Take a fresh look at your lifestyle.

ଗାଡି ଧକ୍କାରେ ନାବାଳିକାର ମୃତ୍ୟୁ: କ୍ଷତିପୂରଣ ଦାବିରେ ମଣିପୁର ଠାରେ ରାସ୍ତାରୋକ

0 14

Get real time updates directly on you device, subscribe now.

ଭୁବନ : ଭୁବନ – ଢେଙ୍କାନାଳ ପୂର୍ତ ବିଭାଗ ରାସ୍ତାର ମଣିପୁର ଛକ ଠାରେ ଗତ ଗୁରୁବାରସକାଳେକାର ଧକ୍କାରେ ଗୁରୁତର ହୋଇଥିବା ନାବାଳିକାର ଆଜିମୃତ୍ୟୁ ହୋଇଯାଇଥିଲା । କ୍ଷତିପୂରଣ ଦାବିରେ ଅପରାହ୍ନ ୫ ଘଟିକା ସମୟରୁ ଗ୍ରାମବାସୀ ଟାୟାର ଜାଳି ରାସ୍ତାରୋକ କରିଛନ୍ତି ।

ପ୍ରାପ୍ତ ଖବରରୁ ପ୍ରକାଶ ଯେ , ଗତ ଗୁରୁବାର ସକାଳ ୯ ଘଟିକା ସମୟରେ ଓଡି୦୨-୩୯୩୫ ନମ୍ବର କାର ଭୁବନରୁ କଟକ ଯାଉଥିବାବେଳେ ମଣିପୁର ଛକ ନିକଟରେ ଏକ ବାଇକ କୁ ସାଇଡ ଦେବାକୁ ଯାଇ ଉଦୟ ଦେହୁରୀ ଙ୍କ ନାବାଳିକା କନ୍ୟାଶ୍ରାବଣୀ (୯) କୁ ଧକ୍କା ଦେଇ ଏକ ଗଛରେ ପିଟି ହୋଇଯାଇଥିଲା । କାର ଦୁର୍ଘଟଣା ପରେ ଡ୍ରାଇଭର ଫେରାର ହୋଇଯାଇଥିଲା । ନାବାଳିକାକୁ ପ୍ରଥମେ ଭୁବନ ପରେ ଢେଙ୍କାନାଳ ଚିକିସôାଳୟରୁ କଟକ ନିଆଯାଇଥିଲା ।

ଆଜି ସକାଳେ ସଂପୃକ୍ତ ନାବାଳିକାର ମୃତ୍ୟୁ ହୋଇ ଯାଇଥିଲା । ଅପରାହ୍ନରେ ଗ୍ରାମରେ ମୃତଦେହ ପହଁଚିବା ପରେ ପ୍ରବଳ ଉତେଜନା ପ୍ରକାଶ ପଇଥିଲା । ଅପରାହ୍ନ ୫ ଘଟିକା ସମୟରେ ସଂପୃକ୍ତ ପରିବାର ବର୍ଗଙ୍କ ସମେତ ଗ୍ରାମବାସୀ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ । ଫଳରେ ଉଭୟ ପାଶ୍ୱର୍ରେ ବହୁ ଗାଡିମଟର ଅଟକିରହିଥିଲା ।

 ଏ ସଂପର୍କରେ ଖବର ପାଇ ଭୁବନ ଥାନା ଆଇଆଇସି ସୌଭାଗ୍ୟ କୁମାର ସ୍ୱାଇଁ ସଦଳ ବଳେ ଘଟଣା ସ୍ଥଳରେ ପହଁଚି ଉତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ କିନ୍ତୁ ଆନେ୍ଦାଳନକାରୀ ମାନେ ଜିଦରେ ଅଟଳ ରହିଥିଲେ । ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ରାସ୍ତାରୋକ ଚାଲୁରହିଛି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.