Take a fresh look at your lifestyle.

0 13

Get real time updates directly on you device, subscribe now.

ଢେଙ୍କାନାଳ: ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ କରମୁଳ ଗ୍ରାମପଞ୍ଚାୟତର ଗୋବର୍ଦ୍ଧନପୁର ଗ୍ରାମ ର ଆଦିବାସୀ ଅଳଙ୍କାର ର ଚାହିଦା ଦେଶ ବିଦେଶ ରେ ବଢିବାରେ ଲାଗିଛି । ମାତ୍ର ଏହି ଅଳଙ୍କାର ତିଆରି କରୁଥିବା କାରିଗର ମାନଙ୍କ ର ଯେଉଁଭଳି ବିକାଶ ହେବା କଥା ହୋଇପାରୁ ନାହିଁ । ସରକାରୀ ପ୍ରୋସôାହନ, ଉପଯୁକ୍ତ ପାରିଶ୍ରମିକ ମିଳିବା ଓ ନୂତନ ଜ୍ଞାନ କୈାଶଳରର ଅଭାବ ସେମାନଙ୍କ ଅଗ୍ରଗତି ରେ ଅନ୍ତରାୟ ସୃଷ୍ଟି କରିଛି । କାରୀଗର ମାନଙ୍କ ଦ୍ୱାରା ଗଢାଯାଉଥିବା ଆଦିବାସୀ ଅଳଙ୍କାର ଅଳ୍ପ ବର୍ଷ ଭିତରେ ଦେଶ ଓ ବିଦେଶରେ ଫେସନ ଡିଜାଇନରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିିଛି ।

ବିଶ୍ୱ ପ୍ରସିଦ୍ଧ ମହିମା ଧର୍ମର ପବିତ୍ର ପୀଠ ଯୋରନ୍ଦା ଠାରୁ ୧୦ କିମି ଦୂର ବ୍ରାହ୍ମଣୀ ନଦୀ କୂଳରେ ଅବସ୍ଥିତ ଗୋବର୍ଦ୍ଧନପୁର ଗ୍ରାମର ପ୍ରାୟ ୨୫୦ରୁ ଉଦ୍ଧ୍ୱର୍ ପରିବାର ଆଦିବାସୀ ଅଳଙ୍କାର ତିଆରିକୁ ଜୀବିକା ଭାବେ ଗ୍ରହଣ କରିଛନ୍ତି । ପ୍ରାୟ ୩୦-୩୫ ବର୍ଷ ହେବ ଏହି ଶିଳ୍ପ ଗ୍ରାମର କାରିଗର ମାନଙ୍କ ଦ୍ୱାରା ତିଆରି ମାଳ,ବଳା, ମଙ୍ଗଳ ସୂତ୍ର, ସିନ୍ଥି, ନାକ ଫୁଲ, କାନ ଫୁଲ, ପାଦର ପାଉଁଜି ଓ ଝୁଣ୍ଟିଆ, ହାତର କଙ୍କଣ ଭଳି ଅଳଙ୍କାର ଜାତୀୟ ଓ ଅର୍ନ୍ତଜାତୀୟ ସ୍ତରରେ ପହଁଞ୍ଚି ପାରିଛି ।

କଂସା,ପିତଳ ଓ ତମ୍ବାରେ କାରୀଗର ମାନେ ବେକର ବିଭିନ୍ନ ପ୍ରକାରର ଅଳଙ୍କାର ତିଆରୀ କରି ନିଜର କାରିଗରି କୈାଶଳ କୁ ପ୍ରଦର୍ଶନ କରି ଆସୁଛନ୍ତି । କାରୀଗରମାନେ ପ୍ରତିବର୍ଷ ଦେଶର ପ୍ରମୁଖ ସହର ନୁଆଦିଲ୍ଲୀ, କୋଲକତା, ମୁମ୍ବାଇ, ବେଙ୍ଗୁଲୁର, ଚେନ୍ନାଇ ଆଦି ସହରକୁ ଯାଇ ଏହାକୁ ବିକ୍ରିକରି କରିଥାନ୍ତି । ବିଦେଶରେ ଆମେରିକା, ସ୍ୱିଜରଲାଣ୍ଡ, ଇଂଲଣ୍ଡ, ଫ୍ରାନ୍ସ, ସିଙ୍ଗାପୁର ଆଦି ଦେଶରେ ମଧ୍ୟ ଏହାର ଚାହିଦା ବଢିବାରେ ଲାଗିଛି । ଆଦିବାସୀ ଅଳଙ୍କାର ତିଆରି କରୁଥିବା କାରିଗର ମାନେ ଆଦିବାସୀ ନୁହନ୍ତି, ମାତ୍ର ତାଙ୍କ ହାତ ତିଆରି ଅଳଙ୍କାର ଗୁଡିକ ଆଦିବାସୀ ଅଳଙ୍କାର ଭାବରେ ପରିଚିତ ହୋଇଛି ।

ବାସ୍ତବରେ ଗାଁର ବଣିଆ, ହଂସି. ,ଚମାର ଏବଂ ବଢେଇ ପରିବାର ର ପୁରୁଷ ଏବଂ ମହିଳା କାରିଗର ମାନେ ଏହି କାରବାର ଜାରି ରହି ପ୍ରସିଦ୍ଧି କରାଇଛନ୍ତି ବୋଲି ସମାଜସେବୀ ପ୍ରଦ୍ୟୁମ୍ନ ପଣ୍ଡା କୁହନ୍ତି । ପ୍ରଥମେ ଗ୍ରାମର କାରୀଗର ପ୍ରଫୁଲ ମହାରଣା,ଭାଗ୍ୟଧର ମହାରଣା, ଓ କୃଷ୍ଣଚନ୍ଦ୍ର ସାହୁ ତାରକଷି କାମ କରୁଥିଲେ । ଧିରେ ଧିରେ କାରୀଗର ମାନେ ପାରମ୍ପରିକ ଆଦିବାସୀ ମାନେ ପୁରୁଣା କଳାକୈାଶଳ ରେ ବ୍ୟବହାର କରୁଥିବା ଅଳଙ୍କାର ତିଆରି କଲେ , ଏହାର ଚାହିଦା ବଢିବାରୁ ଏହା ଆଦିବାସୀ ଅଳଙ୍କାର ଭାବେ ସ୍ୱତନ୍ତ୍ର ମାନ୍ୟତା ପାଇଲା ।

ଟ୍ରାଇବାଲ ଆର୍ଟ ଓ କ୍ରାଫ୍ଟକୁ ପ୍ରୋତ୍ସାହନ ଦେଉଥିବା ଅନ୍ୱେଷା ନାମକ ଏକ ସଂସ୍ଥା ଉତ୍ପାଦିତ ଅଳଙ୍କାର ର ବିକ୍ରିବଟା କରୁଛନ୍ତି । କାରିଗର ହୃଷିକେଶ ମହାରଣା କୁହନ୍ତି,ସରକାରଙ୍କ ପକ୍ଷରୁ ବିଭିନ୍ନ ବ୍ୟାଙ୍କ ମାଧ୍ୟମରେ ଋଣନେଇ ଅଳଙ୍କାର ଗଢୁଥିବା ଏହି କାରୀଗରମାନେ ଚଳିତବର୍ଷ କରୋନା କଷଣରେ ପେଷି ହୋଇଯାଇଛନ୍ତି । ଏହି ହସ୍ତଶିଳ୍ପର କାରୀଗରମାନେ ସାମଗ୍ରୀର ସଠିକ୍ ମୂଲ୍ୟ ପାଇପାରୁନାହାନ୍ତି ।

ପରିବାର ଚଳାଇବା କଷ୍ଟକର ହୋଇପଡୁଛି । ପ୍ରୋତ୍ସାହନ ନମିଳିଲେ ବାଧ୍ୟହୋଇ କାରୀଗର ମାନେ ବୃତ୍ତି ଛାଡିବାକୁ ବାଧ୍ୟ ହେବେ । କାରୀଗର ମନୋଜ କୁମାର ସାହୁ କୁହନ୍ତି, ଆମେ ମାନେ ଗିରି ଗୋବର୍ଦ୍ଧନ ସ୍ୱୟଂ ସହାୟକ ଗୋଷ୍ଠୀ ନାମରେ କାମ କରୁଛୁ । ହସ୍ତଶିଳ୍ପ ଓ କାରୀଗରଙ୍କ ବିକାଶ ପାଇଁ ସ୍ୱତନ୍ତ୍ର ଭିତ୍ତିଭୂମୀ, ଆର୍ଥିକ ପ୍ୟାକେଜ ଓ ନୂତନ ବୈଷୟୀକ ଜ୍ଞାନକୌଶଳର ପ୍ରଶିକ୍ଷଣ ମାଧ୍ୟମରେ ଦିଆଗଲେ ଆମେ ଆହୁରୀ ଆଗ କୁ ଯାଇ ପାରନ୍ତୁ । କରମୂଳ ସରପଞ୍ଚ ରାଜେଶ ନାୟକ,ଏହାର ଚାହିଦା ଥିଲେ ମଧ୍ୟ ପ୍ରଚାର ପ୍ରସାରର ଅଭାବ ରହୁଛି । ଫଳରେ କାରୀଗରୀ କୌଶଳ ଲୋକଲୋଚନକୁ ଆସିପାରୁନି । ଏହାକୁ ନେଇ ଏକ କ୍ରାଫ୍ଟ ଭିଲେଜର ଆବଶ୍ୟକତା ରହିଛି । ଏଥିରେ ବାନ୍ଧି ହୋଇ ରହିଥିବା କାରୀଗରମାନେ ଉପକୃତ ହୋଇପାରିବେ ।

ସରକାର ଏଥିପାଇଁ ସ୍ୱତନ୍ତ୍ର ପ୍ରୋତ୍ସାହନ ଯୋଗେଇଦେଲେ ପଞ୍ଚାୟତ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରାଯିବ । ଆଦିବାସୀ ଅଳଙ୍କାରକୁ ସରକାରଙ୍କ ପକ୍ଷରୁ କୁଟୀର ଶିଳ୍ପର ମାନ୍ୟତା ପ୍ରଦାନ କରାଯିବା ଉଚିତ ।

ସ୍ୱତନ୍ତ୍ର ବଜାର ସୃଷ୍ଟି କରାଗଲେ କାରୀଗରମାନେ ଅଧିକ ସାମଗ୍ରୀ ବିକ୍ରିକରି ବ୍ୟାଙ୍କ ଋଣ ପରିଶୋଧ କରିପାରନ୍ତେ । ପ୍ରତିବର୍ଷ ଲକ୍ଷ୍ମୀପୂଜା ,ଯୋରନ୍ଦା ମେଳା , କପିଳାସ ଜାଗର ଯାତ୍ରା ଏବଂ ନୂତନ ବର୍ଷ ସମୟରେ ଦେଶ ବିଦେଶରୁ ଢେଙ୍କାନାଳ ଆସୁଥିବା ପର୍ଯ୍ୟଟକମାନେ ଏହି ଗ୍ରାମକୁ ଯାଇ କାରୀଗର ମାନଙ୍କ ଠାରୁ ଅଳଙ୍କାର କିଣିଥାନ୍ତି ।

ମାତ୍ର ଯେଉଁଭଳି ସରକାର ପ୍ରୋସାôହନ, ଆର୍ଥିକ ସୁବିଧା , ଭିତିଭୂମି ର ବିକାଶ ଏବଂ ନୂତନ ଜ୍ଞାନ କୈାଶଳ ପ୍ରଶିକ୍ଷଣ ସୁବିଧା ମିଳିବା କଥା ତହା ଆଜି ସୁଦ୍ଧା ମଳିପାରି ନଥିବାରୁ କାରିଗର ମାନେ ପଛୁଆ ହୋଇ ରହିଛନ୍ତି । ସରକାର କାରିଗର ଏବଂ କାରିଗରୀ କୈାଲ ର ବିକାଶ ଦିଗରେ ଧ୍ୟାନ ଦେବା ଜରୁରୀ ଆବଶ୍ୟକ ହୋଇ ପଡିଛି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.