Take a fresh look at your lifestyle.

ତଥ୍ୟର ଗୋପାନୀୟତା ଓ କ୍ରିପ୍ଟୋକରେନ୍ସି ସମ୍ପର୍କିତ ବିଲ୍‌କୁ ମୁକେଶ ଅମ୍ବାନିଙ୍କ ସମର୍ଥନ

ଡିଜିଟାଲ୍ ଭିତ୍ତିଭୂମି ଗଠନ କରିବା ଓ ତାହାର ସୁରକ୍ଷା ଅଧିକାର ଦେଶ ପାଖରେ ରହିଛି -ମୁକେଶ

0 33

Get real time updates directly on you device, subscribe now.

ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ର ଅଧ୍ୟକ୍ଷ ମୁକେଶ ଅମ୍ବାନି ତଥ୍ୟର ଗୋପାନୀୟତା ଓ କ୍ରିପ୍ଟୋକରେନ୍ସି ସମ୍ପର୍କିତ ବିଲ୍‌କୁ ଦୃଢ଼ ସମର୍ଥନ ଦେଇଛନ୍ତି । ସରକାର ଭବିଷ୍ୟତକୁ ସୁହାଇବା ଭଳି ନୀତି ଓ ନିୟମ ଆଣୁଥିବା ସେ କହିଛନ୍ତି । ଆଧାର, ଡିଜିଟାଲ୍ ବ୍ୟାଙ୍କ ଖାତା ଏବଂ ଡିଜିଟାଲ୍ ପେମେଂଟ୍ ଆଦି ଜରିଆରେ ଦେଶର ଡିଜିଟାଲ୍ ପରିଚୟ ବେଶ ଉତ୍ସାହଜନକ ରହିଛି । ଆମେ ତଥ୍ୟର ଗୋପନୀୟତା ସୁରକ୍ଷା ବିଲ୍ ଓ କ୍ରିପ୍ଟୋକରେନ୍ସି ବିଲ୍ ଉପସ୍ଥାପନ କରିବାକୁ ଯାଉଛେ । ଭାରତ ଓ ବିଶ୍ୱର ପ୍ରତିଟି ଦେଶ ଲାଗି ଡାଟା ଓ ଡିଜିଟାଲ୍ ଭିତ୍ତିଭୂମି ଗୁରୁତ୍ୱପୂର୍ଣ୍ଣ । ପ୍ରତି ଦେଶ ପାଖରେ ନିଜ ଗୁରୁତ୍ୱପୂର୍ଣ୍ଣ ଡିଜିଟାଲ୍ ଭିତ୍ତିଭୂମି ଗଠନ କରିବା ଓ ତାହାର ସୁରକ୍ଷା କରିବାର ଅଧିକାର ରହିଛି ବୋଲି  ମୁକେଶ କହିଛନ୍ତି ।

ଇଟଂରନ୍ୟାସନାଲ୍ ଫାଇନାନ୍ସିଆଲ୍ ସର୍ଭିସେସ୍ ସେଂଟର୍‌ସ ଅଥରିଟି (ଆଇଏଫ୍‌ଏସ୍‌ସିଏ) ପକ୍ଷରୁ ଆୟୋଜିତ ଇନ୍‌ଫିନିଟି ଫୋରମ୍ କାର୍ଯ୍ୟକ୍ରମରେ ଯୋଗ ଦେଇସେ କହିଛନ୍ତି ଯେ ଡିଜିଟାଲ୍ ଭିତିଭୂମି ଓ ନୀତି ନିୟମ ପ୍ରଣୟନ କରି ଏକ ଅଗ୍ରଣୀ ଡିଜିଟାଲ୍ ସମାଜରେ ରୂପାନ୍ତରିତ ହେବାର ପଥରେ ଭାରତ ବହୁତ ଭଲ ଭାବେ ରହିଛି । ସବୁ କିଛିର ମୂଳ କେନ୍ଦ୍ର ହେଉଛି ଫାଇନାନ୍ସ । ମୋର ବିଶ୍ୱାସ ରହିଛି ଯେ ଆମେ ଡିଜିଟାଲକରଣର ପ୍ରାରମ୍ଭିକ ପର‌୍ୟ୍ୟାୟରେ ଅଛୁ ଏବଂ ନୂଆ ପିଢ଼ିର ପ୍ରଯୁକ୍ତିର ଅଭ୍ୟୁଦୟ ହେଉଥିବାରୁ ଫାଇନାନ୍ସର ଏକ ବିକେନ୍ଦ୍ରୀକରଣ ମଡେଲ୍‌କୁ ଗ୍ରହଣ କରିବାର ସୁଯୋଗ ଆମ ପାଖରେ ରହିଛି । କେନ୍ଦ୍ରୀୟ ସରକାର ଓ କେନ୍ଦ୍ରୀୟ ବ୍ୟାଙ୍କ ରହିବ, କିନ୍ତୁ ଏହା ସହିତ ଏକ ବିକେନ୍ଦ୍ରୀକରଣ ପ୍ରଯୁକ୍ତି ସମାଧାନ ରହିବ ଯେଉଁଥିରେ ଫାଇନାନ୍ସ ସମସ୍ତଙ୍କ ପାଇଁ ଉପଲବ୍ଧ ହୋଇପାରିବ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.