Take a fresh look at your lifestyle.

ଧାନ ମଣ୍ଡିର ସମସ୍ୟା ନେଇ ୭ଘଣ୍ଟା ରାସ୍ତା ଅବରୋଧ, ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ନିବୃତ

୭ଦିନ ସମୟ ନେଲେ ପ୍ରଶାସନିକ ଅଧିକାରୀ

0 45

Get real time updates directly on you device, subscribe now.

ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲା ଗଦିଆ ବ୍ଲକ ଷଡ଼ଙ୍ଗୀ ସେବା ସମବାୟ ସମିତିରେ ଚାଷୀଙ୍କ ଧାନ କିଣା ବିକା କୁ ନେଇ ସମସ୍ୟା କାରଣରୁ ଶନିବାର ଷଡ଼ଙ୍ଗୀ କଲେଜ ଛକରେ ୭ଘଣ୍ଟା ରାସ୍ତା ଅବରୋଧ ରଖାଯାଇଥିଲା । ରାସ୍ତା ଅବରୋଧ ଯୋଗୁଁ ଢେଙ୍କାନାଳ ଜିଲା ସଦର ମହକୁମା ସମେତ ଭୁଵନ , ଗନ୍ଦିଆ,ଯାଜପୁର ଜିଲ୍ଲା ଓ ବିଭିନ୍ନ ଅଞ୍ଚଳକୁ ଯାନବାହାନ ଚଳାଚଳ ବନ୍ଦ ରହିଥିଲା ।
ରାସ୍ତା ର ଉଭୟ ପାର୍ଶ୍ୱ ରେ ଯାନ ବାହାନ ଅଟକି ରହିଥିବା ଦେଖା ଯାଇଥିଲା |ଗତବର୍ଷ ଷଡ଼ଙ୍ଗୀ ସେବା ସମବାୟ ସମିତିର ବୋର୍ଡ ନଥିବାରୁ ସମ୍ପାଦକ ମାନେ ସମ୍ପୂର୍ଣ ସେବା ସମବାୟ ସମିତି ପରିଚାଳନା କରୁଥିଲେ । ତେବେ  ସେହି ସମୟରେ ସମବାୟ ସମିତି ସମ୍ପାଦକ ମାନେ ବିଭିନ୍ନ ଦାବି ହାସଲ ପାଇଁ ଆନ୍ଦୋଳନ କୁ  ଓଲାହି ଥିଲେ ।
ଆନ୍ଦୋଳନ ଯୋଗୁଁ ଚାଷୀ ମାନଙ୍କର ଧାନ ବିକ୍ରି ପାଇଁ ସରକାରଙ୍କ ପକ୍ଷରୁ ମିଶନ ଶକ୍ତି ଜରିଆରେ ସ୍ଥାନୀୟ ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ଦ୍ବାରା ପରିଚାଳନା କରାଯାଇଥିଲା । ହେବାକୁ ଥିବା ସମସ୍ତ ମଣ୍ଡି ପରିବର୍ତ୍ତେ ୩ଟି ମଣ୍ଡି ପରେ ସ୍ଵୟଂ ସହାୟକ ଗୋଷ୍ଠୀର କର୍ମକର୍ତ୍ତାମାନେ ସମସ୍ତ ଚାଷୀ ମାନଙ୍କୁ ସିଧାସଳଖ ମିଲର ନିକଟକୁ ନେଇଯିବା ପାଇଁ ପରାମର୍ଶ ଦେଇଥିଲେ । ଚାଷୀ ମାନେ ନିଜ ଖର୍ଚ୍ଚରେ ମୁଣ୍ଡିକୁ ଧାନ ବିକ୍ରି ପାଇଁ ନେବା ପରିବର୍ତ୍ତେ ମିଲରଙ୍କ ମିଲକୁ ନେଇଯାଇଥିଲେ । ସେଠାରେ ମିଲର ଚାଷୀ ମାନଙ୍କ ଧାନରୁ କ୍ଵିଣ୍ଟାଲ ପ୍ରତି ୮କେଜିରୁ ୧୦ କେଜି ଧାନ କାଟକରି ଅର୍ଥ ଦେଇଥିଲେ ।
ଫଳରେ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଚଳିତ ବର୍ଷ ଧାନ ମଣ୍ଡି ଆରମ୍ଭ ହେବା ପୂର୍ବରୁ ଷଡ଼ଙ୍ଗୀ ସେବା ସମବାୟ ଅଧିନରେ ଥିବା ବରଦା, ମଠତେନ୍ତୁଲିଆ , ଷଡ଼ଙ୍ଗୀ ସରପଞ୍ଚ ଓ ନବ ନିର୍ବାଚିତ ହେବା ସମବାୟ ସମିତିର ସଭାପତି, କର୍ମକର୍ତ୍ତା ଜିଲାପାଳ ଢେଙ୍କାନାଳ, ଜିଲା ଯୋଗାଣ ବିଭାଗ ଅଧିକାରୀ, ଜିଲା ସେବା ସମବାୟ ସମିତି ନିବନ୍ଧକଙ୍କୁ ଲିଖିତ ଅଭିଯୋଗ କରିଥିଲେ । ସେହି ମୁଣ୍ଡିକୁ ସେବା ସମବାୟ ସମିତି ପରିଚାଳନା କରିବା ପାଇଁ ଅନୁମତି ମାଗିଥିଲେ ।
ଚଳିତ ବର୍ଷ ସେବା ସମବାୟ ସମିତିକୁ ଦାୟିତ୍ଵ ଦିଆଯିବ ବୋଲି ପ୍ରତିଶ୍ରୁତି ମିଳିଥିଲା । ପରେ ପରେ ଧାନ ମଣ୍ଡିରେ ଧାନ ବିକ୍ରି ପାଇଁ ନାମ ପଞ୍ଜିକରଣ କରିବା ସମ୍ପର୍କରେ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଆସିବା ପରେ ପୂନର୍ଵାର ସେହି ସ୍ଵୟଂ ସହାୟକ ଗୋଷ୍ଠୀ ଜରିଆରେ ଧାନ କ୍ରୟ କରାଯିଵା ପାଇଁ ନିର୍ଦ୍ଦେଶ ଆସିଥିଲା । ଏହାକୁ ନେଇ ଅଞ୍ଚଳ ବାସୀ ତଥା ଚାଷୀ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଲା । ଏହି ନିର୍ଦ୍ଦେଶକୁ ପରିବର୍ତ୍ତନ ନକଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ସେବା ସମବାୟ ସମିତି ସଭାପତି ଓ ଅଞ୍ଚଳର ଲୋକ ପ୍ରତିନିଧି ତଥା ସମସ୍ତ ପଞ୍ଚାୟତ ସରପଞ୍ଚ ମାନେ ଜିଲାପାଳଙ୍କୁ ଚେତାବନୀ ଦେଇଥିଲେ ।
ବାରମ୍ବାର ଅଭିଯୋଗ ପରେ ପ୍ରଶାସନ ଏହି ଅଭିଯୋଗକୁ ଗୁରୁତ୍ଵ ନଦେବାରୁ ଆନ୍ଦୋଳନ ଓ ରାସ୍ତା ଅବରୋଧ କରାଯାଇଥିଲା । ଆନ୍ଦୋଳନରେ ଷଡ଼ଙ୍ଗୀ, ବରଦା ଓ ମଠତେନ୍ତୁଲିଆ ଚାଷୀମାନଙ୍କ ସମେତ ସେବା ସମବାୟ ସମିତି ସଭାପତି ଗୋବର୍ଦ୍ଧନ ନାୟକ, ବରଦା ପଞ୍ଚାୟତ ସରପଞ୍ଚ ଦିପ୍ତିମୟୀ ବେହେରା, ମଠତେନ୍ତୁଲିଆ ସରପଞ୍ଚ ଜ୍ଞାନରଞ୍ଜନ ମହାନ୍ତି ଓ ଷଡ଼ଙ୍ଗୀ  ପଞ୍ଚାୟତ ସରପଞ୍ଚ ସମ୍ବିତ କୁମାର ଓଝାଙ୍କ ସମେତ  ଚାଷୀ ମାନେ ଉପସ୍ଥିତ ଥିଲେ ।
ଆନ୍ଦୋଳନ ୭ ଘଣ୍ଟା ପରେ  ସହକାରୀ ନିବନ୍ଧକ ସମବାୟ ସମିତି ଵିଜେନ୍ଦ୍ର କୁମାର ମହାନ୍ତି, ଅତିରିକ୍ତ ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀ ବିଷ୍ଣୁ ଭୁଷଣ କର, ଏସ ଡି ପି ଓ ବିକାଶ ବେହୁରା ଓ  ଗଦିଆ ଥାନା ଅଧିକାରୀ ସତ୍ୟବ୍ରତ ଭୁତିଆ ପହଞ୍ଚି ଚାଷୀ ମାନଙ୍କୁ ବୁଝାସୁଝା କରିବା ସହିତ ୭ଦିନ ସମୟ ସମୟ ମାଗିଥିଲେ । ୭ ଦିନ ମଧ୍ୟରେ ଅଭିଯୋଗକୁ ସମାଧାନ କରାଯିବ ବୋଲି କହିବାରୁ ଚାଷୀ ମାନେ ଆନ୍ଦୋଳନରୁ ଓହରି ଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.