Take a fresh look at your lifestyle.

ଡ. ରାଧାନାଥ ରଥ ସାମ୍ବାଦିକ ଜଗତର ପିତାମହ ଭିଷ୍ମ ଥିଲେ

0 14

Get real time updates directly on you device, subscribe now.

ଢେଙ୍କାନାଳ : ଉକ୍ରଳ ଫେଡେରେସନ୍ ଅଫ୍ ୟୁନାଇଟେଡ ନେସନ୍ସ ଆସୋସିଏସନ୍ ଓ ଡ. ରାଧାନାଥ ରଥ ଫାଉଁଡେସନ୍ ଟ୍ରଷ୍ଟ ମିଳିତ ଆନୁକୂଲ୍ୟରେ ରଥଗଡା ସ୍ଥିତ ଉଫୁନା କାର୍ଯ୍ୟାଳୟରେ ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କର ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଅଛି । ଏଥିରେ ଉଫୁନାର ଅଧ୍ୟକ୍ଷ ତଥା ଡ. ରାଧାନାଥ ରଥ ଫାଉଁଡେସନ୍ ଟ୍ରଷ୍ଟର ସାଧାରଣ ସମ୍ପାଦକ ଆଡଭୋକେଟ ମନୋରଞ୍ଜନ ପଟ୍ଟନାୟକ ସଭାପତିତ୍ୱ କରିଥିଲେ ।

ଏହାକୁ ଆଭାସି ଯୋଗେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ବ୍ରଜକିଶୋର ତି୍ରପାଠୀ ଉଦ୍ଘାଟନ କରି କହିଲେ ଯେ, ଡ. ରାଧାନାଥ ରଥଙ୍କର ୭୫ ବର୍ଷର ସାମ୍ବାଦିକତା ବିଶ୍ୱରେ ବିରଳ । ସେ ସାମ୍ବାଦିକ ଜଗତର ପିତାମହ ଭିଷ୍ମଥିଲେ ।

ଏଥିରେ ଅଧ୍ୟାପକ ହରେକୃଷ୍ଣ କର କହିଲେ ଯେ, ଡ. ରାଧାନାଥ ରଥ ନନ୍ଦନକାନନ ଓ କୃଷି ବୈଷୟିକ ବିଦ୍ୟାଳୟର ପ୍ରତିଷ୍ଠା କରିଥିଲେ । ଏଥିରେ ସମ୍ମାନୀତ ଅତିଥି ଭାବେ ପୂର୍ବତନ ସି.ବି.ଆଇ. ବିଚାରପତି ଶ୍ରୀ ଭିକାରୀ ଚରଣ ରାଉତ ଯୋଗଦେଇ କହିଲେ ଯେ, ରଥ ଓଡ଼ିଶାରେ ବାତ୍ୟା, ବନ୍ୟା ଓ ମରୁଡି ସମୟରେ ପ୍ରଥମେ ପ୍ରପିଡିତ ଲୋକଙ୍କ ପାଖକୁ ଯାଇ ରିଲିଫ ବଂଟନ କରୁଥିଲେ ।

ଆଡଭୋକେଟ୍ ମନୋରଞ୍ଜନ ପଟ୍ଟନାୟକ ଡ. ରଥଙ୍କୁ ଭାରତରତ୍ନ ଉପାଧି ଦିଆଯିବାକୁ ଦାବି କରିଥିଲେ । ଡ. ରଥ ତାଙ୍କ ସମ୍ପାଦକୀୟ ଝିଟିପିଟି କହେ ମାଧ୍ୟମରେ ସରକାରଙ୍କୁ ବିଭିନ୍ନ ବିଷୟରେ ଉପଦେଶ ଦେଉଥିଲେ ବୋଲି ବକ୍ତାମାନେ ମତପ୍ରକାଶ କରିଥିଲେ । ସମସ୍ତ ଅତିଥି ଡ. ରଥଙ୍କର ବହୁମୂଲ୍ୟ ପ୍ରତିଭା ସମ୍ପର୍କରେ ଆଲୋଚନା କରିଥିଲେ ।

ଏଥିରେ ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ କବି ବାହାଦୂର ପାଟସାହାଣୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ସମାଜବାଦୀ ନେତା ଶ୍ରୀ ସରୋଜ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଫେସର ଦିଲ୍ଲିପ ନନ୍ଦ, ପ୍ରଫେସର ସମୀର ସାହୁ, ପ୍ରଫେସର ବିଶ୍ୱନାଥ ମହାପାତ୍ର, ଇଂ ଡମ୍ବରୁଧର ପଣ୍ଡା, ଡା. ଶ୍ରୀନିବାସ ହୋତା, ଫିଜିଓଥେରାପିଷ୍ଟ ଡ. ଅଭିନନ୍ଦନ ପଟ୍ଟନାୟକ, ଇଂ ଅବିନାଶ ଦାସ, ସୁଶ୍ରୀ ଦମୟନ୍ତି ମହାନ୍ତି, କବି ନଜରୁଲ୍ ଇସଲାମ୍, କବି କାଳୀଚରଣ ତି୍ରପାଠୀ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ସଭା ବିଚିତ୍ରାନନ୍ଦ ମହାନ୍ତି ପରିଚାଳନା କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.