Take a fresh look at your lifestyle.

ନରେନ୍ଦ୍ର ମୋଦୀ ନିର୍ବାଚନ ପ୍ରତିଶ୍ରୁତି ପାଳନ କରିପାରି ନାହଁନ୍ତି

ଆରଆରବି ପରୀକ୍ଷା ତୃଟି ସଂଶୋଧନ କରିବାକୁ ଛାତ୍ର କଂଗ୍ରେସ୍ର ଦାବୀ

0 41

Get real time updates directly on you device, subscribe now.

ଢେଙ୍କାନାଳ : ସାଧାରଣ ନିର୍ବାଚନ ପୂର୍ବରୁ ନିଯୁକ୍ତିର ସ୍ୱପ୍ନ ଦେଖାଇ ବେକାର ଯୁବକ ଯୁବତୀମାନଙ୍କ ଭୋଟ୍ ହାତେଇବା ମୋଦି ସରକାର ବା ବିଜେପି ଦଳର ଏକ ନିର୍ବାଚନୀ ଷ୍ଟ୍ରାଟେଜୀ । ସାଧାରଣ ନିର୍ବାଚନ – ୨୦୧୯ ପୂର୍ବରୁ ଜାନୁଆରୀ ମାସରେ ତତ୍କାଳୀନ ରେଳବାଇ ମନ୍ତ୍ରୀ ଶ୍ରୀ ପୀୟୁଷ ଗୋୟଲ ରେଳବାଇରେ ୪ଲକ୍ଷ ପଦବୀ ପୂରଣ କରିବେ ବୋଲି ଘୋଷଣା କଲେ । ୨୦୧୪ ନିର୍ବାଚନ ପୂର୍ବରୁ ନରେନ୍ଦ୍ର ମୋଦୀ ନିଜେ ଘୋଷଣା କରିଥିଲେ ଯେ ସେ କ୍ଷମତାକୁ ଆସିଲେ ବର୍ଷକୁ ୨କୋଟି ନିଯୁକ୍ତି ଦେବେ । ମାତ୍ର ନିର୍ବାଚନ ପରେ ଅଦ୍ୟାବଧି ସେ ତାଙ୍କ ପ୍ରତିଶ୍ରୁତି ପାଳନ କରିପାରି ନାହଁନ୍ତି । ଏ ଦେଶରେ ବେକାର ଯୁବକଯୁବତୀଙ୍କୁ ସେ ପ୍ରତାରିତ କରିଛନ୍ତି ।

ତାଙ୍କର “”ପକୋଡା ନିଯୁକ୍ତି” ପ୍ରସଙ୍ଗ ଏ ଦେଶର ବେକାର ଯୁବକ ଯୁବତୀଙ୍କୁ କ୍ଷୁବ୍ଧ କରିଛି । ଏଠାରେ ପ୍ରକାଶ ଥାଉକି, ୨୦୧୯ ମସିହା ଜାନୁଆରୀ ମାସରେ ରେଳବାଇ ନିଯୁକ୍ତି ବୋର୍ଡ (ରେଲ୍ୱେ ରିକୃଟିମେଂଟ ବୋର୍ଡ ଆରଆରବି) ନନ୍ଟେକ୍ନିକାଲ୍ ପପୁଲାର କ୍ୟାଟେଗୋରୀ (ଏନ୍.ଟି.ପି.ସି.)ରେ ଅନ୍ତର୍ଭୁକ୍ତ ଖାଲିଥିବା ୩୫, ୨୮୧ ପଦବୀ ପାଇଁ ବିଜ୍ଞାପନ କଲେ ।

ଜୁନିଅର କ୍ଲର୍କ, ଟ୍ରେନ୍ ଆସିଷ୍ଟାଂଟ୍, ଗାର୍ଡ ଟାଇମ୍ କିପର ଠାରୁ ଆରମ୍ଭ କରି ଷ୍ଟେସନ୍ ମାଷ୍ଟର ପର୍ଯ୍ୟନ୍ତ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞାପନ ବାହାରିଲା । ଘୋଷିତ ୩୫,୨୮୧ ପଦବୀ ମଧ୍ୟରୁ ୧୦,୬୨୮ ପଦ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ୧୦ମ ଓ ଯୁକ୍ତ ୨ ରହିଥିବାବେଳେ ୨୪,୬୪୯ ପଦଲାଗି ସର୍ବନିମ୍ନ ଯୋଗ୍ୟତା ସ୍ନାତକ ଡିଗ୍ରୀ ରହିଥିଲା ।

୨୦୨୦ ଡିସେମ୍ବର ୨୦୨୧ ଜୁଲାଇ ମଧ୍ୟରେ ୭ଟି ପର୍ଯ୍ୟାୟରେ ୧୩ଟି କ୍ୟାଟେଗୋରୀ ପାଇଁ ପରୀକ୍ଷା କରାଗଲା । ଏହି ପରୀକ୍ଷାରେ ପ୍ରାୟ ୧ କୋଟି ୨୫ଲକ୍ଷ ପରୀକ୍ଷାର୍ଥୀ ସି.ବି.ଟି.-୧ (କମ୍ପୁ୍ୟଟର ବେସ୍ଡ୍ ଟେଷ୍ଟ) ଦେଇଥିଲେ । ପରୀକ୍ଷାଫଳ ୨୦୨୨ ଜାନୁଆରୀ ୧୪-୧୫ରେ ପ୍ରକାଶିତ ହେବା ପରେ ଏଥିରେ ବ୍ୟାପକ ତ୍ରୁଟି ଦେଖି ବିହାର, ଉତରପ୍ରଦେଶ ପ୍ରଭୃତି ଅନ୍ୟାନ୍ୟ ରାଜ୍ୟରେ ପରୀକ୍ଷାର୍ଥୀମାନେ ବ୍ୟାପକ ଆନେ୍ଦାଳନ କରିଥିଲେ ।

ଏଠାରେ ପ୍ରଶ୍ନଉଠେ ୩୫,୨୦୧୮ ପଦବୀର ୨୦ଗୁଣ ଯଥା ୭ଲକ୍ଷ ପରୀକ୍ଷାର୍ଥୀଙ୍କୁ ସର୍ଟଲିଷ୍ଟ କରାଯାଇଛି ବୋଲି ରେଳବାଇ ପକ୍ଷରୁ ସଫେଇ ଦିଆଯାଇଛି । ମାତ୍ର ବାସ୍ତବରେ ୩ଲକ୍ଷ ପରୀକ୍ଷାର୍ଥୀଙ୍କୁ ଚୟନ କରାଯାଇଛି । କାରଣ ଜଣେ ବ୍ୟକ୍ତି ୪ ରୁ ୫ଟି ପଦବୀ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ରେଳବାଇ ବିଭାଗ ଯେଉଁ ୭ଲକ୍ଷ କଥା କହୁଛନ୍ତି ତାହା କେବଳ ୭ଲକ୍ଷ ରୋଲ୍ ନମ୍ବର କିନ୍ତୁ ୭ଲକ୍ଷ ପରୀକ୍ଷାର୍ଥୀ ନୁହନ୍ତି ।

ରେଳବାଇ ବିଭାଗର ତ୍ରୁଟି ପାଇଁ ଜଣେ ବ୍ୟକ୍ତି ୩-୪ ଟି ବିଭାଗରେ ଉତୀର୍ଣ୍ଣ ହୋଇଛନ୍ତି ।
ଅନ୍ୟପକ୍ଷରେ ୨୦୧୯ ମସିହାରେ ରେଳବାଇ ନିଯୁକ୍ତି ବୋର୍ଡ ଗ୍ରୁପ୍-ଡିର ୧୦୩୭୬୯ ପଦବୀ ପୂରଣ ପାଇଁ ବିଜ୍ଞାପନ ଜାରି କଲେ । ତିନିବର୍ଷ ଭିତରେ ତା’ର ପରୀକ୍ଷା କରାଇଲେ ନାହିଁ । େବେ ୨୦୨୨ ମସିହା ଫେବୃଆରୀ ୨୩ ତାରିଖରେ ପରୀକ୍ଷା କରାଯିବ ବୋଲି ରେଳବାଇ ପକ୍ଷରୁ ଘୋଷଣା କରାଗଲା ।

ଏଥିରେ ପ୍ରାଥମିକ ଓ ମୁଖ୍ୟ ଦୁଇଟି ପର୍ଯ୍ୟାୟରେ ପରୀକ୍ଷା ହେବବୋଲି କୁହାଗଲା । ପୂର୍ବରୁ କେବଳ ଗୋଟିଏ ପର୍ଯ୍ୟାୟରେ ପରୀକ୍ଷା ହେବ ବୋଲି କୁହାଯାଇଥିଲା । ଏବେ ପୂର୍ବ ନିଷ୍ପତିକୁ ବଦଳାଇ ଗ୍ରୁପ୍-ଡିରେ ଦୁଇଟି ପରୀକ୍ଷା କରାଯିବା ପାଇଁ ଘୋଷଣା କରାଯିବାରୁ ପରୀକ୍ଷାର୍ଥୀମାନେ କ୍ଷୁବ୍ଧ ହୋଇ ଆନେ୍ଦାଳନକୁ ଓହ୍ଲାଇଥିଲେ । ଗ୍ରୁପ୍-ଡିରେ ମଧ୍ୟ ୧ କୋଟିର ଉଦ୍ଧ୍ୱର୍ ପରୀକ୍ଷାର୍ଥୀ ଆବେଦନ କରିଛନ୍ତି ।
ଜିଲ୍ଲା ଛାତ୍ର କଂଗ୍ରେସ୍ର ଦାବୀ – ୧-ଆର୍ଆର୍ବି ଏନ୍.ଟି.ପି.ସି. ପରୀକ୍ଷା ତୃଟି ସଂଶୋଧନ କରି ଖାଲିଥିବା ପଦବୀର କୋଡିଏ ଗୁଣାକୁ ସିବିଟି – ୧ ପାଇଁ ସୁଯୋଗ ଦିଆଯାଉ । ୨- ଜଣେ ପରୀକ୍ଷାର୍ଥୀଙ୍କୁ ଗୋଟିଏ ବିଭାଗ ପାଇଁ ସୁଯୋଗ ଦିଆଯାଉ ।

୩- ସାତଲକ୍ଷ ରୋଲ୍ ନମ୍ବର ନୁହେଁ ସାତଲକ୍ଷ ପରୀକ୍ଷାର୍ଥୀଙ୍କୁ ସିବିଟି-୧ ପାଇଁ ଯୋଗ୍ୟ କରାଯାଉ । ୪-ଗ୍ରୁପ୍ ଡି କୁ ଦୁଇଟି ନୁହେଁ ଗୋଟିଏ ପର୍ଯ୍ୟାୟରେ କରାଯାଉ । ୫-ଆନେ୍ଦାଳନରତ ପରୀକ୍ଷାର୍ଥୀଙ୍କୁ ଯେଉଁମାନେ ଆକ୍ରମଣ କରିଛନ୍ତି ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ କରାଯାଉ । ୫-ଶେଷରେ ରେଳବାଇ କର୍ତୃପକ୍ଷ ଆନେ୍ଦାଳନରତ ପରୀକ୍ଷାର୍ଥୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନନେଇ ସେଥିରୁ ବିରତ ରୁହନ୍ତୁ ବୋଲି ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶୁଭମ୍ ଦାସ ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.