Take a fresh look at your lifestyle.

ନବଭାରତ ଭେଞ୍ଚରସ୍ ଲିମିଟେଡ୍ ସହାୟତାରେ ସ୍ୱେଛାସେବୀ ଅନୁଷ୍ଠାନ ଶୋଭା ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର

ନିମିଧା ରେ ସ୍ୱାସ୍ଥ୍ୟ ସେବା ଶିବିର

0 26

Get real time updates directly on you device, subscribe now.

ଢେଙ୍କାନାଳ : ଓଡାପଡା ବ୍ଲକ ଅନ୍ତର୍ଗତ ନିମିଧା ଗ୍ରାମରେ ସ୍ୱାସ୍ଥ୍ୟ ଶିବିର ମାଗଣା ଔଷଧ ଏବଂ ଚଷମା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ନବଭାରତ ଭେଞ୍ଚରସ୍ ଲିମିଟେଡ୍ ସହାୟତାରେ ସ୍ୱେଛାସେବୀ ଅନୁଷ୍ଠାନ ଶୋଭା ପକ୍ଷରୁ ଏହି ମାଗଣା ସ୍ୱାସ୍ଥ୍ୟ ଶିବିର ନିମିଧା ଗ୍ରାମର ସରକାରୀ ଉଚ୍ଚ୍ ପ୍ରାଥମିକ ବିଦ୍ୟାଳୟ ରିସରରେ ଅନୁଷ୍ଠିତ ହେଇଯାଇଛି । ପ୍ରାରମ୍ଭରେ ମୁଖ୍ୟ ଅତିଥି ଜିଲା ଶିଶୁ ସୁରକ୍ଷା ଅଧିକାରୀ ଅନୁରାଧା ଗୋସ୍ୱାମୀ ପ୍ରଦୀପ ପ୍ରଜ୍ଜଳନ କରି ଶିବିରକୁ ଉଦ୍ଘାଟନ କରିଥିଲେ ।

ଉଦ୍ଘାଟନ ଉସôବରେ ସମ୍ନାନୀୟ ଅତିଥି ଭାବରେ ଭି ରାମକୃଷ୍ଣ, ରାଧେଶ୍ୟାମ୍ ସିଂ, ଏସ୍.କେ.ଏମ୍. ହୁସେନ୍, ସରପଞ୍ଚ ସାଗରିକା ବେହେରା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଆଦିତ୍ୟ କୁମାର ମହାାତ୍ର ଏବଂ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀ ଯୋଗ ଦେଇଥିଲେ । ଶୋଭା ର ନିଦେ୍ର୍ଦଶକ ଉଦୟେନ୍ଦୁ ମିଶ୍ର ପ୍ରାରମ୍ଭିକ ଭାଷଣ ପ୍ରଦାନ କରିଥିଲେ ଏବଂ ଶୋଭା ତରଫରୁ  ରବିନାରାୟଣ ଷଡଙ୍ଗୀ ଧନ୍ୟବାଦ୍ ଅପର୍ଣ କରିଥିଲେ ।

ଉକ୍ତ ଶିବିରରେ ରକ୍ତ ଶର୍କରା, ରକ୍ତଚାପ, ହିମୋଗ୍ଲୋବିନ୍ , ବ୍ଲଡ୍ ଗ୍ରୁପିଂ , ମ୍ୟାଲେରିଆ ଇତ୍ୟାଦି ନିଶୁକ୍ଲ ଯାଞ୍ଚକରାଯାଇ ସ୍ତ୍ରୀ ରୋଗ , ଶିଶୁରୋଗ , ଭେଷଜ, ହୋମିଓ ପ୍ୟାଥିକ୍ ତଥା ଭୌତିକ ଚିକିତ୍ସା ବିଭାଗରେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ଯୋଗେଶ୍ୱର ମୁଳିଆ, ଡାକ୍ତର ସୁନିତା ବେହେରା, ଡାକ୍ତର ରେକେଶ ଜେନା, ଡାକ୍ତର ମାନସ ରଞ୍ଜନ ଦାସ, କୁମାରୀ ଇନା ମହାନ୍ତିଙ୍କ ଦ୍ୱାରା ୬୮ ଜଣ ସ୍ତ୍ରୀ ରୋଗ , ୪୭ ଜଣ ଶିଶୁ , ୧୮୫ ଭେଷଜ , ୧୨୨ ଜଣ ହୋମିଓ ପ୍ୟାଥିକ୍, ୨୯ ଜଣ ଭୌତିକ ଚିକିତ୍ସା, ସମୁଦାୟ ୫୩୬ ଜଣଙ୍କୁ ମାଗଣା ସ୍ୱାସ୍ଥ୍ୟ ଯାଂଚ କରାାଇଥିଲା ଏବଂ ଆବଶ୍ୟକ medicine ଓ ୮୫ ଜଣଙ୍କୁ ଚଷମା ସମ୍ପୂଣ୍ଣ ମାଗଣାରେ ବଣ୍୍ଟନ କରାଇଥିଲା ।

ଫାର୍ମାସିଷ୍ଟ କମଳେଶ୍ୱର ନାୟକ, ଅମିତ୍ କୁମାର ସାହୁ, ଷ୍ଟାପ୍ ନର୍ସ କୁମାରୀ ପ୍ରିତୀ ପ୍ରିୟଦର୍ଶନୀ ରାଉତ ଯୋଗଦେଇ ସମସ୍ତ ସ୍ୱାସ୍ଥ୍ୟ ସେବ ଯୋଗାଇଦେଇଥିଲେ । ଏହି ଅବସରରେ ସଖୀ ଏବଂ ଚାଇଲ୍ଡଲାଇନ ତରଫରୁ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.