Take a fresh look at your lifestyle.

ମହିମା ଧର୍ମର ଗାଦିପୀଠ “”ଯୋରନ୍ଦା”କୁ କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ମାନ୍ୟତା ମିଳୁ

ରେଳ ଚଳାଚଳ ସୁଯୋଗ ସୃଷ୍ଟି ପାଇଁ ସାଂସଦଙ୍କୁ ଦାବିପତ୍ର

0 22

Get real time updates directly on you device, subscribe now.

ଢେଙ୍କାନାଳ: ବିଶ୍ୱରେ ଏକ ସ୍ୱତନ୍ତ୍ର ଧର୍ମଦର୍ଶନ ଭାବେ ସ୍ୱୀକୃତିପ୍ରାପ୍ତ ମହିମା ଧର୍ମର ଗାଦିପୀଠ “”ଯୋରନ୍ଦା”କୁ କେନ୍ଦ୍ର ସରକାର ସ୍ୱତନ୍ତ୍ର ମାନ୍ୟତା ଦିଅନ୍ତୁ ବୋଲି “”ଢେଙ୍କାନାଳ ଜିଲା ସକ୍ରିୟ ନାଗରିକ ପରିଷଦ” ପକ୍ଷରୁ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଚଳିତ ସଂସଦୀୟ ଅଧିବେଶନରେ ଏହି ପ୍ରସଙ୍ଗ ଉଠାଇବାକୁ ସେ ସାହୁଙ୍କୁ ପରିଷଦ ପକ୍ଷରୁ ନିବେଦନ କରାଯାଇଛି । ଭାରତରେ ବୌଦ୍ଧ, ଜୈନ, ଶିଖ୍, ଖ୍ରୀଷ୍ଟ ଓ ଇସ୍ଲାମ୍ ଆଦି ପନ୍ଥର ସ୍ୱତନ୍ତ୍ର ମାନ୍ୟତା ବହନ କରୁଥିବା ଧର୍ମସ୍ଥଳୀ ଥିବାବେଳେ ମହିମା ପନ୍ଥର ଗାଦିପୀଠ ଏଥିରୁ ବଂଚିତ ହୋଇଛି । ଏଠାକୁ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ମୁଖ୍ୟ ମୋହନ ଭାଗବତ୍ଜୀ, କେ. ଏସ ସୁଦର୍ଶନ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓଡିଆ ପୁଅ ଧର୍ମେନ୍ଦ୍ର ପ୍ରଧାନ ଆସିଛନ୍ତି । ବର୍ତମାନର କେନ୍ଦ୍ର ରେଳମନ୍ତ୍ରୀ ଦାୟିତ୍ୱରେ ମଧ୍ୟ ଓଡିଆ ରାଜ୍ୟସଭା ସଦସ୍ୟ ଅଶ୍ୱିନୀ ବୈଷ୍ଣବ ରହିଛନ୍ତି ।

ଏହି ପରିପ୍ରେକ୍ଷୀରେ ଢେଙ୍କାନାଳରୁ ଯୋରନ୍ଦା ୨୫ କି.ମି. ରାସ୍ତାକୁ ରାଜ୍ୟ ରାଜପଥର ମାନ୍ୟତା ଦିଆଯିବା ସହ ରାସ୍ତାର ଦୋହରିକରଣ କରାଯାଉ । ବିଶେଷକରି ଏଠାକୁ ଢେଙ୍କାନାଳର ଯୋରନ୍ଦା ରୋଡ୍ ଷ୍ଟେସନ୍ ଠାରୁ ୨୦ କିମି. ଦୀର୍ଘ ରେଳପଥ ନିର୍ମାଣ କରାଯାଇ ଏହାକୁ ଜାତୀୟ ରେଳ ମାନଚ୍ଚିତ୍ରରେ ସ୍ଥାନ ଦିଆଯାଉ । ରେଳମନ୍ତ୍ରୀ ମମତା ବାନାର୍ଜୀଙ୍କ ସମୟରେ ଆଦର୍ଶ ଷ୍ଟେସନ୍ର ମାନ୍ୟତା ପାଇଥିବା ଢେଙ୍କାନାଳ ଷ୍ଟେସନ୍ର ଆଧୁନିକୀକରଣ କରାଯିବା ସହ ଷ୍ଟେସନ୍ ପ୍ରବେଶପଥକୁ ମହାପ୍ରଭୁ ଚନ୍ଦ୍ରଶେଖରଜୀଉଙ୍କ ମନ୍ଦିର ଢାଞ୍ଚାରେ ନିର୍ମାଣ କରାଯାଉ ।

ତାଳଚେର-ନିର୍ଗୁଣ୍ଡି ସେକ୍ସନ୍ରେ ଥିବା ଢେଙ୍କାନାଳ ଷ୍ଟେସନ୍ଠାରୁ ଅନୁଗୁଳ-ସୁକିନ୍ଦା ରେଳ ଲାଇନ୍ର କାମାକ୍ଷାନଗରକୁ ୩୨ କି.ମି. ଦୂରତାରେ ଲୁପ୍ଲାଇନ୍ ଭାବେ ରେଳ ସଂଯୋଗ ଦିଆଯାଉ । ପୁରୀ-ତାଳଚେର ପାସେଞ୍ଜର ଟ୍ରେନ୍କୁ କଣିହାଁ ଯାଏ ସଂପ୍ରସାରଣ କରିବା ସହ ପୁରୀ-କଟକ ସଟ୍ଆଉଟ୍ ଟ୍ରେନ୍କୁ ଢେଙ୍କାନାଳ ଯାଏଁ ସଂପ୍ରସାରଣ କରାଯାଉ । ଅନୁଗୁଳ ଠାରୁ ନିର୍ଗୁଣ୍ଡି ଜଂକ୍ସନ୍ ଦେଇ ହାଓଡାକୁ “”ବାଜିରାଉତ ଏକ୍ସପ୍ରେସ୍” ଚଳାଯାଉ । କେନ୍ଦ୍ରର ଆକାଂକ୍ଷୀ ଜିଲା ଭାବେ ଢେଙ୍କାନାଳର ୧୨ଲକ୍ଷ ଅଧିବାସୀଙ୍କ ପାଇଁ ତୁରନ୍ତ ମେଡିକାଲ କଲେଜ୍ ଖୋଲିବାକୁ ପଦକ୍ଷେପ ନିଆଯାଉ । ଅମୃତ ସହର ଭାବେ ମାନ୍ୟତା ପ୍ରାପ୍ତ ଢେଙ୍କାନାଳରେ ଏକ ସଫ୍ଟଓୟାର ପାର୍କ ସ୍ଥାପନା କରାଯାଉ । ଗଡଜାତ ଗାନ୍ଧି ସାରଙ୍ଗଧରଙ୍କ ଜନ୍ମସ୍ଥାନ ଢେଙ୍କାନାଳରେ “”ମହାରାଜା ଭଗିରଥ ଗଡଜାତ ବିଶ୍ୱ ବିଦ୍ୟାଳୟ” ସ୍ଥାପନା ହେଉ । ୧୮୬୦ ମସିହାରେ ମହାରାଜା ଭଗିରଥଙ୍କ ଉଦ୍ୟମରେ ରାଜ୍ୟର ୩୬ ଗଡଜାତ ମଧ୍ୟରୁ ଶିକ୍ଷା କ୍ଷେତ୍ରରେ ଢେଙ୍କାନାଳର ଭିତି ବେଶ୍ ସୁଦୃଢ ରହିଥିଲା ଏବଂ ଓଡିଆ, ଇଂରାଜୀ ଓ ସଂସ୍କୃତର ତ୍ରିଭାଷୀ ଶିକ୍ଷାଦାନ ପ୍ରଚଳିତ ଥିଲା । ଏସବୁ ପ୍ରସଙ୍ଗ ସଂସଦରେ ଉଠାଇବା ପାଇଁ ଅନୁରୋଧ କରି ସକ୍ରିୟ ନାଗରିକ ପରିଷଦ ପକ୍ଷରୁ ସଭାପତି ପ୍ରଦୁ୍ୟମ୍ନ ରଥ, ଉପସଭାପତି ଅଖିଳ ମହାପାତ୍ର, ଓ କୋଷାଧ୍ୟକ୍ଷ ମହେନ୍ଦ୍ର କୁମାର ସାହୁ ସାଂସଦ ମହେଶ ସାହୁଙ୍କୁ ତାଙ୍କ ଢେଙ୍କାନାଳ କାର୍ଯ୍ୟାଳୟରେ ଭେଟି ଏହି ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.