Take a fresh look at your lifestyle.

ସନ୍ଧ୍ୟା ସୂର୍ଯ୍ୟଙ୍କୁ ଅସ୍ତ ଶିଖାଏ-ଲକ୍ଷ୍ୟ ଜୀବନକୁ ବ୍ୟସ୍ତ ଶିଖାଏ

ପଞ୍ଚାୟତ ସମିତି କଲେଜ ରାଜନୀତି ବିଜ୍ଞାନ ବିଭାଗରେ ସ୍ୱାଗତ ସମ୍ବର୍ଦ୍ଧନା

0 62

Get real time updates directly on you device, subscribe now.

ଓଡ଼ାପଡ଼ା: ଓଡ଼ାପଡ଼ା ପଞ୍ଚାୟତ ସମିତି ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗର ଯୁକ୍ତ୩ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ତପନ କୁମାର ପଣ୍ଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସନ୍ଧ୍ୟା ସୂର୍ଯ୍ୟଙ୍କୁ ଅସ୍ତ ଶିଖାଏ-ଲକ୍ଷ୍ୟ ଜୀବନକୁ ବ୍ୟସ୍ତ ଶିଖାଏ, ଦୃଢ଼ ସଂକଳ୍ପରେ ଲକ୍ଷ୍ୟପ୍ରାପ୍ତି ହୁଏ ବୋଲି କହିଥିଲେ । ଛାତ୍ରଛାତ୍ରୀମାନଙ୍କର ବିକାଶ ପାଇଁ ଆଚରଣ ହିଁ ନିହାତି ଜରୁରୀ ବୋଲି କହିଥିଲେ ।

ରାଜନୀତି ବିଜ୍ଞାନ ମୁଖ୍ୟ ଡଃ ମାନସୀ କର ଛାତ୍ରଛାତ୍ରୀଙ୍କୁ କଠିନ ପରିଶ୍ରମ ମାଧ୍ୟମରେ ନିଶ୍ଚୟ ସଫଳତା ଅର୍ଜନ କରିବ ବୋଲି କହିଥିଲେ । ମହାବିଦ୍ୟାଳୟର ଅଧ୍ୟାପକ ରଞ୍ଜନ କୁମାର ସାହୁ ଉପସ୍ଥିତ ରହି ଛାତ୍ରଛାତ୍ରୀମାନେ ଅଧ୍ୟୟନରେ ମନଯୋଗୀ ହେବାକୁ କହିଥିଲେ । ପରେ ପରେ ଯୁକ୍ତ ୩ ପ୍ରଥମ ବର୍ଷର ନୂତନ ଛାତ୍ରଛାତ୍ରୀମାନେ ନିଜ ନିଜର ପରିଚୟ ଦେଇଥିଲେ । +୩, ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀମାନେ ନୂତନ ବର୍ଷର ଛାତ୍ରଛାତ୍ରୀଙ୍କୁ ଭଲ ପାଠପଢ଼ି ସମୟ ଅନୁସାରେ ଭଲ କାର୍ଯ୍ୟ କରିବା ପାଇଁ ଉପଦେଶ ଦେଇଥିଲେ । ଯୁକ୍ତ୩ ତୃତୀୟ ବର୍ଷର ଛାତ୍ରୀଛାତ୍ରମାନେ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.