Take a fresh look at your lifestyle.

ବିଧିପୂର୍ବକ ହେବ କପିଳାସ ଜାଗରଯାତ୍ରା : ରହିବ ନାହିଁ ଗହଳଚହଳ

0 73

Get real time updates directly on you device, subscribe now.

ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ କପିଳାସରେ ଜାଗର ଯାତ୍ରା  ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି ।

କୋଭିଡ ସଂକ୍ରମଣକୁ ଦେଖି କରୋନା କଟକଣା ମଧ୍ୟରେ ମାର୍ଚ୍ଚ ୧ ତାରିଖରେ ଜାଗରଯାତ୍ରା ଅନୁଷ୍ଠିତ ହେବ । କପିଳାସ ପୀଠରେ ଜନସମାଗମକୁ ସମ୍ପୁର୍ଣ୍ଣ ଭାବରେ ବାରଣ କରାଯିବା ସହିତ ବିଧିପାଳନ ପୂର୍ବକ ଏହା ସମାପନ କରିବାକୁ ବୈଠକରେନିଷ୍ପତି ଗ୍ରହଣ କରାଯାଇଛି ।

ଉପ ଜିଲ୍ଲାପାଳ ତଥା ନିର୍ବାହୀ ଅଧିକରୀ ଦେବୋତ୍ତର ସୁଶ୍ରୀ ସିଗ୍ଧା ରାଣୀ ଧଳ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।ରାଜପୁରୋଧାଙ୍କ ନିଘଣ୍ଟ ଅନୁଯାୟୀ ରାତ୍ର ୩ଟା୫୫ ମିନିଟ ରୁ ବେଢା ପୂଜା ,ବେଢା ପରିକ୍ରମା ଓ ମହାଦୀପ ଉଠାଣ କାର୍ଯ୍ୟ ରାତ୍ର ୪ଟା୨୦ମିନିଟ ମଧ୍ୟେ ସମ୍ପୂର୍ଣ୍ଣ ହେବ । ପୀଠର ବାରବାଙ୍କ ରାସ୍ତାରେ ଆଲୋକ ବ୍ୟବସ୍ଥା ସହିତ ମନ୍ଦିର ଭିତର ବେଢା, ମନ୍ଦିର ପରିସର ବଡଦାଣ୍ଡ, ଘାଟିରାସ୍ତା ଓ ଶିଖ ତଳରେ ଆଲୋକ ବ୍ୟବସ୍ଥା କରାଯିବ ।

ଶାନ୍ତି ଶୃଙ୍ଖଳା ସହିତ ଜାଗର ଯାତ୍ରାକୁ ବ୍ୟବସ୍ଥିତ ଭାବେ ଆୟୋଜନ ନିମନ୍ତେ ଯାତାୟତ ବ୍ୟବସ୍ଥା , ଜଳଯୋଗାଣ ବ୍ୟବସ୍ଥା, ଅଗ୍ନି ନିର୍ବାପକ ବ୍ୟବସ୍ଥା, ଅସ୍ଥାୟୀ ଦୋକାନ ନିମନ୍ତେ ସ୍ଥାନ ନିରୂପଣ, ଆଶୁ ଚିକିତ୍ସା ବ୍ୟବସ୍ଥା, କଣ୍ଟ୍ରୋଲ ରୁମ ସ୍ଥାପନ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା । ମନ୍ଦିର ଆଖପାଖ ଅଞ୍ଚଳ ପରିଷ୍କାର ପରିଚ୍ଛନ୍ନତା ଉପରେ ଗୁରୁତ୍ୱ ଦିଆଯିବା ସହିତ ପଲିଥିନ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି ।

ଯାତ୍ରାରେ ନିୟୋଜିତ ସମସ୍ତ ସେବାୟତ ମାନଙ୍କର କୋଭିଡ ଟେଷ୍ଟିଙ୍ଗ ଓ ଟିକା ଦାନର ବ୍ୟବସ୍ଥା କରାଯିବ ବୋଲି ବୈଠକରେନିଷ୍ପତି ଗ୍ରହଣ କରାଯାଇଛି ।ଏ ସଂକ୍ରନ୍ତାରେ ଜିଲ୍ଲାପାଳ ସରୋଜ କୁମାରେ ସେଠୀ କୁହନ୍ତି ଯେ କରୋନାସଂକ୍ରମଣ ଏବଂ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି କେବଳ ପରମ୍ପରା ଅନୁସାରେ ପୂଜା ବିଧି ପାଳନ କରାଯିବ ।

ପଲିଥିନ ମୁକ୍ତ କରିବା ପାଇଁ ସମ୍ପୁର୍ଣ୍ଣ ଭାବରେ ଦୃଷ୍ଟି ଦେବା ସହିତ ଜନସମାବେଶ ଉପରେସମ୍ପୁର୍ଣ୍ଣୁ ଭାବରେ କଟକଣା ଜାରି କରାଯାଇଥିବାର ସେ କହିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.