Take a fresh look at your lifestyle.

ଦୁଇ ମାସରେ ଉଠିଗଲା କଙ୍କ୍ରିଟ୍, ନିମ୍ନମାନର କାମ ହୋଇଥିବା ଅଭିଯୋଗ ଆଣିଲେ ଗ୍ରାମବାସୀ

0 26

କାମାକ୍ଷାନଗର : ଭୁବନ ବ୍ଲକ ଅନ୍ତର୍ଗତ 53 ନମ୍ବର ଜାତୀୟ ରାଜପଥ ଗୋଡା ଛକ ଠାରୁ ଯାଜପୁର ଜିଲ୍ଲା କୁ ସଂଯୋଗ କରୁଥିବା ଗ୍ରାମ୍ଯଉନ୍ନୟନ ରାସ୍ତାର ଓଡିଶ ଗ୍ରାମର ମହନ୍ତ ସାହି ଠାରୁ ବଡ଼ କାଠିଆ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହେବାର ଦୁଇ ମାସ ନପୁରୁଣୁ କଙ୍କ୍ରିଟ୍ ଉଠିଥିବା ନେଇ ଦେଖିବାକୁ ମିଳିଛି I

ସୂଚନା ଅନୁଯାୟୀ ମହନ୍ତ ସାହି ଠାରୁ ବଡ଼ କାଠିଆ ଗ୍ରାମ ପର୍ଯ୍ୟନ୍ତ କଙ୍କ୍ରିଟ୍ ରାସ୍ତା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ ହୋଇଥିବ ବେଳେ ଖୁବ୍ କମ୍ ଦିନ ଭିତରେ ରାସ୍ତା ଅବସ୍ଥା ଶୋଚନୀୟ ହୋଇଥିବାରୁ ସାଧାରଣ ରେ ଅସନ୍ତୋଷ ଦେଖାଦେଇଛି I ଉକ୍ତ ରାସ୍ତାଟି ଯାଜପୁର ଜିଲ୍ଲା କୁ ସଂଯୋଗ କରୁଥିବାରୁ ଦୈନିକ ଶହ ଶହ ଭାରିଯାନ ଚଳାଚଳ କରିବା ସହ ହଜାର ହଜାର ଲୋକ ଯାତାୟାତ କରିଥାନ୍ତି I

ଗ୍ରାମ୍ଯଉନ୍ନୟନ ସଂସ୍ଥାରୁ ନିର୍ମାଣ ପାଇଁ ନେଇ ଥିବା ଠିକା ସଂସ୍ଥା ନିମ୍ନମାନର କାର୍ଯ୍ୟ କରିଥିବାରୁ ଏହିପରି ହୋଇଥିବା ଜଣାପଡିଛି I ନିର୍ମାଣ ସମୟରେ କୌଣସି ଅଧିକାରୀ ମାନଙ୍କର ଦୃଷ୍ଟି ଦେଉନଥିବାରୁ ଠିକା ସଂସ୍ଥା ସ୍ଵଳ୍ପ ଖର୍ଚ ରେ କାର୍ଯ୍ୟ କରି ମାଲେମାଲ ହେଉଛନ୍ତି I ଗ୍ରାମ୍ୟ ଉନ୍ନୟନ ପକ୍ଷରୁ ଠିକା ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଖୁବ୍ ଶୀଘ୍ର ମରାମତି ପାଇଁ ଗ୍ରାମବାସୀ ନିବେଦନ କରିଛନ୍ତି I

- Advertisement -

Leave A Reply

Your email address will not be published.