Take a fresh look at your lifestyle.

ଯୋରନ୍ଦା ମାଘମେଳା ପ୍ରସ୍ତୁତି ବୈଠକ: କେବଳ ସାଧୁ ସନ୍ୟାସୀ ମାନଙ୍କୁ ନେଇ ହେବ ନିତିକାନ୍ତି

0 383

ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲା ସଦଭାବନା ସଭାପଗୃହରେ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ସଭାପତିତ୍ୱରେ ପ୍ରସିଦ୍ଧ ମାଘ ମେଳା ବା ଯୋରନ୍ଦା ମେଳା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ କୋଭିଡ୍ କଟକଣା ଏବଂ ନିୟମାବଳୀକୁ ଦୃଷ୍ଟିରେ ରଖି ଫେବୃଆରୀ ୧୫ ତାରିଖରେ ମେଳା ପାଳନ ପାଇଁ ବ୍ୟବସ୍ଥା କରାଯିବ ।

କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ସମାବେଶକୁ ସମ୍ପୁର୍ଣ୍ଣ ଭାବରେ ବାରଣ କରାଯାଇଛି । କେବଳ ସାଧୁ ସନ୍ୟାସୀ ମାନଙ୍କ ଉପସ୍ଥିତିରେ ଯୋରନ୍ଦା ମେଳା ଅନୁଷ୍ଠିତ ହେବ ବୋଲି ବୈଠକରେ ସ୍ଥିର କରାଯାଇଛି । ମେଳାରେ ଟୀକାକରଣ ଏବଂ ଟେଷ୍ଟିଂ ବ୍ୟବସ୍ଥା କରାଯିବ । ମେଳାର ସୁଆୟୋଜନ ନିମନ୍ତେ ଆଲୋକ ବ୍ୟବସ୍ଥା, ନିରାପତ୍ତା, ଅଗ୍ନିନିର୍ବାପକ ବ୍ୟବସ୍ଥା, ମାଦକଦ୍ରବ୍ୟ ସେବନ,ପାନୀୟ ଜଳଯୋଗାଣ, ଖାଉଟି ସାମଗ୍ରୀ ବ୍ୟବସ୍ଥା, ଜାଳେଣି କାଠର ବ୍ୟବସ୍ଥା, ନିୟନ୍ତ୍ରଣ କକ୍ଷ ସ୍ଥାପନ ଉପରେ ଆଲୋଚନା କରାଯାଇଥିଲା ।

ଏହି ବୈଠକରେ ଜିଲ୍ଲାପାଳଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ ଶଶାଙ୍କ ଶେଖର ଦାଶ, ବନଖଣ୍ଡ ଅଧିକାରୀ ପ୍ରକାଶ ଚାନ୍ଦ ଗୋଗିନେନୀ, ଡିଆରଡିଏ ପ୍ରକଳ୍ପ ନିର୍ଦେଶକ ସାଫଲ୍ୟ ମଣ୍ଡିତ ପ୍ରଧାନ, ଅତିରିକ୍ତ ଏସପି ପୁରୁଷୋତ୍ତମ ସେଠୀ, ରଘୁବାବା,  ଶୁକଦେବ ବାବାଙ୍କ ସହିତ ଅନ୍ୟ ବାବା, ବିଭାଗୀୟ ଅଧିକାରୀ ଏବଂ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗଦେଇଥିଲେ । ମାଘ ମେଳାକୁ ନେଇ ବାବା ମାନଙ୍କ ମଧ୍ୟରେ ହସଖୁସି ନଥିବାର ଜଣାପଡିଛି ।

ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦୋକାନ ବଜାର ରହିବନାହିଁ, ଗୁରୁଦର୍ଶନ ମଧ୍ୟ ହେବ ନାହିଁ କେବଳ ବାବା ମାନେ ନିତୀକାନ୍ତି ସମାପନ କରିବେ ବୋଲି ରଘୁନାଥ ବାବା ପ୍ରକାଶ କରିଛନ୍ତିା ସେ ହେଉଛନ୍ତି ଶୂନ୍ୟ ବ୍ରହ୍ମ ତାଙ୍କରି ଇଛାରେ ସବୁ କାର୍ଯ୍ୟ ହେବ ବୋଲି ବାବା ପ୍ରକାଶ କରିଛନ୍ତି ।

- Advertisement -

Leave A Reply

Your email address will not be published.