Take a fresh look at your lifestyle.

ପଙ୍ଗାତିରା-ଗଡ଼ପଳାଶୁଣି ରାସ୍ତା ପାଲଟିଛି ମରଣାଯନ୍ତା

0 66

Get real time updates directly on you device, subscribe now.

କଙ୍କଡାହାଡ଼ : କଙ୍କଡାହାଡ଼ ବ୍ଲକ ପଙ୍ଗାତିରା-ଗଡ଼ପଳାଶୁଣି ରାସ୍ତା ରେ ବର୍ଷା ଦିନରେ ଯାତାୟାତ କରିବା ସମ୍ଭବ ହୁଏ ନାହିଁ ।ଏହି ରାସ୍ତାରେ ଅନେକ ଜାଗାରେ ଖାଲ ଖମା ହେଇଥିବାରୁ ବର୍ଷା ଦିନରେ ରାସ୍ତା ମଝିରେ ପାଣି ଭର୍ତ୍ତି ହେଇ ଯାଉଥିବାରୁ ଅନେକ ସମୟରେ ଦୁର୍ଘଟଣା ଘଟୁଥାଏ ।

ରାସ୍ତାଟି ସମ୍ପୂର୍ଣ ମାଟି ରାସ୍ତା ହେଇଥିବାରୁ ଚାରି ଚକିଆ ଯାନ ଏହି ରାସ୍ତାରେ ଯିବା ସମ୍ବବ ହୁଏ ନାହିଁ ।ଏହି ରାସ୍ତା ଉପରେ ୫ଟି ପଞ୍ଚାୟତ ଘାଗରାମୁଣ୍ଡା, ବିରିବୋଲାଇ, ପଙ୍ଗାତିରା, ଦଶୀପୁର, ଗଡ଼ପଳାଶୁଣି ପଞ୍ଚାୟତ ର ୫୦ ହଜାରରୁ ଅଧିକ ଜନସାଧାରଣ ପ୍ରତିଦିନ ନିର୍ଭର କରିଥାନ୍ତି ।

ଏହି ଅଞ୍ଚଳର ବ୍ୟବସାୟକ ପେଣ୍ଠ ସ୍ଥଳୀ,ଷ୍ଟେଟ ବ୍ୟାଙ୍କ ଗଡ଼ପଳାଶୁଣିରେ ଥିବାରୁ ଲୋକମାନେ ବିଭିନ୍ନ କାର୍ଯ୍ୟରେ ଜିନିଷ କିଣା ବିକା ,ବ୍ୟାଙ୍କ କାମ ପାଇଁ ଯାଇଥାନ୍ତି ।

ଗଡ଼ପଳାଶୁଣି ଠାରେ ମହାବିଦ୍ୟାଳୟ ଥିବାରୁ ପ୍ରତିଦିନ ଏହି ୫ଟି ପଞ୍ଚାୟତ ର ଛାତ୍ରଛାତ୍ରୀ ମହାବିଦ୍ୟାଳୟ କୁ ଅଧ୍ୟୟନ କରିବା ପାଇଁ ବହୁତ ଅସୁବିଧାରେ ଯାଉଛନ୍ତି ।କଙ୍କଡାହାଡ଼ ବ୍ଲକ ସହ ଏହି ରାସ୍ତା ସଂଯୋଗ ହେଇଥିବାରୁ ଦୈନଦିନ ହଜାର ହଜାର ଲୋକ ଏହା ଉପରେ ନିର୍ଭର କରିଥାନ୍ତି ।ସାମାନ୍ୟ ବର୍ଷା ହେଲେ ଏହି ରାସ୍ତାରେ ଯାତାୟତ ସମ୍ଭବ ହେଇପାରେ ନାହିଁ ।

ପଙ୍ଗାତିରା ଠାରୁ ଗଡ଼ପଳାଶୁଣି ଦୂରତ୍ୱ ୪ କିମି ଥିଲେ ମଧ୍ୟ ବର୍ଷା ଦିନରେ ଲୋକମାନେ ପଙ୍ଗାତିରା ଠାରୁ ମହାବିରୋଡ଼ ଦେଇ ୨୦ କିମି ଦୂରତ୍ୱ ଗଡ଼ପଳାଶୁଣି ଯିବାକୁ ପଡୁଅଛି ।ଏହି ରାସ୍ତା କୁ ମୁଖ୍ୟମନ୍ତ୍ରୀ ଗ୍ରାମ ସଡ଼କରେ ସାମିଲ କରିବା ପାଇଁ ଅଞ୍ଚଳ ବାସୀ ଦାବି କରିଛନ୍ତି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.