Take a fresh look at your lifestyle.

ହର ପାର୍ବତୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ: କଙ୍କଡ଼ାହାଡ଼ ଚାମ୍ପିୟନ

ମନୋଜ ମହାରଣା ମ୍ୟାନ ଅଫ ଦି ମ୍ୟାଚ

0 72

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ କଙ୍କଡ଼ାହାଡ଼  ଠାରେ ୧୭ ତମ ବାର୍ଷିକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି | ଅନ୍ତିମ ଦିବସ ଖେଳରେ ତାଳବରକୋଟ କ୍ରିକେଟ ଦଳ ଓ ହର ପାର୍ବତୀ କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା | କଙ୍କଡ଼ାହାଡ଼ ହର ପାର୍ବତୀ କ୍ରିକେଟ ଦଳ ଟୁର୍ନାମେଣ୍ଟ ଚାମ୍ପିୟନ ହୋଇଛି |
ଟସ ଜିତି ହର ପାର୍ବତୀ କ୍ରିକେଟ ଦଳ, କଙ୍କଡ଼ାହାଡ଼ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୨୧୬ ସଂଗ୍ରହ କରିଥିଲା | ଜବାବରେ ତାଳବରକୋଟ କ୍ରିକେଟ ଦଳ ୧୭.୪ ଓଭରରେ ସମସ୍ତ ୱିକେଟ ହରାଇ ୧୬୦ ରନ କରି ପରାଜିତ ହୋଇଥିଲେ। ବିଜୟୀ ଦଳ ପକ୍ଷରୁ ମନୋଜ କୁମାର ମହାରଣା ବ୍ୟକ୍ତିଗତ ୯୭ ରନ ସହିତ ୩ ଟି ୱିକେଟ ନେଇ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। ଖେଳକୁ ପ୍ରମୋଦ କୁମାର ମହାନ୍ତି ଓ ସମୀର କୁମାର ମହାରଣା ପରିଚାଳନା କରିଥିଲେ।
ଉକ୍ତ ଅନ୍ତିମ ଦିବସ ଖେଳରେ ଯୁବ ସମାଜସେବୀ ତଥା ବିଜେଡ଼ିର ରାଜ୍ୟ  ସମ୍ପାଦକ  ହର୍ଷବର୍ଦ୍ଧନ ସିଂଦେଓ ମୁଖ୍ୟ ଅତିଥି ଓ କଙ୍କଡ଼ାହାଡ଼ ଗ୍ରାମ କମିଟି ସଭାପତି ଦେବରାଜ ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଜେତା ଦଳକୁ ବିଜୟୀ ଟ୍ରଫି ସହିତ ଟ୫୦୦୦/- ଓ ତାଳବରକୋଟ କ୍ରିକେଟ ଦଳ କୁ ରନିଙ୍ଗ ଟ୍ରଫି ସହିତ ୩୦୦୦/- ପ୍ରଦାନ କରିଥିଲେ|

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.