Take a fresh look at your lifestyle.

 ଆଦର୍ଶ ବିଦ୍ୟାଳୟକୁ ନେଇ ଗ୍ରାମବାସୀଙ୍କ ଅସନ୍ତୋଷ : ୫୫ ନଂ ଜାତୀୟ ରାଜପଥ ଅବରୋଧ

0 45

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଅଙ୍କରାନ୍ତିପୁର ଗ୍ରାମରେ ନିର୍ମାଣ ଧୀନ ଆଦର୍ଶ ବିଦ୍ୟାଳୟକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖାଦେଇଛି । ଏହାରପ୍ରତିବାଦରେ ଗ୍ରାମବାସୀମାନ ୫୫ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିବା ସହିତ ସମାଧାନ କରିବାକୁ ଦାବୀ କରିଛନ୍ତି ।

ସିମିନଈ ପଞ୍ଚାୟତ ଅଙ୍କରାନ୍ତିପୁର ଗ୍ରାମରେ ଓଡାପଡା ବ୍ଲକ ପାଇଁ ଆଦର୍ଶବିଦ୍ୟାଳୟ କାର୍ଯ୍ୟ ଶେଷ ହେବାକୁ ଯାଉଛି । ବିଦ୍ୟାଳୟ ତରଫରୁ ଗୃହକାର୍ଯ୍ୟ ଶେଷ ହେବା ପରେ ଏହିଠାରେପାଠ ପଢା ଆରମ୍ଭ ହେବ । ବିଦ୍ୟାଳୟ ସ୍ଥାପନ ସମୟରେ ଗ୍ରାମାବାସୀଙ୍କ ସହଯୋଗରେ ଏଠାରେ ବିଦ୍ୟାଳୟ ନିର୍ମାଣ ପାଇଁ ସହମତି ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ କାର୍ଯ୍ୟ ଆରମ୍ଭ ହୋଇଥିଲା ।

କିନ୍ତୁ ପ୍ରଶାସନ ତରଫରୁ ଆଦର୍ଶ ବିଦ୍ୟାଳୟ ନିକଟରେ ଥିବା ସମସ୍ତ ସରକାରୀ ଜମିକୁ ଅଧିଗ୍ରହଣ କରିବାକୁ ପ୍ରଶାସନ ତରଫରୁ ଉଦ୍ୟମ କରାଯାଉଛି । ଫଳରେ ଗ୍ରାମ ନିକଟରେ ଥିବା ପଡିଆ ସହିତ ଶ୍ମଶାନ,ପାଲାପଡିଆ ସହିତ ସମସ୍ତ ଜମି ବିଦ୍ୟାଳୟ ଭିତରେ ରହିଯିବାର ଆଶଙ୍କା ରହିଛି । ଏହାକୁ ନେଇ ଗ୍ରାମାବାସୀ ମାନଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖାଦେଇଛି ।

ପ୍ରତିଶୃତି ଅନୁସାରେ ମାତ୍ର ତିନି ଏକର ଜମିରେ ବିଦ୍ୟାଳୟ ନିର୍ମାଣ କରିବା ସହିତ ଅବଶିଷ୍ଟ ଜମିରେ କୌଣସି କାର୍ଯ୍ୟ ନକରିବାକୁ ନିବେଦନ କରାଯାଇଛି । ଏହି ଜମିରେ ଗ୍ରାମବାସୀ ମାନେ ଚଳପ୍ରଚଳ କରୁଛନ୍ତି । ବିଦ୍ୟାଳୟ ପାଚେରୀ ନିର୍ମାଣ ହେଲେ ଗ୍ରାମବାସୀ ମାନଙ୍କ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେବେ ।

ଏହାକୁ ନେଇ ପୂର୍ବରୁ ଗ୍ରାମବାସୀ ମାନେ ପ୍ରଶାସନର ସହଯୋଗରେ ପାଚେରୀ ନିର୍ମାଣକରିବାକୁ ଦାବୀ କରିଥିଲେ । କିନ୍ତୁ ପ୍ରଶାସନ ଗ୍ରାମବାସୀଙ୍କୁ ଅଣଦେଖା କରି ପାଚେରୀ ନିର୍ମାଣ କରୁଥିବାରୁ ଏହାକୁ ନେଇ ଅସନ୍ତୋଷ ଦେଖାଦେଇଛି । ଫଳରେ ଶନିବାର ଦିନ ଶତାଧିକ ପୁରୁଷ ଏବଂ ମହିଳା ୫୫ ନମ୍ବର ଜାତୀୟ ରାଜପଥକୁ କଲେଜ ବାଇପାସ ଏବଂ କଲେଜ ଛକରେ ଅବରୋଧ କରିଥିଲେ ।

ଖବର ପାଇ ସଦର ଥାନାଧିକାରୀ ଅଭିନବ ଡାଳୁଆ ସଦଳବଳେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ । ଆସନ୍ତା ମଙ୍ଗଳବାର ଦିନ ଗ୍ରାମବାସୀ ଏବଂ ପ୍ରଶାସନର ମିଳିତ ବୈଠକରେ ନିଷ୍ପତି ନେବାକୁ ପ୍ରତିଶୃତି ଦେବା ପରେ ରାସ୍ତାରୋକ ହଟିଥିଲା ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.