Take a fresh look at your lifestyle.

ହତ୍ୟାକାରୀ ଜ୍ବାଇଁ ଗିରଫ ହେଇ କୋର୍ଟ ଚାଲାଣ

0 49

Get real time updates directly on you device, subscribe now.

କଙ୍କଡାହାଡ଼(ଟୁକୁନ ବିଶ୍ୱାଳ):କଙ୍କଡାହାଡ଼ ବ୍ଲକ ମହାବିରୋଡ଼ ଫାଣ୍ଡି ପଙ୍ଗାତିରା ପଞ୍ଚାୟତ ଗୁଡି ସାହିରେ ଗତକାଲି ସାମାନ୍ୟ ବଚସାକୁ ନେଇ ଜ୍ୱାଇଁ ର ଟାଙ୍ଗିଆ ଚୋଟରେ ଶଶୁର ମୃତ୍ୟୁ ହୋଇଯାଇଛି । ମୃତ୍ୟୁ ଶଶୁର ଗୁଡି ସାହିର ପର୍ଶୁରାମ ବାରିକ(୬୦) । ଏ ସଂକ୍ରାନ୍ତରେ ମୃତ ପର୍ଶୁରାମ ବାରିକଙ୍କ ପତ୍ନୀ ଦୁଲା ବାରିକ ପରଜଙ୍ଗ ଥାନାରେ ଏତେଲା ଦେଇଥିଲେ ଏଥିରେ ସେ ଦର୍ଶାଇ ଥିଲେ ତାଙ୍କ ସାନ ଝିଅ ସୁଲଚନା ସେହି ସାହିର ରମଣ ବେହେରା(୩୫)ଙ୍କୁ ଦଶ ବର୍ଷ ପୂର୍ବେ ବିବାହ କରିଥିଲେ ।

ଶୁକ୍ରବାର ବିଳମ୍ବିତ ରାତିରେ ଜ୍ବାଇଁ ରମଣ ଝିଅକୁ ଗାଳି ଗୁଲଜ କରୁଥିବା ଖବର ପାଇ ପର୍ଶୁରାମ ଓ ମୁଁ ବୁଝାସୁଝା ପାଇଁ ଜ୍ବାଇଁ ଘରକୁ ଯାଇଥିଲୁ । ଜ୍ବାଇଁ ରମଣ ବେହେରା ପର୍ଶୁରାମଙ୍କୁ ଅସଭ୍ୟ ଭାଷାରେ ଗାଳି କରିବା ସହ ହଠାତ ଟାଙ୍ଗିଆ ରେ ଆକ୍ରମଣ କରି ବେକ ଓ ଜଙ୍ଘ ରେ ଆଘାତ କରିଥିଲା । ତାଙ୍କୁ ତୁରନ୍ତ ପରିବାର ଲୋକ ସହାୟତା ରେ ପରଜଙ୍ଗ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିଲା ସେଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଶବ ବ୍ୟବଚ୍ଛେଦ କାମାକ୍ଷାନଗର ଉପଖଣ୍ଡ ଡାକ୍ତରଖାନାରେ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ମହାବିରୋଡ଼ ଫାଣ୍ଡି ଅଧିକାରୀ ପ୍ରଦୀପ ରଞ୍ଜନ ପାତ୍ରଙ୍କ ନେତୃତ୍ୱରେ ଚଢ଼ାଉ କରି ଜଙ୍ଗଲରେ ଲୁଚି ଥିବା ଅବସ୍ଥାରେ ଗତକାଲି ଅପରାହ୍ନ ୨ଟା ବେଳେ ପୋଲିସ ଗିରଫ କରି ମହାବିରୋଡ଼ ଫାଣ୍ଡି କୁ ଆଣି ଅଧିକ ପଚରାଉଚରା କରୁଥିଲେ । ଆଜି ଅଭିଯୁକ୍ତ ଜ୍ବାଇଁ ରମଣ ବେହେରାଙ୍କୁ ପରଜଙ୍ଗ କୋର୍ଟ କୁ ଚାଲଣ କରାଯାଇଛି ।

ଏ ସମ୍ପର୍କରେ ମହାବିରୋଡ଼ ଫାଣ୍ଡି ଅଧିକାରୀ ପ୍ରଦୀପ ରଞ୍ଜନ ପାତ୍ରଙ୍କ ସହିତ ଯୋଗାଯୋଗ କରିବାରୁ ସେ କହିଛନ୍ତି ଜ୍ୱାଇଁ ଝିଅ ସହିତ ଝଗଡା କରୁଥିବାରୁ ଶଶୁର ବାରଣ କରିବାରୁ ରାଗିଯାଇ ଟାଙ୍ଗିଆ ରେ ଆକ୍ରମଣ କରିବାରୁ ପର୍ଶୁରାମ ର ମୃତ ହେଇଅଛି ,ଆକ୍ରମଣ କରିଥିବା ଟାଙ୍ଗିଆ ଦଶୀପୁର ଗ୍ରାମ ଜଙ୍ଗଲ ରୁ ମିଳିଛି ବୋଲି ପ୍ରକାଶ କରିଛନ୍ତି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.