Take a fresh look at your lifestyle.

ରାଣୀ ଲକ୍ଷ୍ମୀବାଇ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଘାଟିତ

0 32

Get real time updates directly on you device, subscribe now.

ଢେଙ୍କାନାଳ :ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରାଣୀ ଲକ୍ଷ୍ମୀବାଇ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଘାଟିତ ହୋଇଯାଇଛି ।

ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଡ. ଦେବାଶିଷ ମହାନ୍ତି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଯୁଗପଯୋଗୀ ହେବା ସହିତ ଶାରୀରିକ ଏବଂ ମାନସିକ ସ୍ତରରେ ଶକ୍ତିଶାଳୀ ହେବାକୁ ଛାତ୍ରୀମାନଙ୍କୁ ପ୍ରେରଣା ଦେଇଥିଲେ ।

ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ତପନ କୁମାର ସେଠୀ ଉପସ୍ଥିତ ରହି ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ତାଲିମ ପ୍ରଶିକ୍ଷିକା ଭାବରେ ହରପ୍ରିୟା ଦାସ ଏବଂ ସରିତା ବିଶ୍ୱାଳ ଛାତ୍ରୀମାନଙ୍କୁ ଆତ୍ମସୁରକ୍ଷା କୌଶଳ ଶିକ୍ଷା ପ୍ରଦାନ କରିଥିଲେ ।

ଏହି ଶିବିରରେ ୧ଶହରୁ ଉର୍ଦ୍ଦର୍ ଛାତ୍ରୀ ଯୋଗ ଦେଇ ଆତ୍ମ ସୁରକ୍ଷା କୌଶଳ ଶିକ୍ଷା ଗ୍ରହଣ କରିଥିଲେ । ମହାବିଦ୍ୟାଳୟ ଅଧ୍ୟାପିକା ଡ. ଟୁକୁନୀ ସାହୁ , ଡ. ସୌମ୍ୟା ନନ୍ଦ ଏବଂ ଡ. ପ୍ରଜ୍ଞା ପରମିତା ପ୍ରଧାନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.