Take a fresh look at your lifestyle.

ନବମ ମହିମା ଜ୍ୟୋତିଯାତ୍ରା ପାଇଁ ପ୍ରସ୍ତୁତି

0 9

Get real time updates directly on you device, subscribe now.

ଢେଙ୍କାନାଳ: ଆଗାମୀ ମାର୍ଚ୍ଚ ମାସରେ ହେବାକୁ ଥିବା ନବମ ମହିମା ଜ୍ୟୋତିଯାତ୍ରା ପାଇଁ ବିଭିନ୍ନ ଗନ୍ତବ୍ୟ ସ୍ଥାନରେ ଜ୍ୟୋତିଯାତ୍ରା ପରିଚାଳନା ପକ୍ଷରୁ ପ୍ରସ୍ତୁତି ବୈଠକମାନ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ମହିମା ଜ୍ୟୋତିଯାତ୍ରା ପରିଚାଳନା ପରିଷଦର ଅଧ୍ୟକ୍ଷ ଶ୍ରୀମଦ୍ ରଘୁନାଥ ବାବା, ମୁଖ୍ୟ ସଂଯୋଜକ ପ୍ରଦୁ୍ୟମ୍ନ ରଥ, ଆବାହକ ପ୍ରଶାନ୍ତ ମହାପାତ୍ର ଓ ଯୋରନ୍ଦା ଗାଦିପୀଠର କରୁଣାକର ବାବା ବିଭିନ୍ନ ଗ୍ରାମର ବୈଠକରେ ଯୋଗଦେଇଥିଲେ । ଅନୁଗୁଳ ବ୍ଲକ୍ ଅନ୍ତର୍ଗତ ବେଡା ଶାସନ ପଂଚାୟତର ହମାମୀରା ଗ୍ରାମରେ ଥିବା ପ୍ରାକୃତିକ ଶୋଭା ମଣ୍ଡିତ ମହିମା ଟୁଙ୍ଗି ପରିକ୍ରମା, ଇଙ୍କରବନ୍ଧ ପଂଚାୟତର ସାରଙ୍ଗପୁର ଓ ସାନକଞ୍ଜନି ଗ୍ରାମ ଏବଂ ଶେଷରେ ଅନୁଗୁଳ ସହର ଉପକଣ୍ଠ ବଅଁରପାଳ ବ୍ଲକ୍ର ଶାକସିଙ୍ଗା ପଂଚାୟତ ମୁଖ୍ୟାଳୟ ଶାକସିଙ୍ଗା ଗ୍ରାମର ମହିମା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସହ ଜ୍ୟୋତିଯାତ୍ରା ସଂକ୍ରାନ୍ତ ମତବିନିମୟ ହୋଇଥିଲା ।

ମହିମା ବ୍ରହ୍ମଜ୍ୟୋତି ଢେଙ୍କାନାଳ ଗଁଦିଆ ବ୍ଲକ୍ କାଲୁରିଆ ଗ୍ରାମରୁ ବାହାରି ପ୍ରଥମେ ହମାମୀରାରେ ପହଁଚିବ । ଏହାପରେ ବ୍ରହ୍ମଜ୍ୟୋତି ସାରଙ୍ଗପୁର ହୋଇ ସାନକଞ୍ଜନି ଗ୍ରାମକୁ ଆସିବ । ସେଠାରେ ମହିମା ସାଧୁ ଓ ସହଯାତ୍ରୀ ଭକ୍ତମଣ୍ଡଳୀଙ୍କ ପାଇଁ ଆତ୍ମସେବାର ବ୍ୟବସ୍ଥା କରାଯିବା ପରେ ବ୍ରହ୍ମଜ୍ୟୋତି ସାୟଂକାଳ ମଧ୍ୟରେ ଶାକସିଙ୍ଗାର ଭବ୍ୟ ମହିମା ମନ୍ଦିରରେ ପହଁଚିବେ । ସେଠାରେ ଜ୍ୟୋତିଯାତ୍ରୀ ଦଳଙ୍କ ରାତ୍ରି ରହଣି ହେବା ସହ ମହିମା ଧର୍ମସଭା ଅନୁଷ୍ଠିତ ହେବ ।

 ପରଦିନ ବ୍ରହ୍ମଜ୍ୟୋତିଙ୍କ ଗ୍ରାମ ପରିକ୍ରମା ଓ ଆତ୍ମସେବା ପରେ ଜ୍ୟୋତିଯାତ୍ରୀ ଦଳ ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ୍ର ମାନପୁର, କୁରୁଂଟି ଓ ଖଡଗପ୍ରସାଦ ହୋଇ ଆଦ୍ୟପୀଠ ତପୋବନକୁ ପ୍ରତ୍ୟାବର୍ତନ କରିବେ । ହମାମୀରା ଠାରେ ମହିମାଭକ୍ତ ଦେବରାଜ ସାହୁ, ନିଧି ସାହୁ ଓ ଜହର୍ଲାଲ୍ ସାହୁ ପ୍ରମୁଖ, ସାରଙ୍ଗପୁରରେ ବାସୁଦେବ ସାହୁ, ସୁବାଷ ସାହୁ, ଧୃବଚରଣ ସାହୁ, ପ୍ରହ୍ଲାଦ ସାହୁ, ଦିଲ୍ଲେଶ୍ୱର ସାହୁ, ଭୀମ୍ସେନ୍ ସାହୁ ଓ ଦୁଃଖବନ୍ଧୁ ବେହେରା ପ୍ରମୁଖ ଏବଂ ସାନକଞ୍ଜନୀ ଗ୍ରାମରେ ଶଙ୍କର୍ଷଣ ପ୍ରଧାନ, ସର୍ବେଶ୍ୱର ସାହୁ, ଦୁର୍ଯେ୍ୟାଧନ ପ୍ରଧାନ, କୃତିବାସ ପ୍ରଧାନ, ବୁଦ୍ଧଦେବ ବେହେରା, ଚନ୍ଦ୍ରମଣି ସାହୁ, ଚୈତନ୍ୟ ସାହୁ, ବ୍ରଜବନ୍ଧୁ ସାହୁ, ହୃଦାନନ୍ଦ ପ୍ରଧାନ ଓ ପ୍ରତାପ କୁମାର ବେହେରା ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ । ଶାକସିଙ୍ଗା ଗ୍ରାମରେ ମହିମା ଭକ୍ତ ସର୍ବଶ୍ରୀ ଦୀନବନ୍ଧୁ ପ୍ରଧାନ, ଦୈତାରୀ ପ୍ରଧାନ, ରତ୍ନାକର ନାୟକ, ଶରତ ଚନ୍ଦ୍ର ନାୟକ, ଭରତ ପ୍ରଧାନ, ସଂସାର ନାୟକ, ଭଜମନ ଦେହୁରୀ ଓ ମହିମା ଟୁଙ୍ଗୀର ତତ୍ୱାବଧାରକ ତ୍ରିନାଥ ବାବା ପ୍ରମୁଖ ଆଲୋଚନାରେ ଭାଗ ନେଇ ଜ୍ୟୋତିଯାତ୍ରାକୁ ସଫଳ କରିବା ପାଇଁ ସମସ୍ତ ସହଯୋଗର ପ୍ରତିଶ୍ରୁତି ଦେଇଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.