Take a fresh look at your lifestyle.

କ୍ରୀଡ଼ା ସାମ୍ବାଦିକ କରୋନା ପଜିଟିଭ୍‌

0 30

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌ କନିଷ୍ଠ ପୁରୁଷ ହକି ବିଶ୍ବକପ୍‌ ଅବସରରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି। ପଜିଟିଭ୍‌ ଚିହ୍ନଟ ହୋଇଥିବା ବ୍ୟକ୍ତିଜଣକ ଓଡ଼ିଶା ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ‌ର ସାମାଜିକ ଗଣମାଧ୍ୟମରେ କାର୍ଯ୍ୟରତ ଜଣେ କର୍ମଚାରୀ ବୋଲି ବିଶେଷସୂତ୍ରରୁ ସୂଚନା ମିଳିଛି। ମିଡିଆ ସେଣ୍ଟରରେ ବସୁଥିବା ଏହି ବ୍ୟକ୍ତିଙ୍କ କରୋନା ପଜିଟିଭ୍‌ ଥିବା ଖବର ଜଣାପଡ଼ିବା ପରେ ଏଠାରେ କାର୍ଯ୍ୟ କରୁଥିବା ଅନ୍ୟ ସାମ୍ବାଦିକଙ୍କ ମନରେ ଭୟର ବତାବରଣ ସୃଷ୍ଟି ହୋଇଛି। ମିଡିଆ ସେଣ୍ଟରରୁ ବ୍ୟକ୍ତି ଜଣକ ରହି ବିଭାଗ‌ର ସାମାଜିକ ଗଣମାଧ୍ୟମରେ ମ୍ୟାଚ୍‌ ଖବର ଅପ୍‌ଡେଟ୍‌ କରୁଥିଲେ।

- Advertisement -

Leave A Reply

Your email address will not be published.