Take a fresh look at your lifestyle.

ସର୍ବୋଦୟ ଦିଶାଦର୍ଶନ ଶିବିର ଉଦ୍ଘାଟିତ

ବୁଦ୍ଧି ବିବେକ ଖଟାଇ ଯେକୌଣସି ବିଚାରକୁ ଗ୍ରହଣ କରିବା ଉଚିତ୍

0 25

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ ବଣସିଂହସ୍ଥିତ ଇଡିଅଟ୍ ତାଲିମ୍ ଗୃହରେ ତିନିଦିନିଆ ଦିଶାଦର୍ଶନ ଶିବିର ଶନିବାର ପୂର୍ବାହ୍ନରେ ଉଦ୍ଘାଟିତ ହୋଇଯାଇଛି । ବିଶିଷ୍ଟ ଗାନ୍ଧିବାଦୀ ତଥା ସର୍ବୋଦୟ ନେତ୍ରୀ କ୍ରୀଷ୍ଣା ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ ଶିବିରକୁ ଉଦ୍ଘାଟନ କରିଥିଲେ ।

ଗାନ୍ଧିଜୀ ଜଣେ ବିଦେଶୀ ଲେଖକଙ୍କ ଲେଖା ପ୍ରଭାବିତ ହୋଇ ସର୍ବୋଦୟ ବିଚାର ଉପରେ ଅଧିକ ଗବେଷଣା କରି ପୁସ୍ତକ ରଚନା କରିଥିଲେ । ଯେତେବେଳେ ସବୁ ବର୍ଗର ଲୋକଙ୍କର ବିକାଶ ହୋଇପାରିବ ସେ ଦିଗ ପ୍ରତି ସେ ବହିରେ ଉଲ୍ଲେଖ କରିଥିଲେ । ଶିବିରାର୍ଥୀମାନଙ୍କୁ କୌଣସି କଥାରେ ପଡି ପ୍ରଭାବିତ ନହୋଇ ନିଜ ବୁଦ୍ଧି ବିବେକ ଖଟାଇ ଯେକୌଣସି ବିଚାରକୁ ଗ୍ରହଣ କରିବା ଉଚିତ୍ ବୋଲି କହିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଢେଙ୍କାନାଳ ଗାନ୍ଧୀ ଅଧ୍ୟୟନ କେନ୍ଦ୍ରର ସଭାପତି ଡ. ଭବାନୀ ଶଙ୍କର ମିଶ୍ର, କାର୍ଯ୍ୟକାରୀ ସଭାପତି ସରୋଜ ଶତପଥୀ, କଲ୍ୟାଣ ଆନନ୍ଦ, ଶଙ୍କର ଭାଇ, ଡ. ବିଶ୍ୱଜିତ୍ ପ୍ରମୁଖ ଗାନ୍ଧି, ବିନବା ଭାବେ ଓ ଜୟପ୍ରକାଶଙ୍କ ବିଚାର ଉପରେ ଆଲୋକପାତ କରିଥିଲେ । ସାମ୍ବାଦିକ ଶିଶିର କୁମାର ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ଯୁବା ସଂଗଠନର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ମାନସ ପଟ୍ଟନାୟକ ସ୍ୱାଗତ ଭାଷଣ ଓ ଗାନ୍ଧୀବାଦୀ ଅନ୍ତର୍ଯ୍ୟାମୀ ବରାଳ ଧନ୍ୟବାଦ ଅର୍ପଣ କରିଥିଲେ ।

ରାଷ୍ଟ୍ରୀୟ ଯୁବା ସଂଗଠନ ଓ ଇଡିଅଟ ସଂଗଠନର ମିଳିତ ଆନୁକୂଲ୍ୟରେ ଆୟୋଜିତ ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ସମୀର କୁମାର ସାହୁ, ଅଧ୍ୟାପକ କ୍ଷୀରୋଦ ଚନ୍ଦ୍ର ନାୟକ, ଅଧ୍ୟାପକ ବିଶ୍ୱଜିତ ସ୍ୱାଇଁ୍, ଆଦ୍ୟଶ୍ଲୋକ ମିଶ୍ର, ଲଳିତ ବେହେରା, ଜିତେନ୍ଦ୍ର ବେହେରା ପ୍ରମୁଖ ଶିବିରରେ ଯୋଗ ଦେଇଥିଲେ ।

   ଏହି ଶିବିରରେ ଯୋରନ୍ଦା ମହିମା ମହାବିଦ୍ୟାଳୟ, ଉକ୍ରଳମଣୀ ମହାବିଦ୍ୟାଳୟ ଗୋବିନ୍ଦପୁର, ଆଞ୍ଚଳିକ ମହାବିଦୟାଳୟ ବଣସିଂହ, ପାରିମାଳ ମହାବିଦ୍ୟାଳୟ ପଣ୍ଡୁଆ, ଆଞ୍ଚଳିକ ମହାବିଦ୍ୟାଳୟ ବେଲଟିକିରିର ୫୫ ଜଣ ଛାତ୍ରଛାତ୍ରୀ ଶିବିରରେ ଅଂଶଗ୍ରହଣ କରିଛନ୍ତି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.