Take a fresh look at your lifestyle.

ନାଗିଆପଶି ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପ ସଚଳ କରିବାକୁ ଦାବି

0 17

Get real time updates directly on you device, subscribe now.

ଢେଙ୍କାନାଳ  : ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ନାଗିଆପଶି ଗ୍ରାମରେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଅଚଳ ହୋଇପଡିଛି । ଏହି ପ୍ରକଳ୍ପଟି ଦୀର୍ଘଦିନରୁ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ଆରମ୍ଭରୁ ଏକପ୍ରକାର ଅଚଳ ଅବସ୍ଥାରେ ରହିଛି । ଗ୍ରାମର ୫ହଜାରରୁ ଅଧିକ ଲୋକ ବାସବାସ କରୁଥିଲେ ମଧ୍ୟ ଜଳ ଯୋଗାଣ ପ୍ରକଳ୍ପର ଅବ୍ୟବସ୍ଥା ନେଇ ଲୋକମାନେ ବ୍ୟବହାର ପାଇଁ ପୋଖରୀ, ଗାଡିଆର ପାଣି ଆଣୁଛନ୍ତି ।

ଏ ନେଇ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ବାରମ୍ବାର ଆପତି, ଅଭିଯୋଗ ପରେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିବା ନାଗିଆପଶି ଗ୍ରାମ ପରିଚାଳନା ସଭାପତି ଅଶ୍ୱିନୀ ମହାନ୍ତି ଓ ସଂପାଦକ ସୁରେଶ ପରିଡ଼ା ଜିଲ୍ଲାପାଳ ସରୋଜ ସେଠିଙ୍କୁ ଗୁରୁବାର ସାକ୍ଷାତ କରି ପ୍ରତିକାର ପାଇଁ ନିବେଦନ କରିଛନ୍ତି । ଜିଲ୍ଲାପାଳ ଶ୍ରୀ ସେଠି, ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀଙ୍କୁ ତୁରନ୍ତ ତଦନ୍ତ କରି ପଦକ୍ଷେପ ଗ୍ରହଣ କରିବାକୁ ନିଦେ୍ର୍ଦଶ ଦେଇଥିବା ଜଣାପଡିଛି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.