Take a fresh look at your lifestyle.

ସ୍ତ୍ରୀର କଟାମୁଣ୍ଡ ଧରି ବାର କିଲୋମିଟର ଚାଲିଲା ସ୍ୱାମୀ

0 194

ଢେଙ୍କାନାଳ: ପରିବାରକୁ ଛାରଖାର କରିଦେଲା ପରକୀୟା ପ୍ରୀତି ସନ୍ଦେହ । କଟୁରୀ ଚୋଟରେ ସ୍ତ୍ରୀର ମୁଣ୍ଡକୁ  ଶରୀରକୁ ଅଲଗା କଲା ନୃଶଂସ ସ୍ୱାମୀ । ଆଉ ଗୋଟିଏ ହାତରେ କଟା ମୁଣ୍ଡ ଓ  ଅନ୍ୟ ହାତରେ କଟୁରୀ ଧରି ରାଜରାସ୍ତାରେ ଦୀର୍ଘ ୧୨ କିମି ଚାଲିଲା। ଶେଷରେ ଏପରି ଜଘନ୍ୟକାଣ୍ଡ ଘଟାଇଥିବା ସ୍ୱାମୀକୁ ଅଟକାଇ ପୁଲିସ୍‌ ଅଟକ କରିବା ସହ କଟାମୁଣ୍ଡ ଜବତ କରିଛି।

ଏପରି ଲୋମହର୍ଷଣକାରୀ ତଥା ଅଭାବନୀୟ ଘଟଣା ଆଜି ସକାଳୁ ସକାଳୁ ଢେଙ୍କାନାଳର ଗଁନ୍ଦିଆ ଥାନା ଅନ୍ତର୍ଗତ ଜଙ୍ଖିରା ନିକଟରେ ଦେଖିବାକୁ ମିଳିଛି। ଅଭିଯୁକ୍ତ ସ୍ୱାମୀ ନାକଫୋଡି ମାଝୀ ନିଜ ସ୍ତ୍ରୀ ସୁଚଳା ମାଝୀର ପରକୀୟା ପ୍ରୀତିକୁ ସନ୍ଦେହ କରି ମୁଣ୍ଡ କାଟିଥିବା ନିଜେ ସ୍ୱୀକାର କରିଛି।

ଢେଙ୍କାନାଳର ଗଁନ୍ଦିଆ ଥାନା ଅନ୍ତର୍ଗତ ଚନ୍ଦ୍ରଶେଖରପୁର ଗାଁର ନାକଫୋଡି ମାଝୀ ଦୀର୍ଘ ବର୍ଷ ପୂର୍ବେ ସୁଚଳା ମାଝୀଙ୍କୁ ବିବାହ କରିଥିଲେ। ଉଭୟଙ୍କର ୨ ପୁଅ ଥିବା ବେଳେ ସେମାନେ ବାହାରେ ରହୁଛନ୍ତି।  ସେମାନଙ୍କ ମଧ୍ୟରୁ  ଜଣେ ଆର୍ମିରେ ଚାକିରି କରିଥିବା ବେଳେ ଆଉ ଜଣେ କମ୍ପାନୀରେ ଚାକିରି କରିଛି। ବଡ଼ ପୁଅର ବିବାହ ସରିଥିବା ବେଳେ ଗାଁରେ କେବଳ ନାକଫୋଡି ଓ ସୁଚଳା ରହି ଆସୁଥିଲେ।ଏପରିକି ସେ ଅନ୍ୟ ପୁରୁଷ ପ୍ରେମରେ ପଡ଼ିଥିବା ନାକଫୋଡି ସନ୍ଦେହ କରୁଥିବା ବେଳେ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ସବୁବେଳେ କଳି ଝଗଡ଼ା ଲାଗି ରହୁଥିଲା।

 

 

- Advertisement -

Leave A Reply

Your email address will not be published.