Take a fresh look at your lifestyle.

ପଦ୍ମଭୂଷଣ ଡ. ରଥଙ୍କ ୨୪ତମ ଶ୍ରାଦ୍ଧବାର୍ଷିକୀ : କୁଞ୍ଜ ବିହାରୀ ଜରାଶ୍ରମରେ ପ୍ରତିଯୋଗିତା

0 77

Get real time updates directly on you device, subscribe now.

ଢେଙ୍କାନାଳ : ସହରର କାଠଗଡାସ୍ଥିତ କୁଞ୍ଜ ବିହାରୀ ଜରାଶ୍ରମରେ ପଦ୍ମଭୂଷଣ ଡ.ରାଧାନାଥ ରଥଙ୍କ ୨୪ତମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଅନ୍ତେବାସୀ ମହିଳାଙ୍କ ମଧ୍ୟରେ ପୂରାଣ କଥା କୁଇଜ୍, ଝୋଟି, ହୁଳହୁଳି ଓ ମ୍ୟୁଜିକ୍ ଚେୟାର୍ ଏବଂ ବୃଦ୍ଧଙ୍କ ମଧ୍ୟରେ ପୁରାଣ କୁଇଜ୍ ପ୍ରତିଯୋଗିତା ପଦ୍ମଭୂଷଣ ଡ. ରାଧାନାଥ ରଥ ଜୟନ୍ତୀ କମିଟି, ଢେଙ୍କାନାଳ ପକ୍ଷରୁ ଶୁକ୍ରବାର ମଧ୍ୟାହ୍ନରେ ଆୟୋଜିତ ହୋଇଥିଲା ।

ଏହି ପ୍ରତିଯୋଗିତାକୁ ଟାଉନ୍ ଥାନାର ଅଧିକାରୀ ରାଜେନ୍ଦ୍ର କୁମାର ମହାପାତ୍ର ଉଦଘାଟନ କରିଥିବାବେଳେ ଜିଲା ସଂସ୍କୃତି ଅଧିକାରୀ ଶୁକ୍ର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଡ. ରଥଙ୍କ ପରି ନିରଳସ ଓ ନିଷ୍ଠାପର ସମାଜସେବୀଙ୍କ ସ୍ମୃତିରେ ଜରାଶ୍ରମରେ ଏଭଳି ପ୍ରତିଯୋଗିତାର ଆୟୋଜନ ଅନ୍ତେବାସୀଙ୍କୁ ଆନନ୍ଦିତ ଓ ଉତ୍ସାହିତ କରିବ ବୋଲି ଅତିଥିଦ୍ୱୟ ମତପ୍ରକାଶ କରିଥିଲେ । ଅନ୍ତେବାସୀ ଦ୍ରୌପଦୀ ରାଉତରାୟ ଝୋଟିରେ ପ୍ରଥମ, ହୁଳହୁଳି ଓ ପୁରାଣ କଥା କୁଇଜ୍ର ଦ୍ୱିତୀୟ ହୋଇ ପ୍ରତିଯୋଗିତାର ଚମ୍ପିୟନ୍ ହୋଇଥିଲେ ।

ସେହିପରି ଅନ୍ନପୂର୍ଣ୍ଣା ପ୍ରଧାନ ମ୍ୟୁଜିକ୍ ଚେୟାର ପ୍ରଥମ ଓ ଝୋଟିରେ ତୃତୀୟ ହୋଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଉର୍ବଶୀ ସାହୁ ମ୍ୟୁଜିକ୍ ଚେୟାର ଦ୍ୱିତୀୟ ଓ ହୁଳହୁଳିରେ ତୃତୀୟ ହୋଇଥିଲେ । ଉର୍ବଶୀ ନାୟକ ହୁଳହୁଳିରେ ପ୍ରଥମ, ଭାନୁମତି ସାହୁ ପୁରାଣ କୁଇଜ୍ରେ ପ୍ରଥମ, ପଞ୍ଚାନନ ସାହୁ (ପୁରୁଷ) ପୁରାଣ କୁଇଜ୍ରେ ପ୍ରଥମ ଓ ରବିନାରାୟଣ ପୃଷ୍ଟି ଦ୍ୱିତୀୟ ହୋଇଥିଲେ । ସରୋଜା ସେଠୀ ଝୋଟିରେ ଦ୍ୱିତୀୟ କାଦମ୍ବିନୀ ମହାପାତ୍ର ଝୋଟିରେ ତୃତୀୟ ଏବଂ କୁମାରୀ ନାୟକ ମ୍ୟୁଜିକ୍ ଚେୟାର ତୃତୀୟ ସ୍ଥାନ ହାସଲ କରିଥିଲେ । ଜରାଶ୍ରମର କାର୍ଯ୍ୟକ୍ରମ ପ୍ରବନ୍ଧଙ୍କ ସୀତାଂଶୁ ଶେଖର ପଣ୍ଡା ପ୍ରତିଯୋଗିତା ପରିଚାଳନା କରିଥିଲେ ।

ଅରୁଣ ଗ୍ରାମ୍ୟ ପରିଚାଳନ ପ୍ରତିଷ୍ଠାନ ବା “ଐରା’ ଦ୍ୱାରା ପରିଚାଳିତ ଏହି ଜରାଶ୍ରମର ଷ୍ଟାଫ୍ ନର୍ସ ତପସ୍ୱିନୀ ନାୟକ, ସାମାଜିକ କର୍ମୀ ଦିନବନ୍ଧୁ ସାହୁ, ନୀଳମଣି ନାୟକ, ପ୍ରମୋଦ କୁମାର ସେଠୀ, ପବିତ୍ର ସାମଲ ଓ ଐରାର ସଂଯୋଜକ ପ୍ରଦ୍ୟୁମ୍ନ କୁମାର ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଜୟନ୍ତୀ କମିଟିର ସମ୍ପାଦକ ମହେନ୍ଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.