Take a fresh look at your lifestyle.

୫୫ ନମ୍ବର ଜାତୀୟ ରାଜପଥ ଅବରୋଧ

0 27

Get real time updates directly on you device, subscribe now.

ଢେଙ୍କାନାଳ: ଜାତୀୟ ରାଜପଥ (ଏନ୍ ଏଚ୍ ଏ ଆଇ) କତୃପକ୍ଷ ଙ୍କ55 ନମ୍ବର ଜାତୀୟ ରାଜପଥ ନିର୍ମାଣ ରେ ଅବହେଳା ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି | ରାଜପଥ ମରାମତି, ନିୟମିତ ପାଣି ସିଞ୍ଚିବା ଆଦି ଦାବି ରେ ଗୁରୁବାର କଲେଜ ବାଇପାସ ନିକଟ ରେ ଦୁଇ ଘଣ୍ଟିଆ ରାଜପଥ ଅବରୋଧ କରିଛନ୍ତି କାଠଗଡା ଓ ଆନନ୍ଦ ନଗର ଅଞ୍ଚଳବାସୀ | ଠିକା ସଂସ୍ଥାର ପ୍ରକଳ୍ପ ପରିଚାଳକ ଙ୍କ ପ୍ରତିଶୃତି ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା |
ପ୍ରକାଶ ଯେ, ଜାତୀୟ ରାଜପଥ ପ୍ରାଧିକରଣ  ଗାୟତ୍ରୀ କଷ୍ଟ୍ରକସନ  ସଂସ୍ଥା କୁ 55 ନଂ ଜାତୀୟ ରାଜପଥ ନିର୍ମାଣ ଠିକା ଦେଇଛନ୍ତି ,ଜାତୀୟ ରାଜପଥ 55 ର 4ଲେନ କାମକୁ 3ବର୍ଷରେ ସାରିବା ପାଇଁ ଠିକାଦାର ସହିତ ସରକାରଙ୍କ ଚୁକ୍ତି ହୋଇଥିଲା|  କିନ୍ତୁ କାମ ନ ସାରିବାରୁ ଆହୁରି 1ବର୍ଷ ସମୟ ଦିଆଗଲା l ଠିକାଦାରଙ୍କ ମନ୍ଥର କାମ ଯୋଗୁ ଆହୁରି 70ଭାଗ କାମ ବାକି ଅଛି l ଏ କାମ କେବେ ସରିବ ନା ରାଜନେତା ନା ପ୍ରଶାସନ କେହି ଜାଣନ୍ତି ନାହିଁ l ଢେଙ୍କାନାଳ ସହର ଆନନ୍ଦ ନଗର ଠାରୁ କଲେଜ ବାଇପାସ ଛକ ରାସ୍ତା ଅତି ଶୋଚନୀୟ ଅବସ୍ଥାରେ ଅଛି l  ଏହାର ପ୍ରତିବାଦ ରେ ଆଜି ଲୋକ ମାନେ ରାଜପଥ ଅବରୋଧ କରାଯାଇଥିଲା |


ପ୍ରଶାସନ ତା’ପଣତକାନି ତଳେ ମୁଁହ ଲୁଚେଇ ରଖିଥିବା କଣ୍ଟ୍ରାକ୍ଟର୍ ଗାୟତ୍ରୀ କନଷ୍ଟ୍ରକସନ୍ ର ବେଖାତିର ମନୋଭାବ ତଥା କେନ୍ଦ୍ର ସରକାରଙ୍କର ନୀରବତା ର ପ୍ରତିଫଳନ ସ୍ଵରୁପ ଦୀର୍ଘ ବହୁଦିନ ଧରି କଷ୍ଟ ଯନ୍ତ୍ରଣା ଭୋଗ କରୁଥିବା ସ୍ଥାନୀୟ ଅଧିବାସୀ ତଥା ଢେ଼ଙ୍କାନାଳ ଜନସାଧାରଣ ଓ ରାଜପଥ ଉପରେ ନିର୍ଭର କରୁଥିବା ଜନସାଧାରଣ ଙ୍କ ଆକ୍ରୋଶ ଲାଗି ରାଜପଥ ଦୀର୍ଘ ଦୁଇ ଘଣ୍ଟା ଧରି ଅଚଳ ହେଇପଡିଥିଲା।ଘଣ୍ଟାଧରି ରାସ୍ତା ଅବରୋଧ ହେଲାପରେ ବି ପ୍ରଶାସନ ପାଖରେ କୈାଣସି ଖବର ନ ଥିଲା । ସ୍ଥାନୀୟ ଲୋକଙ୍କର ଆକ୍ରୋଶ ଓ ସାମ୍ବାଦିକଙ୍କ ଚାପ ରେ ଗାୟତ୍ରୀ କନଷ୍ଟ୍ରକସନ୍ ର ସ୍ଥାନୀୟ ମୂଖ୍ୟ ସମସ୍ତଙ୍କ ଆଗରେ ଲିଖିତ ପ୍ରତିଶୃତି ଦେବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା |ଆଗାମୀ ଚାରିଦିନ ଭିତରେ ଉକ୍ତ ରାଜରାସ୍ତାକୁ ସଜାଡି ଦେବେ ତା’ସହିତ ପ୍ରତିଦିନ ଚାରିଥର ଲେଖାଏଁ ଜଳସିଚନ କରିବେବୋଲି ଠିକା ସଂସ୍ଥା କହିଛି |
ଯଦି ଏ ସମସ୍ତ ର ବ୍ୟତିକ୍ରମ ଘଟେ ତେବେ ପରିଣାମ ଭୟାବହ ହେବ ବୋଲି ସ୍ଥାନୀୟ ଜନସାଧାରଣ ଗାୟତ୍ରୀ କନଷ୍ଟ୍ରକସନ୍ କୁ ସଚେତନ କରାଇ ଦେଇଛନ୍ତି।ପ୍ରଶାସନ ଶୁଣୁ ନ ଶୁଣୁ ଜନସାଧାରଣ ନିଜର ସାମ୍ବିଧାନିକ ଅଧିକାର ହାସଲ ପାଇଁ କାହାର ଗୋଡମାଲିସ ନ କରିବାପାଇଁ ବଦ୍ଧପରିକର ହୋଇ ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରିବ ବୋଲି ଜ୍ୟୋତି ରଞ୍ଜନ ମହାପାତ୍ର,ଆଡଭୋକେଟ ସୁରେନ୍ଦ୍ର ମିଶ୍ର,ମାନସ ରଞ୍ଜନ ଦାଶ,ମୁସ୍ତାକ ଆବିଦ୍ ,ଆଲୋକ ସାହୁ, ରଞ୍ଜନ ମହାପାତ୍ର ଅନେକ ସଚେତନ ଅଧିବାସୀ ଚେତାବନୀ ଦେଇଛନ୍ତି।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.