Take a fresh look at your lifestyle.

୧୧ ଦଫା ଦାବୀରେ ଡ୍ରାଇଭର ସଙ୍ଘର ବୈଠକ

0 11

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଳ ଜିଲା ଓଡାପଡା ବ୍ଲକ ସମିନଇ ପଞ୍ଚାୟତ ସିମିନଇ ଯାତ୍ରା ପଡିଆଠାରେ ଓଡିଶା ଡ୍ରାଇଭର ମହାସଙ୍ଘର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଡ୍ରାଇଭର ମାନଙ୍କର ବିଭିନ୍ନ ସମସ୍ୟ ସମ୍ପର୍କରେ ଆଲୋଚନା କରାଯିବା ସହିତ ୧୧ ଦଫା ଦାବୀ ସମ୍ପର୍କରେ ଅବଗତ କରାଯାଇଥିଲା ।

ଓଡାପଡା ବ୍ଲକ ସଭାପତି ଦିଲ୍ଲିପ ସିଂହ,ସମ୍ପାଦକ ସମୀର ମହାପାତ୍ର,ସହସମ୍ପାଦକ ଛବୀନ୍ଦ୍ର ସେଠୀ, ବ୍ଲକ କୋଷାଧ୍ୟକ୍ଷ ଦେବରାଜ ବରାଳ ନିମନ୍ତ୍ରୀତ ଅତିଥି ଭାବରେ ଯୋଗଦେଇଥିଲେ । ଏହି ଅବସରରେ ଡ୍ରାଇଭର ମାନଙ୍କର ଏକ ଶୋଭାଯାତ୍ରା ପଞ୍ଚୁପଟି ଛକ ଠାରୁ ବାହାରୀ ବଜାର ପରିକ୍ରମା କରିଥିଲା । ଏହି ବୈଠକରେ ସଭାପତି ପ୍ରଦୁ୍ୟମ୍ନ ଭଞ୍ଜ, ଉପସଭାପତି ପବିତ୍ର ମହାରଣା, ସମ୍ପାଦକ ଗୌତମ ପ୍ରସାଦ ସାହୁ,କୋଷାଧ୍ୟକ୍ଷ ବିଷ୍ଣୁଚରଣ ରାଉତ, ଉପଦେଷ୍ଠା ରାହାସ ମହାନ୍ତିଙ୍କ ସହିତ ଙ୍କ ସହିତ ୧୫୦ ଜଣ ଡ୍ରାଇଭର ଯୋଗଦେଇଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.