Take a fresh look at your lifestyle.

ସ୍ୱାଧୀନ ନ୍ୟାୟପାଳିକା, ସକ୍ରିୟ ଗଣମାଧ୍ୟମ ଗଣତନ୍ତ୍ରର ଶକ୍ତି : ଜିଲ୍ଲା ଜଜ୍

0 3

ଢେଙ୍କାନାଳ: ଭାରତୀୟ ଜନସଞ୍ଚାର ସଂସ୍ଥାନ (ଆଇଆଇଏମସି) ଢେଙ୍କାନାଳରେ “ନ୍ୟାୟିକ ବ୍ୟବସ୍ଥାକୁ ବୁଝିବା: ଆଇନ ସମ୍ବନ୍ଧୀୟ ରିପୋର୍ଟିଂର ଗୁଣବତ୍ତା କିପରି ଉନ୍ନତ କରାଯିବ”ଶୀର୍ଷକ ଏକ ଇଣ୍ଟରଆକ୍ଟିଭ୍ ସେସନ୍ ରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳର ଜିଲ୍ଲା ଓ ଦୌରା ଜଜ୍ ଶ୍ରୀ ପ୍ରଣବ କୁମାର ରାଉତରାୟ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ନ୍ୟାୟିକ ବ୍ୟବସ୍ଥା, କୋର୍ଟର କାର୍ଯ୍ୟପ୍ରଣାଳୀ ଏବଂ ଗୁଣାତ୍ମକ ଆଇନ ରିପୋର୍ଟିଂର ବିଭିନ୍ନ ଦିଗ ସମ୍ପର୍କରେ ଅବଗତ କରାଇଥିଲେ।

ଏକ ସ୍ୱାଧୀନ ନ୍ୟାୟପାଳିକା ଓ ସକ୍ରିୟ ଗଣମାଧ୍ୟମ ଗଣତନ୍ତ୍ରର ସୁସ୍ଥ ପରିଚାଳନା ପାଇଁ ଅତ୍ୟନ୍ତ ଆବଶ୍ୟକ। ନ୍ୟାୟିକ ବ୍ୟବସ୍ଥା ସମ୍ପର୍କରେ ସଠିକ୍ ତଥ୍ୟ ଲୋକଙ୍କ ନିକଟରେ ପହଞ୍ଚାଇବାରେ ସାମ୍ବାଦିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ସେ ମତ ଦେଇଥିଲେ। ନ୍ୟାୟିକ ବ୍ୟବସ୍ଥାରେ ସାଙ୍ଗଠନିକ ପଦାନୁକ୍ରମ ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିଥିଲେ।

ଆଇନ ସମ୍ବନ୍ଧୀୟ ରିପୋର୍ଟିଂ କେବଳ କୋର୍ଟରେ ଘଟିଥିବା ଘଟଣାକୁ ଖବର ଭାବେ ପ୍ରକାଶ କରିବା ନୁହେଁ; ବରଂ ମାମଲାର ପୃଷ୍ଠଭୂମି, ଆଇନଗତ ପ୍ରକ୍ରିୟା ଓ ନ୍ୟାୟିକ ନିଷ୍ପତ୍ତିକୁ ଠିକ୍ ଭାବେ ବୁଝି ସରଳ, ନିରପେକ୍ଷ ଓ ତଥ୍ୟଭିତ୍ତିକ ଭାବେ ପାଠକଙ୍କ ନିକଟରେ ପହଞ୍ଚାଇବା ସାମ୍ବାଦିକମାନଙ୍କର ଦାୟିତ୍ୱ।ଆଇନଗତ ଶବ୍ଦର ସଠିକ୍ ବ୍ୟବହାର, ତଥ୍ୟ ଯାଞ୍ଚ ଏବଂ ମାମଲାର ଉଭୟ ପକ୍ଷକୁ ବୁଝିବା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ।

ଶିକ୍ଷାର୍ଥୀମାନଙ୍କୁ ନ୍ୟାୟିକ ବ୍ୟବସ୍ଥାକୁ ସହଜ ଓ ଆକର୍ଷଣୀୟ ଭାବେ ବୁଝାଇବା ପାଇଁ ସେ ହିନ୍ଦୀ ଚଳଚ୍ଚିତ୍ରର ଉଦାହରଣ ଦେଇଥିଲେ। ଚଳଚ୍ଚିତ୍ରର ବିଭିନ୍ନ ଘଟଣାକୁ ନ୍ୟାୟିକ ପ୍ରକ୍ରିୟା ଓ ଆଇନ ରିପୋର୍ଟିଂ ସହ ଯୋଡ଼ି ଛାତ୍ରଛାତ୍ରୀଙ୍କୁ ବାସ୍ତବ ଜୀବନରେ ଆଇନଗତ ଖବର ପ୍ରସ୍ତୁତି ସମୟରେ ରହିଥିବା ଦାୟିତ୍ୱ ଓ ସତର୍କତା ସମ୍ପର୍କରେ ବୁଝାଇଥିଲେ। ସାମ୍ବାଦିକ ମାନେ ଫାକ୍ଟସ ଲେଖିବା ଆବଶ୍ୟକ, କୌଣସି judgement ଦେବା ଠିକ ନୁହେଁ. ଏଇନି (law ) ଦେଖି କୋର୍ଟ ରାୟ ଦେଇନ୍ତି. ଜୁଡ଼ିସିଆଲ ଵେବସ୍ତା ବିଷୟରେ ଛାତ୍ର ଛାତ୍ରୀ ମାନେ ନିଜର ପ୍ରଶ୍ନ ପଚାରି ବୁଝି ଥିଲେ I

ଆଇଆଇଏମସି ଢେଙ୍କାନାଳର ଆଞ୍ଚଳିକ ନିର୍ଦେଶକ ଡ଼. ଆନନ୍ଦ ପ୍ରଧାନ ସ୍ୱାଗତ ଭାଷଣରେ ଛାତ୍ରଛାତ୍ରୀମାନଙ୍କୁ ଉତ୍ତେଜନାପ୍ରବଣ ଖବର ଲେଖିବା ଠାରୁ ଦୁରେଇ ରହିବା ପାଇଁ ମତବ୍ୟକ୍ତ କରିଥିଲେ। ସାମ୍ବାଦିକ ମାନେ ସମସ୍ୟା ରିପୋର୍ଟ କରିବା ସହ ସମାଧାନ ର idea ଦେଇପାରିବେ ବୋଲି prof ଆନନ୍ଦ ସୂଚନା ଦେଇଥିଲେ I

ଏହି କାର୍ଯ୍ୟକ୍ରମକୁ ଡ଼. ବିରଞ୍ଚି ନାରାୟଣ ସେଠ ପରିଚାଳନା କରିଥିଲେ। ଶେଷରେ ପ୍ରଶ୍ନତ୍ତର କାର୍ଯ୍ୟକ୍ରମରେ ଜିଲ୍ଲା ଜଜ ଶିକ୍ଷାର୍ଥୀମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଥିଲେ।

- Advertisement -

Leave A Reply

Your email address will not be published.