Take a fresh look at your lifestyle.

କରୋନ ବାହାରିବା ପରେ ଚେତିଲା ପ୍ରଶାସନ

ମାସ୍କ ଯାଞ୍ଚ ପ୍ରକ୍ରିୟା କଡାକଡି କଲା

0 37
ଢେଙ୍କାନାଳ(ଦୀପକ ରଞ୍ଜନ ମିଶ୍ର):ଢେଙ୍କାନାଳର ପୌରାଞ୍ଚଳ ଦୁଇ ନମ୍ବର କୁଞ୍ଜକାନ୍ତରେ  ଥିବା ସାଇକୃପା ଆବାସିକ ମହାବିଦ୍ୟାଳୟରେ ତିନି ଦିନରେ ୫୬ ଜଣ ଛାତ୍ରଛାତ୍ରୀ କରୋନା ପଜେଟିଭ୍ ବାହାରିବା ପରେ କିଭଳି ସହରରେ କରୋନା ସଙ୍କ୍ରମଣ କମ୍ ହେବେ ସଚେତନତା ସହ ମାସ୍କ ଯାଞ୍ଚ କରିଛନ୍ତି ଜିଲା ପ୍ରସାଶନ । ଗତକାଲି ସନ୍ଧ୍ୟା ସମୟରେ ଜିଲ୍ଲାପାଳ ସରୋଜ କୁମାର ସେଠୀ ଢେଙ୍କାନାଳ ଟାଉନର ବିଭିନ୍ନ ଛକ ମାନଙ୍କରେ ମାସ୍କ ଯାଞ୍ଚ କରିବା ସହିତ କୋଭିଡ କଟକଣା ମାନି ମାସ୍କ ପରିଧାନ କରିବାପାଇଁ ଜନସାଧାରଣଙ୍କୁ ସଚେତନ କରାଇବା ସହିତ ମାସ୍କ ବଣ୍ଟନ ମଧ୍ୟ କରିଥିଲେ । ଏହି ଯାଞ୍ଚ ପ୍ରକ୍ରିୟା ରେ ଅତିରିକ୍ତ ଜିଲ୍ଲାପାଳ  ଶଶାଙ୍କ ଶେଖର ଦାଶ , ଅତିରିକ୍ତ ଆରକ୍ଷୀ ଅଧିକ୍ଷକ  ଶିଶୁରଞ୍ଜନ ମହାପାତ୍ର , ସଦର ଉପଜିଲ୍ଲାପାଳ ସୁଶ୍ରୀ ସ୍ନିଗ୍ଧାରଣୀ ଧଳ , ଉପଖଣ୍ଡ ଆରକ୍ଷୀ ଅଧିକାରୀ  ବିକାଶ ରଞ୍ଜନ ବେହେରା ,  ଟାଉନ ଥାନା ଅଧିକାରୀ ସୌଭାଗ୍ୟ କୁମାର ସ୍ବାଇଁ, ସଦର ଥାନା ଅଧିକାରୀ  ଅଭିନବ ଡାଳୁଆ ପୌର ନିର୍ବାହୀ ଅଧିକାରୀ ଶ୍ରୀ ଅତନୁ କୁମାର ସାମନ୍ତ , ଆପତି କାଳୀନ ଅଧିକାରୀ ଶ୍ରୀମତୀ ସ୍ନିଗ୍ଧାଛାୟା ମହାପାତ୍ର ସମେତ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ |

- Advertisement -

Leave A Reply

Your email address will not be published.