Take a fresh look at your lifestyle.

ପରିବା ମାର୍କେଟ ରୁ ମୋବାଇଲ ଲୁଟେରାଙ୍କୁ ପୋଲିସ ଜିମା ଦେଲେ ଲୋକ

0 77

Get real time updates directly on you device, subscribe now.

ଭୁବନ : ଭୁବନ ଏନଏସି ଅନ୍ତର୍ଗତ ଡାକବଙ୍ଗଳା ସମ୍ମୁଖରେ ବସୁଥିବା ଦୈନିକ ପରିବା ମାର୍କେଟ ରେ ରୀତିମତ ମୋବାଇଲ ଚୋରୀ ହେଉଥିଲା । ମାସକ ମଧ୍ୟରେ ପ୍ରାୟ ୨୦ ରୁ ଉଦ୍ଧ୍ୱ ର୍ମୋବାଇଲ ଚୋରୀ ହୋଇଥିଲା ।

ଆଜି ସକାଳ ୯ ଘଟିକା ସମୟରେ ଏକକାଳୀନ ୩ ଟି ମୋବାଇଲ ଚୋରୀ ହେବା ଫଳରେ କୋକୁଆ ଭୟସୃଷ୍ଟି ହୋଇଥିଲା । ସମସ୍ତ ପ୍ରବେଶ ପଥ ବନ୍ଦ କରି ସ୍ଥାନୀୟ ଲୋକ ଓ ପରିବା ବିକ୍ରେତା ମାନେ ଜଗି ରହିଥିଲେ । ସନେ୍ଦହ ଜନକ ଭାବେ ବୁଲୁଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ଧରିବା ପରେ ସେମାନଙ୍କ ନିକଟରୁ ୩ ଟି ମୋବାଇଲ ଓ ଗୋଟିଏ ବାଇକ ଉଦ୍ଧାର ହୋଇଥିଲା ।

ଏହା ପରେ ଉତ୍ୟକ୍ତ ଲୋକେ ଚୋର ଦୁଇଜଣଙ୍କୁ ନିସ୍ତୁକ ମାଡ ମାରିବା ସହ ପୋଲିସକୁ ଖବର ଦେଇଥିଲେ । ଭୁବନ ଥାନାଏ ଏସଆଇ ପ୍ରଦୀପ କୁମାର ସତପଥି ସଦଳ ବଳେ ପହଁଚି ଲୁଟେରା ଦୁଇ ଜଣ ଙ୍କୁ ଲୋକଙ୍କ କବଳରୁ ଉଦ୍ଧାର କରି ଥାନାକୁ ନେଇ ଯାଇଥିଲା । ଲୁଟେରା ଦୁଇ ଜଣ ହେଲେ ବିହାର ରାଜ୍ୟର ମାଇକେଲସନ୍ତୋଷ ଓ କୁମାର ଅକ୍ଷୟ ।

ସଂପୃକ୍ତ ଲୁଟେରା ମାନେ ବିହାର ରାଜ୍ୟର ଓ ସେମାନେ କଳିଙ୍ଗନଗର ରେ ରହି ଗୋଟିଏ ଗ୍ୟାଙ୍ଗ ହୋଇ ବିଭିନ୍ନ ହାଟ , ବଜାର ଓ ଗହଳି ସ୍ଥାନରେଏଭଳି ଲୁଟପାଟକରୁଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ଆନ୍ତ ରାଜ୍ୟ ମୋବାଇଲ ଲୁଟେରା ଧରା ପଡିବା ପରେ ନିକଟ ଅତୀତରେ ଚୋରୀ ହୋଇ ଥିବା ମୋବାଇଲ ଉଦ୍ଧାର ହେବ ବୋଲି ପୋଲିସ ଆଶା ବ୍ୟକ୍ତ କରିଛି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.