Take a fresh look at your lifestyle.

ବାଲିପଟା ହାଇସ୍କୁଲ ଛାତ୍ରୀନିବାସରୁ ୧୦ କରୋନା ଆକ୍ରାନ୍ତ ଚିହ୍ନଟ

ଆବାସିକ ସ୍କୁଲରେ ୧୦ଦିନ ଓ ଅଣଆବାସିକ ସ୍କୁଲରେ ମାସକୁ ଥରେ ଆଟ୍ପିସିଆର୍ ଟେଷ୍ଟ

0 3

Get real time updates directly on you device, subscribe now.

ଅନୁଗୁଳ : ଅନୁଗୁଳ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ବିଦ୍ୟାଳୟ ଓ ଛାତ୍ରାବାସରେ କରୋନା ସ୍କିନିଂ ଆରମ୍ଭ ହୋଇଛି । ଏହି କ୍ରମରେ ଛେଣ୍ଡିପଦା ବ୍ଳକର ବାଲିପଟା ପଂଚାୟତ ଉଚ୍ଚ ଆବାସିକ ବିଦ୍ୟାଳୟ ଛାତ୍ରୀନିବାସରୁ ୧୦ଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଛାତ୍ରୀନିବାସର ୬୩ ଛାତ୍ରୀଙ୍କ ମଧ୍ୟରୁ ୧୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଏହି ଦୃଷ୍ଟିରୁ ସଂକ୍ରମଣ ପ୍ରତିହତ ପାଇଁ ଜିଲ୍ଲାର ସମସ୍ତ ଆବାସିକ ଓ ଅଣଆବାସିକ ବିଦ୍ୟାଳୟରେ ଆର୍ଟିପିସିଆର୍ ପରୀକ୍ଷା କରିବାକୁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସ୍ୱାସ୍ଥ୍ୟ ବିଭାଗକୁ ନିଦେ୍ର୍ଦଶ ଦେଇଛନ୍ତି । ଜିଲ୍ଲାର ସମସ୍ତ ଆବାସିକ ବିଦ୍ୟାଳୟରେ ପ୍ରତି ୧୦ଦିନ ଅନ୍ତରରେ ଥରେ ଓ ଅଣଆବାଶିକ ବିଦ୍ୟାଳୟରେ ମାସକୁ ଥରେ ଆଟ୍ପିସିଆର୍ ଟେଷ୍ଟ କରିବାକୁ ଜିଲ୍ଲାପାଳ କହିଛନ୍ତି । ୧୮ବର୍ଷରୁ ଉଦ୍ଧ୍ୱର୍ ସମସ୍ତେ ପ୍ରଥମ ଓ ଦ୍ୱିତୀୟ ଡୋଜ୍ ଟିକା ନେବା ସହ ୧୮ବର୍ଷରୁ କମ୍ ଯୁବକ ଯୁବତୀମାନେ ସରକାରଙ୍କ ଗାଇଡଲାଇନ୍ କଡ଼ାକଡ଼ି ଭାବେ ପାଳନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.