Take a fresh look at your lifestyle.

ବାଘମୁଣ୍ଡା-ସୁଣ୍ଢିକାଟେଣି ରାସ୍ତା ମରାମତି ଦାବିରେ ବାଘମୁଣ୍ଡା ଗ୍ରାମବାସୀ ବନ କର୍ମଚାରୀଙ୍କୁ ଅଟକ ରଖିଲେ

ପ୍ରତିଶୃତି ପାଇଲା ପରେ ରାସ୍ତାରୁ ହଟିଲେ

0 90

Get real time updates directly on you device, subscribe now.

କଙ୍କଡାହାଡ଼(ଟୁକୁନ ବିଶ୍ୱାଳ) :ବାଘମୁଣ୍ଡା-ଶୁଣ୍ଢିକାଟେଣି ରାସ୍ତା ମରାମତି ଲୋକମାନେ ନିଜେ କରୁଛନ୍ତି ରାସ୍ତାର ସ୍ଥାଇ ମରାମତି ପାଇଁ ପ୍ରଶାସନକୁ ଯେତେ ଗୁହାରି କଲେ କେହି ଶୁଣୁ ନାହାନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରୁଛନ୍ତି । ଆଜି ସେହି ରାସ୍ତା ଦେଇ ବନ ବିଭାଗ ପକ୍ଷରୁ ଜଙ୍ଗଲରେ ବୃକ୍ଷ ରୋପଣ କରିବା ପାଇଁ ଯାଉଥିବା ଖବର ପାଇ ବାଘମୁଣ୍ଡା ଗ୍ରାମର ଶତାଧିକ ପୁରୁଷ ଓ ମହିଳା ଏକତ୍ରିତ ହେଇ ବନ କର୍ମଚାରୀ ଙ୍କୁ ଅଟକ ରଖି ସେହି ରାସ୍ତା ଉପରେ ବସି ରହିଥିଲେ ।

ବାଘମୁଣ୍ଡା ଠାରୁ ସୁଣ୍ଢିକାଟେଣୀ ୪ କିମି ସମ୍ପୂର୍ଣ ମାଟି ରାସ୍ତା ହେଇଥିବାରୁ ବର୍ଷା ଦିନରେ ରାସ୍ତା ଅବସ୍ଥା ସୂଚନିୟ ହେଇଯାଏ ଏଠି ଯାତାୟତ କରିବା ସମ୍ଭବ ହେଇ ପାରେ ନାହିଁ । ପ୍ରତିଦିନ ଏହି ରାସ୍ତା ଉପରେ ଗ୍ରାମର ଛାତ୍ରଛାତ୍ରୀ ବିଦ୍ୟାଳୟ ବହୁତ କଷ୍ଟରେ ବିଦ୍ୟାଳୟ କୁ ଯାଉଥିଲା ବେଳେ ଏବେର ରାସ୍ତା ଅବସ୍ଥା ଯାହା ରୋଗୀ କୁ ଡାକ୍ତରଖାନାକୁ ପହଞ୍ଚାଇବା ପାଇଁ ଆମ୍ବୁଲାନ୍ସ ଗାଁ କୁ ଯିବା ସମ୍ଭବ ହେଇ ପାରିବ ନାହିଁ ।ଏହି ରାସ୍ତାଟି ସଂରକ୍ଷିତ ଜଙ୍ଗଲ ରାସ୍ତା ହେଇଥିବାରୁ ଅନ୍ୟ ହେଡ ରୁ ଟଙ୍କା ଲାଗି ପାରୁ ନାହିଁ ।

ଏ ସମ୍ପର୍କରେ କୁଟୁରିଆ ସରପଞ୍ଚ ରଞ୍ଜିତ କୁମାର ସାହୁଙ୍କ ସହିତ ଯୋଗାଯୋଗ କରିବାରୁ ସେ କହିଛନ୍ତି ଏହି ରାସ୍ତା କାମାକ୍ଷାନଗର ସହିତ ସଂଯୋଗ ହେବା ସହିତ ବାଘମୁଣ୍ଡା ଗାଁର ୧୦୦ ପରିବାର ସ୍ୱାର୍ଥ ପାଇଁ ପଞ୍ଚାୟତ ରୁ କୌଣସି ଅନୁଦାନ ଲାଗି ପାରୁ ନାହିଁ ଏହା ସଂରକ୍ଷିତ ଜଙ୍ଗଲ ରାସ୍ତା ହେଇଥିବାରୁ ବନ ବିଭାଗ ପକ୍ଷରୁ ରାସ୍ତା ମରାମତି କରାଯାଇ ପାରିବ ।

ସରପଞ୍ଚ ରଞ୍ଜିତ କୁମାର ସାହୁ ସରକାରଙ୍କ ପାଖରେ ଦାବି କରିଛନ୍ତି ଏହି ରାସ୍ତା ଜଙ୍ଗଲ ବିଭାଗର ସଂରକ୍ଷିତ ରୁ ହଟାଯାଇ ପିଡବ୍ଲୁଡି ରାସ୍ତାରେ ଅନ୍ତଭୁକ୍ତ କରାଗଲେ ମହାବିରୋଡ଼ ଅଞ୍ଚଳର ୧୦ ଟି ପଞ୍ଚାୟତ ର ୫୦ ହଜାର ଜନସାଧାରଣ ଉପକୃତ ହେଇ ପାରିବେ ।

ଏ ସମ୍ପର୍କରେ ମୁକ୍ତାପସି ଵନପାଳ ପ୍ରଦୀପ୍ତ କୁମାର ଭଞ୍ଜ ଙ୍କ ସହିତ ଯୋଗାଯୋଗ କରିବାରୁ ସେ କହିଛନ୍ତି ସେହି ରାସ୍ତା ଦେଇ ଜଙ୍ଗଲରେ ଗଛ ଲଗାଇବା ପାଇଁ ଯାଇଥିଲୁ ଗାଁ ଲୋକ ମାନଙ୍କ ସହିତ ଆଲୋଚନା କରାଯାଇଥିଲା ଯେ ଉପରିସ୍ଥ ବନ ଅଧିକାରୀ ଙ୍କୁ ଅବଗତ କରି ନଭେମ୍ଭର ମାସ ରେ ରାସ୍ତା ମରାମତି କରାଯିବା ପାଇଁ ।ପ୍ରତିଶ୍ରୁତି ପାଇଲା ପରେ ଗ୍ରାମବାସୀ ରାସ୍ତା ରୁ ହଟିଥିଲେ ।

ଆଗାମୀ ଦିନରେ ଏହି ରାସ୍ତା ସ୍ଥାଇ ମରାମତି କରାନଗଲେ ଆନ୍ଦୋଳନ କରାଯିବା ପାଇଁ ଚେତାବନୀ ଦେଇଛନ୍ତି କୁଟୁରିଆ ସରପଞ୍ଚ ରଞ୍ଜିତ କୁମାର ସାହୁ,ସମିତି ସଭ୍ୟା ଲଷ୍ମୀପ୍ରିୟା ନାୟକ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.