Take a fresh look at your lifestyle.

ହାତୀ ଆକ୍ରମଣରେ ଜଣେ ମୃତ ଓ ଜଣେ ଗୁରୁତର ଆହତ

0 23

Get real time updates directly on you device, subscribe now.

ଗଁଦିଆ : ଗଁଦିଆ ଅଂଚଳରେ ଗତକାଲି ଓ ଆଜି ହାତୀ ଆକ୍ରମଣରେ ଜଣକର ମୃତ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ କଟକ ବଡ ମେଡିକାଲ ରେ ଚିକିତ୍ସାଧୀନ ଥିବାର ଜଣାଯାଇଛି | ମୃତକ ହେଉଛନ୍ତି ବଣିଆପଡା ଗାଁ ରା ରଘୁନାଥ ବାରିକ  ଜଣାପଡିଛି | ଆଉଗୋଟିଏ ଘଟଣା ରେ ଦନ୍ତା ହାତୀ ଦଳି ଦେବାରୁ ଜଣେ ଗୁରୁତର ହୋଇ ଡାକ୍ତର ଖାନା ରେ ଭର୍ତ୍ତି ହୋଇଛନ୍ତି |

 ଢେଙ୍କାନାଳ ବନଖଣ୍ଡ ଷଡ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ବଣିଆପଡା(କଲନସାହି)ଗ୍ରାମର ରଘୁନାଥ ବାରିକ (୭୧) ଗତକାଲି ଏକ ଶୁଦ୍ଧ ଘର କାର୍ଯ୍ୟରେ ଯୋଗଦେବାକୁ ରାମେଇ ଗ୍ରାମକୁ ଯାଇଥିଲେ | ସେଠାରୁ  କାମ ସାରି  ସେ ରବିବାର ସକାଳ ସମୟରେ ନିଜର ଘରକୁଫେରୁ ଥିଲେ |ବାଟ ରେ ଦାଣ୍ଡେଇବେରେଣୀ ତାଳପଦା ଫରେଷ୍ଟ ରୋଡ ରେ ଆସୁଥିବା ବେଳେ ଏକ ଦାନ୍ତ ହାତୀ ହାବୁଡ଼ରେ ପଡିଯାଇ ଥିଲେ | ହାତୀଟି ରଘୁନାଥ ଙ୍କ କଚାଡି ଦେଇଥିଲା | ଘଟଣା ସ୍ଥଳରେ ତାଙ୍କର ମୃତ ହୋଇଥିଲା ଖବର ପାଇ ଷଡ଼ଙ୍ଗୀ ରେଞ୍ଜ ଅଧିକାରୀ ଚନ୍ଦ୍ରମଣି ବେହେରା, ବନପାଳ ଚିନ୍ମୟ ସାହୁ ଘଟଣା ସ୍ଥଳରେ ପହଞ୍ଚି ଥିଲେ ବନବିଭାଗ ତରଫରୁ ମୃତ କର ପରିବାରକୁ୪୦ହଜାର ଟଙ୍କା ରାଶି ପ୍ରଦାନ କରାଯାଇଛି ଓ ମୃତକକୁ ପୋଷ୍ଟ ମର୍ଟମ ପାଇଁ ଢେ଼ଙ୍କାନାଳ ମେଡିକାଲ କୁ ପଠାଯାଇଛି|

ସେହିପରି  ଗଁଦିଆ ବ୍ଲକ  କପିଳାସ ରେଞ୍ଜ ଅନ୍ତର୍ଗତ ଲଟାବାଇଶିଆ ଗ୍ରାମର ବରୁଣ ସ୍ୱାଇଁ (୪୪)ବର୍ଷ ପ୍ରତିଦିନ ପରି ଗତକାଲି ରାତିରେ ନିଜର ଘରପାଖରେ ଥିବା ଶାଗ ବିଲକୁ ଜଗିବା ନିମନ୍ତେ ଯାଇଥିଲେ | ହେଲେ ସେଠାରେ ଫସଲ ଖାଇବାକୁ ଆସିଥିବା ଏକ ଦନ୍ତା ହାତୀର ଆକ୍ରମଣ ର ଶିକାର ହୋଇଥିଲେ|  ହଠାତ ହାତୀଟି ତାର ଶୁଣ୍ଢରେ ତାଙ୍କୁ ଟେକି ଫୋପାଡ଼ି ଦେଇଥିଲା|   ବରୁଣ ର ପାଟି ଶୁଣି ସ୍ଥାନୀୟ ବାସିନ୍ଦା ଘଟଣା ସ୍ଥଳରେ ପହଞ୍ଚି ଯିବାରୁ ହାତୀଟି ସେଠାରୁ ପଳାଇ ଯାଇଥିଲା|  ଏହାପରେ ଗ୍ରାମବାସୀ ଆହତ ଅବସ୍ଥାରେ ସେଠାରୁ ଉଦ୍ଧାର କରି ପ୍ରଥମେ ତାଙ୍କୁ ଢେ଼ଙ୍କାନାଳ ମେଡିକାଲ କୁ ଚିକିତ୍ସା ନିମନ୍ତେ ପଠା ଯାଇଥିଲା ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.