Take a fresh look at your lifestyle.

ଜିଲାପରିଷଦ ପଦବୀ ପାଇଁ ଭାଗ୍ୟ ପରଖୁଛନ୍ତି ବିଶ୍ୱନାଥ

0 34

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ୧ ନମ୍ବର ଜୋନ ରେ ଏବେ ଜିଲାପରିଷଦ ପଦବୀ ପାଇଁ ଭାଗ୍ୟ ପରଖୁଛନ୍ତି ଅଞ୍ଚଳର ବିଶିଷ୍ଠ ବ୍ୟବସାୟୀ ବିଶ୍ୱନାଥ ଚିନରା । ସେ ଜଣେ ସୈାଖିନ ଭଜନ କଳାକାର ଭାବେ ବେଶ ଜଣାଶୁଣା ।

ଯଦିଓ କୈାଣସି ଭଜନ ସୋ କୁ ଯାଆନ୍ତି ନାହିଁ ନିଜେ ତାଙ୍କ ଗ୍ରାମ ର ପ୍ରସିଦ୍ଧ ଶ୍ରୀ ଶ୍ରୀ ଦୈାଡେଶ୍ୱର ଙ୍କ ଶୈବପୀଠ ରେ ପ୍ରତିବର୍ଷ ଭଜନ ସଂଧ୍ୟା ଆୟୋଜନ କରି ନିଜ ପ୍ରତିଭା କୁ ସାମ୍ମାକୁ ଆଣି ଥିଲେ ।

ତାଙ୍କ ନିକଟରେ ଏହି କଳା ରହିଛି ବୋଲି ଜଣାପଡିଥିଲା ଯେତେବେଳେ ସେ ଭଜନ ସଂଧ୍ୟାରେ ଗାଇଥିବା ଗୀତ ଗୁଡିକ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା । ବିଶ୍ୱନାଥ ଜଣେ ସୁନା ବ୍ୟବସାୟୀ ଭାବେ ପରିଚିତ ଥିଲେ । ଏବେ ଜିଲା ପରିଷଦ ପାଇଁ ବିଜୁ ଜନତା ଦଳରୁ ଗଁଦିଆ ଏକ ନମ୍ବର ଜୋନ ରୁ ପ୍ରାର୍ଥୀ ହୋଇଛନ୍ତି ।

ତାଙ୍କ ସହ ବିଜେପିରୁ ପୁରୁଣା ଜିଲାପରିଷଦ ସଭ୍ୟା ମମତା ସ୍ୱାଇଁ ଭୋଟ ଲଢୁଛନ୍ତି । ବିଶ୍ୱନାଥ ମମତାଙ୍କୁ   କଡା ଟକ୍କର ଦେବା ପାଇଁ ଘରକୁ ଘରକୁ ବୁଲି ପ୍ରଚାର କରିବା ସହିତ ରୋଡ ସୋ କରି ନିଜର ଶକ୍ତି ପ୍ରର୍ଦଶନ କରୁଛନ୍ତି ।

ବିଶ୍ୱନାଥଙ୍କ ପାଇଁ ବିଧାୟକ ସୁଧିର ସାମଲ ବୁଲି ପ୍ରଚାର କରି ନବୀନ ପଟ୍ଟନାୟକଙ୍କ ଜନ ହିତକାରୀ ଯୋଜନା ସମ୍ପର୍କରେ କହିବା ସହିତ ବିଶ୍ୱନାଥଙ୍କୁ ଜିତାଇବାକୁ ଲୋକ ମାନଙ୍କ ନିବଦେନ କରିଛନ୍ତି ।

ଏହି ଜୋନରେ ଯୋରନ୍ଦା, ବାଇଁସିଆ, କରମୂଳ ଏବଂ କାଲୁରିଆ ଗ୍ରାମ ପଞ୍ଚାୟତ ର ୨୫ ହଜାର ୧୦୭ ଭୋଟର ଆସନ୍ତା ୧୬ ତାରିଖ ରେ ମତାଧିକାର ସାବ୍ୟସ୍ତ କରିବେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.