Take a fresh look at your lifestyle.

ଗୁଡିସାହି-ଅନ୍ଧାରୀ ରାସ୍ତା ବର୍ଷା ଦିନରେ ବେହାଲ,ଯାତାୟାତ ସମ୍ଭବ ନୁହେଁ

0 144

Get real time updates directly on you device, subscribe now.

କଙ୍କଡାହାଡ଼(ଟୁକୁନ ବିଶ୍ୱାଳ):କଙ୍କଡାହାଡ଼ ବ୍ଲକ ପଙ୍ଗାତିରା ପଞ୍ଚାୟତ ଅଧିନ ଗୁଡିସାହି ଓ ଅନ୍ଧାରି ରାସ୍ତା ରେ ବର୍ଷା ଦିନରେ ଯାତାୟାତ କରିବା ସମ୍ଭବ ହୁଏ ନାହିଁ ।ଏହି ରାସ୍ତାରେ ଅନେକ ଜାଗାରେ ଖାଲ ଖମା ହେଇଥିବାରୁ ବର୍ଷା ଦିନରେ ରାସ୍ତା ମଝିରେ ପାଣି ଭର୍ତ୍ତି ହେଇ ଯାଉଥିବାରୁ ଅନେକ ସମୟରେ ଦୁର୍ଘଟଣା ଘଟୁଥାଏ ।

ରାସ୍ତାଟି ସମ୍ପୂର୍ଣ ମାଟି ରାସ୍ତା ହେଇଥିବାରୁ ଚାରି ଚକିଆ ଯାନ ଏହି ରାସ୍ତାରେ ଯିବା ସମ୍ବବ ହୁଏ ନାହିଁ । ଏହି ୬କିମି ମାଟି ରାସ୍ତା ଉପରେ ୨ଟି ଗାଁ ଗୁଡିସାହି ର ୮୦ ପରିବାର ଓ ଅନ୍ଧାରୀ ଗାଁ ର ୭୦ ପରିବାର ବର୍ଷା ଦିନରେ ପଂଚାୟତ ମୁଖ୍ୟାଳୟ ପଙ୍ଗାତିରା କୁ ବହୁତ ଅସୁବିଧାରେ ଆସିଥାନ୍ତି ।

ଗୁଡିସାହି ଓ ଅନ୍ଧାରୀ ଗାଁର ଛାତ୍ରଛାତ୍ରୀ ମାନେ ସିକ୍ଷାଦାନ ପାଇଁ ପଙ୍ଗାତିରା ଉଚ୍ଚ ବିଦ୍ୟାଳୟ କୁ ବହୁତ ଅସୁବିଧାରେ ଆସୁଛନ୍ତି । ପ୍ରତିବର୍ଷ ଏହି ରାସ୍ତାରେ ମାଟି ମୋରମ ପଡୁଥିଲା ବେଳେ ରାସ୍ତା ଏତେ ଶୋଚନୀୟ ପ୍ରଶ୍ନବାଚୀ ସୃଷ୍ଟି ହେଉଅଛି ।

ମନରେଗା ରେ ଅନେକ ଯୋଜନା ଆସୁଥିଲା ବେଳେ ୨ ଟି ଗାଁ ର ସ୍ୱାର୍ଥ ଦୃଷ୍ଟି ପାଇଁ ରାସ୍ତାର ସ୍ୱାଇତ୍ୱ ଉପରେ ପ୍ରଶାସନ ର ନଜର କେବେ ପଡୁଅଛି ଦେଖିବାକୁ ବାକି ରହିଲା । ଏହି ରାସ୍ତାର ସ୍ଥାଇ ମରାମତି କରାନଗଲେ ଆଗାମୀ ଦିନରେ ଜନ ଆନ୍ଦୋଳନ କୁ ଏଡାଇ ହେବ ନାହିଁ ସାଧାରଣ ରେ ଚର୍ଚ୍ଚା ହେଉଅଛି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.