Take a fresh look at your lifestyle.

ପ୍ରମୋଦ ଉଦ୍ୟାନ ପ୍ରତିଷ୍ଠା ସହ ଅନ୍ୟାନ୍ୟ ଦାବୀ ନେଇ ଥିଙ୍କର୍ସ ଫୋରମର ଦାବୀ

0 48

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଳ ଜିଲା ଥିଙ୍କର୍ସ ଫୋରମ ତରଫରୁ ଜିଲ୍ଲାରେଜନ୍ମିତ ମହାପୁରୁଷ ମାନଙ୍କର ପ୍ରତିମୂର୍ତ୍ତୀ ସ୍ଥାପନ ସହିତ ସ୍ଥାପିତ ହୋଇଥିବା ପ୍ରତିମୂର୍ତ୍ତି ଗୁଡିକର ଯତ୍ନନେବା, ଜିଲ୍ଲାପାଠାଗାରକୁ ନିୟମିତ ଖୋଲିବା ସହିତ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଏକ ପ୍ରମୋଦ ଉଦ୍ୟାନ ଖୋଲବାକୁ ଦାବୀ କରାଯାଇଛି ।

ଢେଙ୍କାନାଳ ସହରରେ ବୀର ବୈଷ୍ଣବ ପଟ୍ଟନାୟକ, ନନ୍ଦିନୀ ଶତପଥୀ, କଳ୍ପନା ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନ ସହିତ ଗାନ୍ଧୀ ପାର୍କରେ ଲାଲବାହାଦୂର ଶାସ୍ତ୍ରୀ, କୌଣସି ପ୍ରମୁଖ ଛକରେ ଶବର ରାଜା ଢେଙ୍କା ଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ଦାବୀ କରାଯାଇଛି ।

ସେହିପରି ପାଣି ଓହଳା ପାହାଡ ତଲେ ଥିବା ଢେଙ୍କାପୀଢକୁ ଜନଜାତି ସଂଗ୍ରହାଳୟ ପାଶ୍ୱର୍ରେ ଏକ ଛୋଟ ରାସ୍ତା ର୍ନିର୍ମାଣ କରିବାକୁ ପଦକ୍ଷେପ ନେବାକୁ ଦାବୀ କରାଯାଇଛି ।

ସେହିପରି ସହରର କୌଣସି ସ୍ଥାନକୁ ପୂଣ୍୍ୟ ପୀଠର ଆଖ୍ୟା ଦିଆଯିବାସହିତ ବ୍ରଜନାଥ ବଡଜେନାଙ୍କ ପ୍ରତିମୂର୍ତ୍ତିି ସ୍ଥାପନ କରିବାକୁ ନିବେଦନ କରାଯାଇଛି । ଜିଲାରେ ଥିବା ବରିଷ୍ଠ ନାଗରିକ ମାନଙ୍କ ପାଇଁ ଏକ ଚିତ୍ତବିନୋଦନ ପାର୍କ ସ୍ଥାପନ ପାଇଁ ମଧ୍ୟ ଜିଲାପାଳଙ୍କୁ ନିବେଦନ କରାଯାଇଛି ।

ଏ ସଂକ୍ରାନ୍ତରେ ଏକ ଦାବୀ ପତ୍ର ଥିଙ୍କସ ର୍ଫୋରମର ସଭାପତି ସୌମେନ୍ଦୁ ଶତପଥୀ,ସମ୍ପାଦକ ପ୍ରକାଶ ଚନ୍ଦ୍ର ରାଉତ, କୋଷାଧ୍ୟକ୍ଷ ବୈକୁଣ୍ଠ ନାଥ ଦ୍ୱିବେଦୀଙ୍କ ସହିତ ଦୀପକ ପ୍ରସାଦ ପଟ୍ଟନାୟକ, ଦେବୀ ପ୍ରସନ୍ନ ପାଣି, ରାମଚନ୍ଦ୍ର ଦେବତା, ପତିତପାବନ ରାଉତ ପ୍ରମୁଖ ପ୍ରଦାନ କରିଛନ୍ତି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.