Take a fresh look at your lifestyle.

ସାଇକୃପା କଲେଜ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ପୁଲିସ ବିଫଳ !

0 265

Get real time updates directly on you device, subscribe now.

ଢେଙ୍କାନାଳ, (ଦୀପକ ରଞ୍ଜନ ମିଶ୍ର): ଜିଲ୍ଲାରେ କରୋନା ବିସ୍ଫୋରଣ ହୋଇଥିବା ସାଇକୃପା କଲେଜର ମାଲିକ ଏବଂ ଅଧ୍ୟକ୍ଷଙ୍କ ବିରୋଧରେ  କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଚୁପ୍ ବସିଛି । କୋଭିଡ୍ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ତିନି ଦିନ ହେବ ଉଭୟଙ୍କ ବିରୋଧରେ ଥାନାରେ ଏତଲା ଦିଆଯାଇଛି । ହେଲେ ପୁଲିସ ଏମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନେଉଥିବା ଅଭିଯୋଗ ହୋଇଛି।

ସହରର କୁଞ୍ଜକାନ୍ତରେ ରହିଛି ଏହି ସାଇକୃପା ଆବାସିକ ମହାବିଦ୍ୟାଳୟ । ତିନି ଦିନରେ ୫୬ ଜଣ ଛାତ୍ରଛାତ୍ରୀ କରୋନା ପଜେଟିଭ୍ ବାହାରିଛନ୍ତି। ହେଲେ ସାଇକୃପା କଲେଜର କର୍ତ୍ତୃପକ୍ଷ ଜିଲ୍ଲା ପ୍ରଶାସନକୁ ନଜଣାଇ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ହଷ୍ଟେଲରୁ ଛାଡିଦେଇଥିବା ଜଣାପଡିଛି । ଯେହେତୁ ସଂପୃକ୍ତ କଲେଜକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ହଷ୍ଟେଲ ଭିତରକୁ କିମ୍ବା ବାହାରକୁ କେହି ଯିବା ଆସିବା କରିପାରିବେ ନାହିଁ । ହେଲେ ଜିଲ୍ଲା ପ୍ରଶାସନର ଏହି ନିୟମକୁ କଲେଜ କତ୍ତୃପକ୍ଷ ଅବମାନନା କରିଥିବା ଅଭିଯୋଗ ହୋଇଛି।

ପ୍ରଥମେ ଜିଲ୍ଲା ପ୍ରଶାସନକୁ  ଖୋଲାଖୋଲି ଚ୍ୟାଲେଞ୍ଜ ପରେ  ଟାଉନ ଥାନା ପୋଲିସକୁ ଚ୍ୟାଲେଞ୍ଜ ଦେଇଛନ୍ତି ସାଇକୃପା କଲେଜର କର୍ତ୍ତୃପକ୍ଷ। କାହା ବଳରେ ବଳିୟାନ ସାଇକୃପା କଲେଜର କର୍ତ୍ତୃପକ୍ଷ?  ଟାଉନ ଥାନାରେ ମାମଲା ରୁଜୁ ହେବାର  ୩ ଦିନରୁ ଅଧିକ ଦିନ  ହେଲାଣି କିନ୍ତୁ କର୍ତ୍ତୃପକ୍ଷଙ୍କ ପାଖରେ ପହଞ୍ଚି ପାରୁନି ଟାଉନ ଥାନା ପୋଲିସ। ସବୁଠାରୁ ବଡ କଥା ହେଲା ଟାଉନ ଥାନା ଠାରୁ କଲେଜ ଓ କଲେଜର ମାଲିକଙ୍କ ଘର  ନିକଟର ହୋଇଥିଲେ ବି କିପରି ଭାବରେ ଟାଉନ ଥାନା ପୋଲିସ ପହଞ୍ଚି ପାରୁନି ଓ ଗିରଫ କରିପାରୁନି ସାଧାରଣ ଚର୍ଚ୍ଚା ଜୋର  ଧରିଛି।

କାହା ଚାପରେ ଚେପା ଟାଉନ ଥାନା ପୋଲିସ କଣ ପାଇଁ ଗିରଫ କରି ପାରୁନି ଟାଉନ ଥାନା ପୋଲିସ? କେବେ ଗିରଫ କରୁଛି  କଲେଜର ମାଲିକ ଅନ୍ନଦା ମହାନ୍ତି ଓ କଲେଜର ଅଧ୍ୟକ୍ଷ ଦେଖିବାକୁ ବାକି ରହିଲା।   ଢେଙ୍କାନାଳ ସହରର   କୁଞ୍ଜକାନ୍ତରେ  ଥିବା ସାଇକୃପା  କଲେଜ କର୍ତୃପକ୍ଷଙ୍କ କୋଭିଡ ନିୟମ ଉଲ୍ଲଂଘନକୁ ନେଇ ପ୍ରଶାସନ ପକ୍ଷରୁ ଟାଉନ୍ ଥାନାରେ କଲେଜ ଅଧ୍ୟକ୍ଷ ଓ ମାଲିକ ଅନ୍ନଦା ମହାନ୍ତିଙ୍କ ନାମରେ ଟାଉନ ଥାନା କେସ ନମ୍ବର ୫୧୯/୨୧ ଦଫା ୧୮୮/୨୬୯/୨୭୦/୩୪ ମାମଲା ରୁଜ୍ଜୁ ହୋଇଥିବାର ସୂଚନା ଦେଲେ ଟାଉନ ଥାନା ଅଧିକାରୀ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.