Take a fresh look at your lifestyle.

ଦୀପ ତଳେ ଅନ୍ଧାର : ମେସିନ ରେ ଚାଲିଛି ମନରେଗା କାର୍ଯ୍ୟ

0 245

କାମାକ୍ଷା ନଗର (ରାଜ କିଶୋର ରାଉତ ): କଙ୍କଡ଼ାହାଡ଼ ବ୍ଲକ ନାକ ତଳେ ଚାଲିଛି ଦିନ ଦ୍ୱି ପ୍ରହରେ ମେସିନ ଦ୍ୱାରା ଚାଲିଛି ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନା କାମ! କରଗୋଳା ପଂଚାୟତ ଅଧୀନରେ ଥିବା ରାମେଶ୍ୱର ହାଇସ୍କୁଲ ଖେଳ ପଡିଆର ମନରେଗା ଯୋଜନାରେ ପାଞ୍ଚ ଲକ୍ଷ ଟଙ୍କା ମଜୁର ହୋଇଛି !ଏଠି ଶ୍ରମିକ ବଦଳରେ ମେସିନ ଲଗାଇ କାମ କରୁଛନ୍ତି!ବ୍ଲକ ପ୍ରଶାସନ ଠାରୁ ସରପଞ୍ଚ ପର୍ଯ୍ୟନ୍ତ ଜାଣତରେ ମନରେଗା ଯୋଜନାର ଆତ୍ମସାତ କରୁଛନ୍ତି!ଖୋଦ ବ୍ଲକ ପାଚେରୀକୁ ଲାଗିଛି ଏହି ଖେଳ ପଡିଆ କେମିତି ଜାଣିପାରୁନି ବ୍ଲକର ଅଧିକାରୀ!ଏ ବିଷୟରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ସହିତ ଯୋଗାଯୋଗ କରିଥିଲୁ କିନ୍ତୁ ଫୋନ ଲାଗିନଥିଲା!ମନରେଗା ଯୋଜନାରେ ମେସିନ ଲଗେଇ ହେଉଥିବା ମନରେଗା ଯୋଜନାର ବାରମ୍ବାର ଅଭିଯୋଗ ପରେ ବି ବ୍ଲକ ପ୍ରଶାସନ ଚୁପ କିନ୍ତୁ ଜବ କାର୍ଡ ଧାରି କରୋନା ମହାମାରୀରେ କାମ ନ ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି!

- Advertisement -

Leave A Reply

Your email address will not be published.