Take a fresh look at your lifestyle.

ସ୍କୁଲ ପାଠ୍ୟ ଖସଡାରେ ଇତିହାସ ପୃଷ୍ଠାରେ ଅନାଲୋଚିତ ସଂଗ୍ରାମୀଙ୍କ କାହାଣୀକୁ ସାମିଲ କରିବା ପାଇଁ ପ୍ରଶିକ୍ଷକଙ୍କୁ ପରାମର୍ଶ ।

0 11

Get real time updates directly on you device, subscribe now.

ଭୁବନ/ଢେଙ୍କାନାଳ: ସ୍ୱାଧୀନତାର ‘ଅମୃତ ମହୋତ୍ସବ’ ଅବସରରେ ଦେଶର ସର୍ବକନିଷ୍ଠ ବୀର ସ୍ୱାଧୀନତା ସଂଗ୍ରାମୀ ଶହୀଦ ବାଜି ରାଉତଙ୍କ  ଜନ୍ମସ୍ଥାନ୍ ଢ଼ଙ୍କାନାଳ ଜିଲ୍ଲାର ଭୁବନ ଠାରେ ସାଧାରଣ ଜନତା ଓ କର୍ମକର୍ତାଙ୍କ ସହ ‘ତ୍ରିରଙ୍ଗା ପଦଯାତ୍ରା’ରେ ସାମିଲ ହୋଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହି ପଦଯାତ୍ରା ମାଧ୍ୟମରେ ଶ୍ରୀ ପ୍ରଧାନ “ହର୍ ଘର୍ ତ୍ରିରଙ୍ଗା’ ଅଭିଯାନ ଅନ୍ତର୍ଗତ ଆସନ୍ତା ଅଗଷ୍ଟ ୧୩ ରୁ ୧୫ ଯାଏଁ ତିନିଦିନ ଧରି ଘରେ ଘରେ ତ୍ରିରଙ୍ଗା ଲଗାଇବା ପାଇଁ ସାଢ଼େ ୪ କୋଟି ଓଡିଆ ଲୋକଙ୍କୁ ନିବେଦନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଢ଼େଙ୍କାନାଳର ଭୁବନ ଠାରୁ ଶହୀଦ ବାଜି ରାଉତଙ୍କ ପବିତ୍ର ଜନ୍ମମାଟି ନୀଳକଣ୍ଠପୁର ପର୍ଯ୍ୟନ୍ତ ଆୟୋଜିତ ‘ତ୍ରିରଙ୍ଗା ପଦଯାତ୍ରା’ରେ ସାମିଲ ହୋଇଥିଲେ ।

‘ଶହୀଦ ବୀର ବାଜି ରାଉତ ସ୍ମୃତିପୀଠ’ ପରିସରରେ ଏହି ବୀର ସଂଗ୍ରାମୀଙ୍କ ପ୍ରତିମୂର୍ତୀରେ ମାଲ୍ୟାର୍ପଣ କରିଥିଲେ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଶହୀଦ ବାଜି ରାଉତ ବ୍ରିଟିଶ ଶାସନ ଆଗରେ ମଥା ନ ନୁଆଇଁ ଦେଶ ମାତୃକା ପାଇଁ ବଳିଦାନ୍ ଦେଇଥିଲେ । ତାଙ୍କ ଭଳି ଅନେକ ସଂଗ୍ରାମୀଙ୍କ ବଳିଦାନ୍ କାରଣରୁ ଆଜି ରେଦଶରେ ଗଣତନ୍ତ୍ର ପ୍ରତିଷ୍ଠା ହୋଇପାରିଛି ।

ଏଭଳି ନେତୃତ୍ୱଙ୍କୁ ମନେପକାଇବା ପାଇଁ ଆମେ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରୁଛୁ । ଏହି ପରିପ୍ରେକ୍ଷୀରେ ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତି, ଧର୍ମ ଓ ଦଳ ମତ ନିର୍ବିଶେଷରେ ଆସନ୍ତା ଅଗଷ୍ଟ ୧୩ରୁ ୧୫ ପର୍ଯ୍ୟନ୍ତ ‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନରେ ସାମିଲ ହେବା ପାଇଁ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି ।

‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନକୁ ଜନ ଆନେ୍ଦାଳନର ରୂପ ଦେବା ଏବଂ ଏଥିପାଇଁ ଅନ୍ୟମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଶ୍ରୀ ପ୍ରଧାନ ନିବେଦନ କରିଛନ୍ତି । ସେ କହିଛନ୍ତି ସମସ୍ତେ ଦେଶଭକ୍ତିର ଭାବନାରେ ଏହି ଅଭିଯାନରେ ଓତପ୍ରୋତଃ ଭାବେ ସାମିଲ ହେବା ।

ଅଗଷ୍ଟ ୧୩ରୁ ୧୫ ଯାଏଁ ଉତ୍ସାହର ସହ ନିଜ ଘରେ ଜାତୀୟ ପତାକା ଲଗାଇବା ଏବଂ ଜାତୀୟ ଏକତା, ଶାନ୍ତି ଓ ସାମାଜିକ ସୌହାର୍ଦ୍ଦ୍ୟର ବାର୍ତା ବାଂଟିବା ସହ ଅଭିଯାନକୁ ସଫଳ କରିବା ପାଇଁ ସଂକଳ୍ପ ନେବା ।

ଏହି କାଯ୍ୟକ୍ରମ ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଢ଼େଙ୍କାନାଳ ଜିଲ୍ଲା ସଦର ମହକୁମାରେ ଦଳୀୟ ନେତୃବୃନ୍ଦ ଓ କାର୍ଯ୍ୟକର୍ତାଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ୯୧ତମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ଶୁଣିଥିଲେ । ଏ ନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଆଜିର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନ, ସ୍ୱାଧୀନତା ସଂଗ୍ରାମ ସହ ଜଡିତ ୭୫ ଐତିହାସିକ ରେଳ ଷ୍ଟେସନକୁ ଦେଖିବା ଓ ସାଧାରଣ ଲୋକମାନଙ୍କ ମନ କଥାକୁ ନେଇ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି ।

ଲୋକ ଉତ୍ସବ, ଜନସହଭାଗୀତା, ସଫଳ ମହୁମାଛି ବ୍ୟବସାୟୀ, ଅଭିନବ ଉପାୟରେ ଅର୍ଥ ଉପାର୍ଜନ ଏବଂ ବିଶେଷତଃ ଭାରତୀୟ ଖେଳନାର ବଢୁଥିବା ବ୍ୟବସାୟୀକ ଚାହିଦା ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଛନ୍ତି । ଭାରତର ଲୋକ ପରମ୍ପରା ବିଶ୍ୱ ସ୍ତରକୁ ନେବାରେ ପିଏମ ମନ୍ କିି ବାତ୍ ଗୋଟିଏ ବଡ ମାଧ୍ୟମ । ପିଏମ ମନ୍ କି ବାତ୍ ସର୍ବଦା ଦେଶବାସୀଙ୍କୁ ପ୍ରେରଣା ଦେଇଛି ।

ମନ୍ କି ବାତ୍ କାଯ୍ୟକ୍ରମରେ ଆଜି ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ଆମେ ସମସ୍ତେ ସ୍ୱପ୍ନର ଭାରତ ନିର୍ମାଣ କରିବା ପାଇଁ କର୍ତବ୍ୟ ପଥରେ ଅଗ୍ରସର ହେବା ବୋଲି ସେ କହିଛନ୍ତି ।

ଢେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ଗସ୍ତ କାକେର ଢ଼େଙ୍କାନାଳ ଜିଲ୍ଲାର ‘ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ’(ଡିଆଇଇଟି) ପରିଦର୍ଶନ କରିଥିଲେ । ଶିକ୍ଷେ ମାନଙ୍କ ସହ ନୂଆ ଜାତୀୟ ଶିକ୍ଷା ନୀତି ସହ ସମ୍ବନ୍ଧିତ ବିଷୟରେ ଆଲୋଚନା କରିଥିଢଲ ।

ବିଶେଷ ଭାବରେ ଛାତ୍ରଛାତ୍ରୀଙ୍କୁ ମାତୃଭାଷାରେ ଶିକ୍ଷାଦାନ, ନ୍ୟାସନ୍ାଲ କରକୁଲମ ଫେମ୍ ୱାର୍କର ବିଭିନ୍ନ ଦିଗ ଉପରେ ଚର୍ଚ୍ଚା କରିଥିଲେ । ସ୍କୁଲ ପାଠ୍ୟ ଖସଡାରେ ଇତିହାସ ପୃଷ୍ଠାରେ ଅନାଲୋଚିତ ସଂଗ୍ରାମୀ ମାନଙ୍କ ବୀରତ୍ୱ ଗାଥାର କାହାଣୀ, ଭଦ୍ରକର ଇରମ ଗୁଳକାଣ୍ଡ, ବାଲେଶ୍ୱରର ଇଂଚୁଡି ଠାରେ ଲବଣ ସତ୍ୟାଗ୍ରହ ଏବଂ ଓଡିଶାର ପାହାଡ ଜଙ୍ଗଲର ସୌନ୍ଦର୍ଯ୍ୟତା ଓ ସାଂସ୍କୃତିକ ଐତିହ୍ୟକୁ ସ୍ଥାନ ଦେବା ପାଇଁ ସେ ପରାମର୍ଶ ଦେଇଥିରେ ।

ଉପରୋକ୍ତ ଦ୍ୱୟ ଦଳୀୟ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ର, ରାଜ୍ୟ ଉପସଭାନେତ୍ରୀ ତଥା ଢେଙ୍କାନାଳ ପ୍ରଭାରୀ ପ୍ରଭାତୀ ପରିଡା, ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଭୁତି ପ୍ରଧାନ, ଶତୃଘ୍ନ ଜେନା, ନିରୋଜ ନଳିନୀ ମହାଳିକ, ଅନୁଗୁଳର ବରିଷ୍ଠ ନେତା ପ୍ରତାପ ପ୍ରଧାନ, ଢେଙ୍କାନାଳ ପୌରାଧ୍ୟକ୍ଷ ଜୟନ୍ତୀ ପାତ୍ର, ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ରାମଚନ୍ଦ୍ର ପାତ୍ର, ପୂର୍ବତନ ନଗରପାଳ ସୁନିଲ୍ ଶର୍ମା, ଲୋକସଭା କ୍ଷେତ୍ର ସଂଯୋଜକ ପ୍ରେମାନନ୍ଦ ଜେନା, ଜିଲ୍ଲା ମିଡିଆ ସେଲ୍ ପ୍ରଭାରୀ ନବକିଶୋର ଗୁରୁ, ଜିଲ୍ଲା ଉପସଭାପତି ବିଷ୍ଣୁ ପ୍ରସାଦ ଲେଙ୍କା ମାତୃପ୍ରସାଦ ନନ୍ଦ, ସନାତନ ବେହେରା, ଭାରତୀ ସ୍ୱାଇଁ, ଜିଲ୍ଲା ସାଧାରଣ ସଂପାଦକ ରତିକାନ୍ତ ସାହୁ, ରାସବିହାରୀ ବେହେରା, ଯୁବମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ଦୀପକ ଗୋଚ୍ଛାୟତ, ଜିଲ୍ଲା କୋଷାଧ୍ୟକ୍ଷ ସଞ୍ଜିବ ମହାପାତ୍ର, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ମହାଦୀପ୍ ଯଶୋବନ୍ତ ମହିମା, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ସହଦେବ ପୃଷ୍ଟି, ଜିଲ୍ଲା ମହିଳାମୋର୍ଚ୍ଚା ସଭାନେତ୍ରୀ ମମତା ସ୍ୱାଇଁ, ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ପ୍ରଶାନ୍ତ ପ୍ରଧାନ, ଜିଲ୍ଲା ସଂଖ୍ୟା ଲଘୁ ମୋର୍ଚ୍ଚା ସଭାପତି ଶେକ୍ ସଲ୍ଲାଉଦ୍ଦିନ୍, ରାଜ୍ୟ ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ସତ୍ୟରଞ୍ଜନ ଭୂୟାଁ, ଜିଲ୍ଲା ଆଇଟି ସେଲ୍ ପ୍ରଭାରୀ ରମ୍ୟରଞ୍ଜନ ମହାପାତ୍ର, ସୁଚିତ୍ର ବେହେରା, ଜିଲ୍ଲା ଓବିସି ମୋର୍ଚ୍ଚା ସାଧାରଣ ସଂପାଦକ ଶତୃଘନ ରାଉତ, ନଗରମଣ୍ଡଳ ସଭାପତି ଧୃବଚରଣ ସ୍ୱାଇଁ, ପୂର୍ବତନ ସଭାପତି ନିରୋଦ କୁମାର ସାହୁ, ସମସ୍ତ ନିର୍ବାଚନ ବିଜେପି କାଉନ୍ସିଲର, ସରପଂଚ, ସମିତିସଭ୍ୟ, ବରିଷ୍ଠ ଆଇନ୍ଜୀବୀ ଦିପ୍ତୀଶ ପ୍ରସାଦ ପଟ୍ଟନାୟକ, ବରିଷ୍ଠ ନେତା ପ୍ରମୋଦ ନନ୍ଦ ସମେତ ବହୁ ସଂଖ୍ୟାରେ କାର୍ଯ୍ୟକର୍ତା ଓ ଜନସାଧାରଣ ସାମିଲ୍ ଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.