Take a fresh look at your lifestyle.

ଯୁବ ସାମ୍ବାଦିକ ଦୁଷ୍ମନ୍ତଙ୍କ ଅକାଳ ବିୟୋଗରେ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଶୋକସଭା

0 59

Get real time updates directly on you device, subscribe now.

ଢେଙ୍କାନାଳ: ଗତକାଲି କାମାକ୍ଷାନଗର କଳିଙ୍ଗ ଟିଭିର ସାମ୍ବାଦିକ ଦୁଷ୍ମନ୍ତ ମହାନ୍ତି (୩୦)ଙ୍କ ସଡକ ଦୁର୍ଘଟଣା ମୃତୁ୍ୟରେ ଢେଙ୍କାନାଳ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶୋକସଭାରେ ସବୁରି କଥା ସଂପାଦକ ସଦାଶିବ ମହାପାତ୍ର ଅଧ୍ୟକ୍ଷତା କରିଥିବାବେଳେ ଜିଲ୍ଲାର ସମସ୍ତ ସାମ୍ବାଦିକମାନେ ଉପସ୍ଥିତ ରହି ସ୍ୱର୍ଗତ ଦୁଷ୍ମନ୍ତଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଦୁଇମିନିଟ୍ ନୀରବ ପ୍ରାର୍ଥନା କରି ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

ଦୁଷ୍ମନ୍ତ ଜଣେ ନିର୍ଭୀକ ସାମ୍ବାଦିକ ରହି କାମାକ୍ଷାନଗର ଉପଖଣ୍ଡର ବିଭିନ୍ନ ଅଂଚଳ ଲୋକମାନଙ୍କର ମୌଳିକ ସମାସ୍ୟା ଓ ଖବରକୁ ପ୍ରଶାସନ ନିକଟରେ ପହଁଚାଇବା ସହିତ କଳିଙ୍ଗ ଟିଭି ମାଧ୍ୟମରେ ଲୋକଲୋଚନକୁ ଆଣିପାରିଥିଲେ । ସେ ଜଣେ ମିଷ୍ଟଭାଷି, ସଚ୍ଚୋଟ, ପରୋପକାରୀ, ଆମାୟୀକ ବ୍ୟକ୍ତିତ୍ୱ ଥିଲେ । ଜିଲ୍ଲାର ବିଭିନ୍ନ ବୈଦୁ୍ୟତିକ ଓ ଛାପା ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ରହି ସ୍ୱର୍ଗତ ଦୁଷ୍ମନ୍ତଙ୍କ ବିଷୟରେ ନିଜ ନିଜର ମତବ୍ୟକ୍ତି କରିଥିଲେ ।

ପ୍ରକାଶଥାଉକି, ଗତକାଲି ଦୁଷ୍ମନ୍ତ ଭୁବନ ବ୍ଲକ୍ କାର୍ଯ୍ୟାଳୟକୁ ଜିଲ୍ଲାପାଳଙ୍କ ଜନଶୁଣାଣିର ଖବର ସଂଗ୍ରହ ପାଇଁ ଯାଉଥିବା ସମୟରେ ୫୩ନଂ ଜାତୀୟ ରାଜପଥର ଭୁବନ ଥାନାଛକ ନିକଟରେ ଅଜଣା ଗାଡି ଧକ୍କାରେ ଗୁରୁତର ହୋଇ ପ୍ରଥମେ ଭୁବନ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି ହୋଇ ତାଙ୍କର ଅବସ୍ଥା ଗୁରୁତର ଥିବାରୁ ପରେ କଟକ ବଡ ମେଡିକାଲରେ ଭର୍ତି ହୋଇଥିଲେ ।

ସେଠାରେ ଡାକ୍ତର ତାଙ୍କୁ ମୃତୁ୍ୟ ଘୋଷଣା କରିଥିଲେ । ଏହି ଖବର ପାଇ ସ୍ଥାନୀୟ ଅଂଚଳ ତଥା ଢେଙ୍କାନାଳ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଥିଲା । ଭୁବନ ବ୍ଲକ୍ ଅନ୍ତର୍ଗତ କୁନିନ୍ଦା ପଂଚାୟତର ରେଣନ୍ଦାପାଟଣା ତାଙ୍କ ପୈତୃକ ଗ୍ରାମରେ ଶେଷକୃତ୍ୟ ସଂପନ୍ନ ହୋଇଥିଲା । ଉକ୍ତ ଶ୍ରଦ୍ଧାଞ୍ଜଳି ସଭାକୁ କଳିଙ୍ଗ ଟିଭିର ଜିଲ୍ଲା ପ୍ରତିନିଧି ଅଥୟ କୁମାର ସାହୁ ପରିଚାଳନା କରିଥିଲେ ।

ଏହି ଶୋକ ସଭାରେ ସଂଘ କାର୍ଯ୍ୟକାରୀ ସଭାପତି ରତନ ନାୟାର, ସଂପାଦକ ସତ୍ୟସ୍ୱରୂପ ଦାସ, ଗଗନ ବିହାରୀ ପଣ୍ଡା, ଅରବିନ୍ଦ ସାହୁ, ଦେବାଶିଷ ମିଶ୍ର, ଦୀପକ ପଟ୍ଟନାୟକ, ଅମୀୟ କୁମାର ଚାନ୍ଦ, ଶ୍ୟାମସୁନ୍ଦର ସାହୁ, ଲକ୍ଷ୍ମୀନାରାୟଣ ତ୍ରିପାଠୀ, ବିକାଶ ପଣ୍ଡା, ବିନୋଦ ମହାନ୍ତି, ଗଙ୍ଗାଧର ରାଉତ, ଆଶିଷ ରଞ୍ଜନ ଶତପଥୀ, ପ୍ରଳୟ ଦାସ, ଦୀପକ ରଞ୍ଜନ ମିଶ୍ର, ପ୍ରଶାନ୍ତ ତ୍ରିପାଠୀ, ମାନସ ତ୍ରିପାଠୀ, ଲକ୍ଷ୍ମୀକାନ୍ତ ସାହୁ, ଶୁଭମ୍ ପାଣି, ତାପସ ମହାନ୍ତି, ଦୁଷ୍ମନ୍ତ ମହାନ୍ତି, ସୌରଭ ବିଶ୍ୱାଳ, ଦେବାନନ୍ଦ ସାହୁ, ଆଶୁତୋଷ ମହାପାତ୍ରଙ୍କ ସମେତ ଜିଲ୍ଲାର ବୈଦୁ୍ୟତିକ ଓ ଛାପା ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ରହି ସ୍ୱର୍ଗତ ଦୁଷ୍ମନ୍ତ ମହାନ୍ତିଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ ।

ଶେଷରେ ବରିଷ୍ଠ ସାମ୍ବାଦିକ ନାରାୟଣ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.