Take a fresh look at your lifestyle.

ଗରୀବଙ୍କ ପାଇଁ ହରିଶ୍ଚନ୍ଦ୍ର ଯୋଜନା ସାତ ସପନ, ସ୍ୱାମୀ ଚାଲିଯିବା ଛ’ମାସ ପରେ ମଧ୍ୟ ମିଳୁନି ବିଧବା ଭତ୍ତା

0 119

Get real time updates directly on you device, subscribe now.

ଢେଙ୍କାନାଳ: କାମାକ୍ଷା ନଗର ବ୍ଲକ କାନ୍ତିଓ ପୁଟସାହି ପଞ୍ଚାୟତ ଅନ୍ତର୍ଗତ ଜକା ଗ୍ରାମର ନର୍ମଦା ସାହୁ ଙ୍କ ସ୍ୱାମୀ ଗତ ୬ ମାସ ହେଲା ଆରପାରିକୁ ଚାଲିଗଲେଣି l

ସରକାରୀ ଯୋଜନା ହରିଶ୍ଚନ୍ଦ୍ର ହିସାବରେ ସହାୟତା ମିଳିବା ଉଚିତ l ମାତ୍ର ନର୍ମଦା ଏପର୍ଯ୍ୟନ୍ତ ସେ ଯୋଜନାର କିଛି ସହାୟତା ପାଇଲେ ନାହିଁ କି ବିଧବା ଭତ୍ତା ମଧ୍ୟ ପାଇନାହାନ୍ତି l

ନର୍ମଦାଙ୍କ ସ୍ୱାମୀ ଧୋବେଇ ସାହୁ ଜଣେ ଦିନ ମଜୁରିଆ ଥିଲେ l ତିନୋଟି ଝିଅ ବିବାହ କରିଛନ୍ତି ଏବଂ ଗୋଟିଏ ପୁଅ ଯେ କି ବାହାରେ ଦାଦନ ଖଟୁଥିଲା l କରୋନା ପାଇଁ ଗାଁ ରେ ମୁଲ ଦୁଃଖ କରୁଛି l

ଜୀବନ ଚାଲିଗଲା ହେଲେ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଲେ ନାହିଁ l ଏବେ କେତୋଟି ଛେଳି ଚରାଇବା ସହିତ ନିଜ ଜୀବନ ଅତିବାହିତ କରୁଛନ୍ତି l ନର୍ମଦାଙ୍କୁ ବିଧବା ଭତ୍ତା ତୁରନ୍ତ ପ୍ରଦାନ ସହିତ ଆବାସ ଖଣ୍ଡିଏ ଯୋଗାଇଦେବା ପାଇଁ ସାଧାରଣରେ ଦାବି ହେଉଛି l

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.