Take a fresh look at your lifestyle.

ଆକ୍ରୋଶମୂଳକ ଆକ୍ରମଣ ନେଇ ଜିଲ୍ଲାର ସାମ୍ବାଦିକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ

ଜିଲ୍ଲା ପ୍ରଶାସନ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ବିବାଦ

0 22

Get real time updates directly on you device, subscribe now.

ଅନୁଗୋଳ: ଜିଲ୍ଲା ପ୍ରଶାସନ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ଉପୁଜିଥିବା ବିବାଦ ଏବଂ ତତଜନିତ ସମ୍ବାଦ ପରିବେଷଣ ଯୋଗୁଁ ଅନୁଗୋଳ ଡ଼ିଷ୍ଟ୍ରିକ୍ଟ ୟୁନିୟନ ଅଫ ଜର୍ନାଲିଷ୍ଟର କାର୍ଯ୍ୟକାରୀ ସଭାପତିଙ୍କୁ ଘନ ଘନ ଆକ୍ରୋଶମୂଳକ ଆକ୍ରମଣ ଘଟଣା ନେଇ ଜିଲ୍ଲାର ସାମ୍ବାଦିକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ପ୍ରଶାସନ ଚାପରେ ସାମ୍ବାଦିକ ତଥା ଆଇନଜୀବୀ ସଂଜୀବ କୁମାର ମାଣ୍ଡୋଠିଆଙ୍କ ଘରକୁ ପୌରନିର୍ବାହୀ ଅଧିକାରୀ ଦୁଇ ଦୁଇଥର ସୂର୍ଯ୍ୟାସ୍ତ ପରେ ଯିବା ଓ ତାଙ୍କୁ ଧମକ ଚମକ ଦେବାକୁ ନେଇ ଶ୍ରୀ ମାଣ୍ଡୋଠିଆ ଅଭିଯୋଗ କରିଥିବା ବେଳେ ଏହାର ସତ୍ୟାସତ୍ୟ ନିମିତ ଭିଡ଼ିଓ କ୍ଲିପ ଭାଇରାଲ କରିଛନ୍ତି ।

ତେବେ ସେ ହୋଲଡ଼ିଂ ଟାକ୍ସ ନଦେବା ଏବଂ ଜମି ଜବରଦଖଲ କରିବା ଯଦି ସତ୍ୟ ହୋଇଥାଏ ତାହାକୁ ଅଇନ ଅନୁମୋଦିତ ପନ୍ଥାରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ସମାଧାନର ବ୍ୟବସ୍ଥା ରହିଛି । ମାତ୍ର ଉଦେ୍ଦଶ୍ୟମୂଳକ ଭାବେ ଜାତୀୟ ରାଜପଥ କଡ଼ରେ ବହୁ ଦୋକାନ ରହିଥିବାବେଳେ ସ୍ୱୟଂ ଶ୍ରୀ ମଲ୍ଲିକ ଘଟଣାସ୍ଥଳକୁ ଯାଇ ଜନସାଧାରଣଙ୍କ ସାମ୍ନାରେ ଦୁଃବ୍ୟବହାର କରିବା ଓ ଗାଳିଗୁଲଜ କରିଥିବା ଶ୍ରୀ ମାଣ୍ଡୋଠିଆ ଅଭିଯୋଗ କରିଥିଲେ । ଏନେଇ ଆଲୋଚିତ ଏକ ବୈଠକରେ ଏଡ଼ିୟୁଜେ ନିନ୍ଦା କରିଛି ।

ଅନ୍ୟପକ୍ଷରେ ଶ୍ରୀ ମାଣ୍ଡୋଠିଆ ଥାନାରେ ଶ୍ରୀ ମଲ୍ଳିକଙ୍କ ବିରୋଧରେ ଏତଲା ଦେଇଥିଲେ ମଧ୍ୟ ୪୮ ଘଂଟାରୁ ଉଦ୍ଧ୍ୱର୍ ସମୟ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନହେବା କି ଏତଲା କପି ସଂପୃକ୍ତ ପକ୍ଷଙ୍କୁ ନଦେବା ଘଟଣାକୁ ଏଡ଼ିୟୁଜେ ଦୃଢ଼ ନିନ୍ଦା କରିଛି । ସୂଚନା ଯୋଗ୍ୟ ଯେ, ଆଜି ପୌରନିର୍ବାହୀ ଅଧିକାରୀ ଏବଂ ପୋଲିସ ସଦଳବଳ ଯାଇ ହୁଲୁରିସିଂହା ଛକଠାରେ ଜବରଦଖଲ ଉଚ୍ଛେଦରେ ଶ୍ରୀ ସଂଞ୍ଜିବ ମାଣ୍ଡୋଠିଆଙ୍କ ଘର ସମ୍ମୁଖ ଏବଂ ତଳେ ଥିବା ଡ଼୍ରେନ ପାଖାପାଖି ଉଚ୍ଛେଦ କରିଛନ୍ତି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.