Take a fresh look at your lifestyle.

କାମାକ୍ଷାନଗରରେ ଜିଲାପାଳଙ୍କ କରୋନା ସମୀକ୍ଷା ବୈଠକ

କୋଭିଡ ହସପିଟିଲାର ସ୍ଥିତି ପରଖିଲେ

0 32

Get real time updates directly on you device, subscribe now.

ଢେଙ୍କାନାଳ :ଢେଙ୍କାନାଳ ଜିଲାପାଳ ସରୋଜ କୁମାର ସେଠୀ କାମାକ୍ଷାନଗର ଗସ୍ତ କରିବା ସହିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ କରୋନା ସମ୍ପର୍କରେସମୀକ୍ଷା କରିଥିବାର ଜଣାପଡିଛି । କରୋନା ଭୁତାଣୁର ଭୟାବହତାକୁ ଦୃଷ୍ଟିରେ ରଖି ସରକାରଙ୍କର ସମସ୍ତ ଗାଇଡଲାଇନକୁ କଡାକଡି ଭାବରେ ପାଳନ କରିବା ପାଇଁ ଉପଖଣ୍ଡର ସମସ୍ତ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଥିଲେ ।

ଏହି ବୈଠକରେ କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ,ବିଡିଓ ବିକାଶ କୁମାର ମହାନ୍ତି,ଏସଡିପିଓ ରଞ୍ଜନ କୁମାର ଦେ,ଥାନାଧିକାରୀ,ସିଡିପିଓଙ୍କ ସହିତ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ଏହା ପରେ ଜିଲ୍ଲାପାଳ କାମାକ୍ଷାନଗର ସବଜେଲକୁ ଯାଇ ସେଠାରେ ଆନୁସଙ୍ଗିକ ବ୍ୟବସ୍ଥାର ସମୀକ୍ଷା କରିବା ସହିତ ସାରଙ୍ଗଧର ଷ୍ଟାଡିୟମରେ ନୂତନ ଭାବରେ ନିର୍ମାଣ କରାଯାଉଥିବା କୋଭିଡ ହସପିଟିଲାର ସ୍ଥିତି ପରଖିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.