Take a fresh look at your lifestyle.

ଦୃଢ ସଂକଳ୍ପ, ମନୋବଳ ଓ ଆତ୍ମବିଶ୍ୱାସ ପ୍ରତିଭାକୁ ବଢାଏ: ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ

"ଆମ ପ୍ରତିଭା ଆମ ସମ୍ମାନ' ପକ୍ଷରୁ ଚଳିତ ମାଟ୍ରିକ୍ ପରୀକ୍ଷା ଏ-୧ ଗ୍ରେଡ୍ ପାଇଥିବା ଛାତ୍ରଛାତ୍ରୀ ସମ୍ବର୍ଦ୍ଧିତ

0 113

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସରକାରୀ ଓ ବେସରକାରୀ ବିଦ୍ୟାଳୟରୁ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ଏ-୧ ଗ୍ରେଡ୍ରେ ଉତୀର୍ଣ୍ଣ ହୋଇଥିବା ୧୭୦ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ “ଆମ ପ୍ରତିଭା ଆମ ସମ୍ମାନ’ ଅନୁଷ୍ଠାନ ପକ୍ଷରୁ ପୂର୍ବରୁ ହିନେ୍ଦାଳ ବ୍ଲକ୍, ଓଡାପଡା ବ୍ଲକ, ଢେଙ୍କାନାଳଠାରେ ମାଟ୍ରିକ୍ ପରୀକ୍ଷାରେ ଏ-୧ ଛାତ୍ରଛାତ୍ରୀମାନଙ୍କୁ ତୃତୀୟ ପର୍ଯ୍ୟାୟରେ ସମ୍ବର୍ଦ୍ଧିତ କରାଯାଇଥିଲା ।

ଆଜି ଅନ୍ତିମ ପର୍ଯ୍ୟାୟରେ କାମାକ୍ଷାନଗର ଉପଖଣ୍ଡର ସୋଗର ର ମହାତ୍ମାଗାନ୍ଧୀ ଔଷଧିୟ ଅରଣ୍ୟ ଠାରେ ୬୯ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ସେମାନଙ୍କ ଅଭିଭାବକ ଓ ଶିକ୍ଷକଶିକ୍ଷୟତ୍ରୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଏତଦ୍ବ୍ୟତୀତ ୪ଜଣ କିକ୍ ବକ୍ସିଂ ଚମ୍ପିୟନ୍ସିପ୍ଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି । ଏହି ଉପଲକ୍ଷେ ଏକ ବର୍ଣ୍ଣାଢ୍ୟ ଉତ୍ସବର ଆୟୋଜନ କରାଯାଇଥିଲା ।

ରାଜ୍ୟ ସରକାରଙ୍କ ଖଣି, ଇସ୍ପାତ ଓ ପୂର୍ତବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ତାଙ୍କ ଅଭିଭାଷଣରେ ପ୍ରତିଭା ସଂପନ୍ନଙ୍କୁ ସଦାବେଳେ ପ୍ରେରଣା ଓ ଉତ୍ସାହିତ କରିବା ଦରକାର । ପ୍ରତ୍ୟେକ କାର୍ଯ୍ୟ ପାଇଁ ସଂକଳ୍ପବଦ୍ଧ ହେଲେ ପ୍ରତିଭା ଆଗକୁ ବଢିବାରେ ରାସ୍ତା ଦେଖାଇଥାଏ । ଆଜିର ଏହି ଏ-୧ ଗ୍ରେଡ୍ ପାଇଥିବା ଛାତ୍ରଛାତ୍ରୀ ଆଗକୁ ନିଜର ଆତ୍ମ ବିଶ୍ୱାସକୁ ନେଇ ପାଠ ପଢିଲେ ଆଗାମୀ ଦିନରେ ସୁପର-୧ ନିଶ୍ଚିତ ଭାବେ ହୋଇପାରିବେ ବୋଲି ମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ପରାମର୍ଶ ଦେଇଥିଲେ ।

ଆମ ପ୍ରତିଭା ଆମ ସମ୍ମାନ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଏହି କାର୍ଯ୍ୟକ୍ରମର ଉଦ୍ଘାଟକ ଢେଙ୍କାନାଳ ସାଂସଦ ମହେଶ ସାହୁ ତାଙ୍କ ବକ୍ତବ୍ୟରେ ଦକ୍ଷତା ହିଁ ସମସ୍ତଙ୍କୁ ଚଳପ୍ରଚଳ କରିପାରିବ । ଆଚାର ଓ ଉଚାରଣ ଯେତେବେଳେ ପିଲାମାନଙ୍କଠାରେ ଆସିଯାଏ ସେତେବେଳେ ପ୍ରତ୍ୟକ ପିତାମାତା ଗର୍ବିତ ଅନୁଭବ କରନ୍ତି । ଭବିଷ୍ୟତ ଲକ୍ଷ୍ୟ ପାଇଁ ନିଷ୍ଠାର ସହ କାର୍ଯ୍ୟକଲେ ପରିଶ୍ରମ କେବେ ନିର୍ଥକ ଯାଏ ନାହିଁ ବୋଲି ସାଂସଦ ଶ୍ରୀ ସାହୁ ପ୍ରକାଶ କରିଥିଲେ ।

ଅନୁଷ୍ଠାର ସଭାପତି ପ୍ରିୟରଞ୍ଜନ ମାହୁଁନ୍ତଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ସମ୍ମାନିତ ଅତିଥି ଭାବେ ପୂର୍ବତନ ଜିଲ୍ଲାପରିଷଦ ଉପାଧ୍ୟକ୍ଷ କୋଦଣ୍ଡଧର ସାହୁ ଅତିରିକ୍ତ ଜିଲ୍ଲାପାଳ ଉଦୟନାଥ ମହାପାତ୍ର, କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ସାହୁ, କାମାକ୍ଷାନଗର ଏନ୍.ଏ.ସି. ଅଧ୍ୟକ୍ଷ ଧର୍ମାନନ୍ଦ ପରିଡା, କାମାକ୍ଷାନଗର ବ୍ଲକ୍ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ, ଭୁବନ ବ୍ଲକ୍ ଅଧ୍ୟକ୍ଷା ସିପ୍ରା ବରାଳ, କଙ୍କଡାହାଡ ବ୍ଲକ୍ ଉପାଧ୍ୟକ୍ଷା ଦୀପା ସାହୁ ପ୍ରମୁଖଙ୍କ ବ୍ୟତୀତ ମଂଚାସୀନ ସମସ୍ତ ଅତିଥିମାନେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ କଠିନ ପରିଶ୍ରମ କଲେ ସୁଫଳ ନିଶ୍ଚୟ ଆପେ ଆପେ ମିଳିବ ବୋଲି ଭାଷଣ ପ୍ରସଙ୍ଗରେ ପରାମର୍ଶ ଦେଇଥିଲେ ।

ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ କାମାକ୍ଷାନଗର ପଂଚାୟତିରାଜ ଉଚ୍ଚ ବିଦ୍ୟାଳୟ, କାନପୁରାର ମେଧାବୀ ଛାତ୍ର ସାୟନ ମିଶ୍ର ଏବଂ ଭୁବନ ନୋଡାଲ୍ ଉଚ୍ଚ ବିଦ୍ୟାଳୟର ଓମ୍ ପ୍ରକାଶ ସାହୁ ତାଙ୍କ ବକ୍ତବ୍ୟ ରେ ଲୁକାୟିତ ପ୍ରତିଭା ଲୋକଲୋଚନକୁ ଆଣିବାକୁ ହେଲେ ପ୍ରବଳ ଇଚ୍ଛାଶକ୍ତିର ଆବଶ୍ୟକତା ପଡିଥାଏ । ଅନୁଷ୍ଠାନ ପକ୍ଷରୁ ଏଭଳି କାର୍ଯ୍ୟକ୍ରମକୁ ଉଭୟ ଛାତ୍ର ଭୂୟସୀ ପ୍ରଶଂସା କରିଥିଲେ ।

ଆମ ପ୍ରତିଭା ଆମ ସମ୍ମାନର ସଂପାଦକ ଧର୍ମାନନ୍ଦ ବରାଳ ବିବରଣୀ ପାଠ କରିଥିବାବେଳେ ଅନୁଷ୍ଠାନ ପକ୍ଷରୁ ସତ୍ୟନାରାୟଣ କର ମଂଚ ସଂଚାଳନ କରିଥିଲେ । ଏହି ସମସ୍ତ କାର୍ଯ୍ୟକୁ ସମାଜସେବୀ ଲଳିତ କୁମାର ସାହୁ ଓ ରାୟନୃସିଂହପୁର ସରପଂଚ ଶିଶିରକାନ୍ତ ବେହେରା ସମସ୍ତ କାର୍ଯ୍ୟକ୍ରମକୁ ଆୟୋଜନ କରିଥିବାବେଳେ କଙ୍କଡାହାଡ ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ତଥା ଅନୁଷ୍ଠାନର ସଂପାଦକ କାର୍ତିକ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ଅନ୍ୟତମ ସଂପାଦକ ଅକ୍ଷୟ ବେହେରା, କୋଷାଧ୍ୟକ୍ଷ ରୁଦ୍ରାନ୍ତ ଦଳେଇ, ତିଳୋତମା ଚୌଧୁରୀ, ଭୁବନ ବ୍ଲକ ପୂର୍ବତନ ଅଧ୍ୟକ୍ଷ୍ୟା ସୁଭଦ୍ରା ପାତ୍ର , ଅନିନ୍ଦିତା ମିଶ୍ର, ଗୀତାଞ୍ଜଳି ବେହେରା, ସ୍ନିଗ୍ଧାରାଣୀ ସ୍ୱାଇଁ, ରୀନାରାଣୀ ସାହୁ, ସଦାଶିବ ମହାପାତ୍ର, ଶ୍ୟାମସୁନ୍ଦର ସାହୁ, ପ୍ରଶାନ୍ତ ଦାସ, ଦୁଷ୍ମନ୍ତ ମହାନ୍ତି, ସୁମନ୍ତ ସ୍ୱାଇଁ, ମହେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.