ ରାମାନନ୍ଦ ଜୀ ମହାରାଜା ଏଠାରେ ପହଂଚି ସନାତନ ଧର୍ମ ର ସୁରକ୍ଷା କେମିତି ହେବ ବାହ୍ମଣ ର ଆହାର, ଆଚାର, ବ୍ୟବହାର କିପରି ରହିବ ସେ ବିଷୟରେ ଆଲୋଚନା କରିବା ସହ ୧୦୮ ବ୍ରହ୍ମଚାରି ଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ | ଏବଂ ପୁରୀ ଗୋବର୍ଦ୍ଧନ ମଠ ପ୍ରତିନିଧି  ବ୍ରହ୍ମାନନ୍ଦ ସରସ୍ଵତୀ ମହାରାଜ ଓ ନାଗ ସାଧୁ ବୈଷ୍ଣବ ପୁରୀ ମହୋଦୟ ୧୦୮ ବ୍ରହ୍ମଚାରୀ ଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ |

ଏହି କାର୍ଯ୍ୟକ୍ରମରେ ରାଜ୍ଯ ସଭାପତି ପରମ ଶୈବ ଲଳିତ ମହାପାତ୍ର, ରାଜ୍ଯ ଉପ ସଭାପତି କାମାକ୍ଷା ପ୍ରସାଦ ରଣା, ରାଜ୍ଯ ସମ୍ପାଦକ ଆଚାର୍ଯ୍ଯ ବ୍ୟୋମୋକେଶ ମହାପାତ୍ର, ରାଜ୍ଯ ସହ ସମ୍ପାଦକ ପ୍ରଦୀପ ମହାପାତ୍ର, ରାଜ୍ଯ ମୁଖପାତ୍ର ଜିତେନ୍ଦ୍ର ରଣା, ରାଜ୍ଯ ସାଂସ୍କୃତିକ ସମ୍ପାଦକ ଦେବୀଦତ୍ତ ମହାପାତ୍ର ଓ ଢେଙ୍କାନାଳ, ଅନୁଗୁଳ, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଦେବଗଡ଼, ବ୍ରହ୍ମପୁର ର ପ୍ରତ୍ୟେକ ପରିଚାଳନା ସଦସ୍ଯ ସହଯୋଗ କରିଥିଲେ | କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ସମସ୍ତ ଅତିଥି ଓ  ବ୍ରାହ୍ମଣ ଓ ବ୍ରହ୍ମଚାରୀ ଙ୍କୁ ରାଜ୍ୟ ସାସ୍କୃତିକ ସମ୍ପାଦକ ଦେବୀଦତ୍ତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ |

- Advertisement -

Leave A Reply

Your email address will not be published.