Take a fresh look at your lifestyle.

ମହିଳା ଗୋଷ୍ଠୀ ପରିବର୍ତ୍ତେ ସମବାୟ ସମିତି ମାଧ୍ୟମରେ ଧାନ ମଣ୍ଡି ଏବଂ ସଠିକ ପଞ୍ଜିକରଣ ଦାବି

0 78

Get real time updates directly on you device, subscribe now.

ଢେଙ୍କାନାଳ : ସେବା ସମବାୟ ସମିତି ମାଧ୍ୟମରେ ଧାନ ମଣ୍ଡି ଏବଂ ଚାଷୀ ମାନଙ୍କର ସଠିକ ପଞ୍ଜିକରଣ କରିବାପାଇଁ କାନ୍ତିଓ-ପୁଟସାହି ଗ୍ରାମପଞ୍ଚାୟତର ଚାଷୀ ମାନେ ଜିଲ୍ଲପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି l ଗତ ବର୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଅସାବଧାନତା, ଦାୟୀତ୍ୱହୀନତା, ଭୁଲ ପରିଚାଳନା ଏବଂ ଜାଣିଶୁଣି ଚାଷୀଙ୍କ କ୍ରମିକ ସଂଖ୍ୟା ଆଗ ପଛ କରିବା ଯୋଗୁଁ ଟୋକେନ ରଦ୍ଦ ହୋଇଛି l ଫଳରେ ଅନେକ ଚାଷୀ ମଣ୍ଡିରେ ଧାନ ଦେଇ ପାରିନାହାନ୍ତି l

ଏବେବି କିଛି ଚାଷୀଙ୍କ ଧାନ ଘରେ ପଡ଼ିରହିଛି l ତାଛଡ଼ା ଗୋଷ୍ଠୀ ମହିଳା ମାନଙ୍କର ଅସମଞ୍ଜତା କଟୁ ଭାଷା ଏବଂ ବ୍ୟବହାର ଚାଷୀଙ୍କୁ ଖୁବ କ୍ଷୁବ୍ଧ କରିଥିଲା ବୋଲି ସେମାନେ ପ୍ରକାଶ କରିଛନ୍ତି l ପୁଣି ସେମାନେ କୁହନ୍ତି “ଯାଅ ପୋଲିସ, ଅଫିସର, ସିଏସଓ, କଲେକ୍ଟରଙ୍କୁ କହିବ” l ଗତ ବର୍ଷ ଚାଷୀ ମାନେ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ l

ଏବର୍ଷ ଏହାର ସମାଧାନ କରିବାପାଇଁ ଜିଲ୍ଲାପାଳ ପ୍ରତିଶୃତି ଦେଇଥିଲେ l ପୁନର୍ବାର ଆଜି ଚାଷୀ ମାନେ ମିଳିତ ଭାବେ ଜମି ଜମା ଗୁଡିକର ସଠିକ ପଞ୍ଜିକରଣ ସମବାୟ ସମିତି ମାଧ୍ୟମରେ କରିବା ଏବଂ ମହିଳା ଗୋଷ୍ଠୀ ପରିବର୍ତ୍ତେ ତୁମୁସିଙ୍ଗା ସେବା ସମବାୟ ସମିତି ମାଧ୍ୟମରେ ଧାନ ସଂଗ୍ରହ କରିବାପାଇଁ ଦାବି କରିଛନ୍ତି l ଅନ୍ୟଥା ଚାଷୀମାନେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବlକୁ ବାଧ୍ୟ ହେବେ ବୋଲି ସୂଚନା ଦେଇଛନ୍ତି l

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.