Take a fresh look at your lifestyle.

ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳିତ

ଭଗବାନରଙ୍କର ସୃଷ୍ଟିରେ ସେମାନଙ୍କ ଅନେକ ପ୍ରତିଭା ଲୁକାୟିତ ରହିଛି

0 17

Get real time updates directly on you device, subscribe now.

ଢେଙ୍କାନାଳ : ସ୍ଥାନୀୟ ବାପୁଜୀ ସରକାରୀ ଉପ୍ରା ବିଦ୍ୟାଳୟ ଠାରେ ଶୁକ୍ରବାର ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ଏବିଇଓ ଅଦୈତ୍ୟ କୁମାର ସାମଲ ଓ ଦେବବ୍ରତ ନାଥଙ୍କ ତତ୍ୱାବଧାନରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କର ଏକ ସଚେତନତା ଶୋଭାଯାତ୍ରାକୁ ସଦର ବି.ଇ.ଓ. ବ୍ରହ୍ମାନନ୍ଦ ରାଉତ ଶୁଭାରମ୍ଭ କରିଥିଲେ । ତତ୍ପପରେ ଏବିଇଓ ଶ୍ରୀ ସାମଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ବିଇଓ ଶ୍ରୀ ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ।

ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନେ ଭଗବାନରଙ୍କର ସୃଷ୍ଟି ସେମାନଙ୍କ ଠାରେ ଅନେକ ପ୍ରତିଭା ଲୁକାୟିତ ଅବସ୍ଥାରେ ରହିଛି । ତାଙ୍କ ପ୍ରତିଭାକୁ ଚିହ୍ନଟକରି ଆବଶ୍ୟକ ସୁବିଧା ସୁଯୋଗ ପ୍ରଦାନ କରାଗଲେ ସେମାନଙ୍କର ବିକାଶ ହେବା ସହିତ ସେମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ପାରିବେ ବୋଲି ଅତିଥିମାନେ ମତପୋଷଣ କରିଥିଲେ । ଏହି ଅବସରରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ, ପ୍ରବନ୍ଧ, ବକୃତା, ଦିବ୍ୟାଙ୍ଗ ପ୍ରତିଭା ପ୍ରଦର୍ଶନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

ପ୍ରତିଯୋଗିତାରେ ସଦର ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରୁୁ ୧୦୦ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ଅପରାହ୍ନରେ ବିଇଓ ଶ୍ରୀ ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ଡିଇଓ ନିବେଦିତା ପାଣି ମୁଖ୍ୟ ଅତିଥିଭାଯେ ଯୋଗଦେଇ କୃତିଛାତ୍ର ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ଗୋଷ୍ଠୀ ସମ୍ବଳ ଶିକ୍ଷାର୍ଥୀ ଇତିଶ୍ରୀ ମହାନ୍ତି, ବୀଣାପାଣି ସେନାପତି, ସିଆରସିସି ପ୍ରଭାତି ବେହେରା ଓ ସୁବାଷିନୀ ମିଶ୍ର ଓ ପ୍ରମୋଦ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.