Take a fresh look at your lifestyle.

କାଣ୍ଡବିନ୍ଧା ଓ ଦେଓଗାଁ ରେ ଜାତୀୟ ବାଳିକା ଦିବସ ପାଳିତ

0 40

Get real time updates directly on you device, subscribe now.

ଢେଙ୍କାନାଳ:  ଓଡାପଡା ବ୍ଲକ କାଣ୍ଡବିନ୍ଧା ଏବଂ ଗଁଦିଆ ବ୍ଲକ ଅନ୍ତର୍ଗତ ଦେଓଗାଁ ଠାରେ ଜାତୀୟ ବାଳିକା ଦିବସ ପାଳିତ ହୋଇଯାଇଛି ।

ସଖି ୱନ୍ ଷ୍ଟପ୍ ସେଣ୍ଟର ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ପ୍ରଶାସିକା ମଧୁଛନ୍ଦା ଘଡେଇ, ପରମର୍ଶଦାତ୍ରୀ ରଞ୍ଜିତା ମଞ୍ଜରୀ କର, ନିବେଦିତା ସାହୁ ଓ ନିରୁପମା ସାମଲ ପ୍ରମୁଖ କନ୍ୟାସନ୍ତାନଙ୍କ ମୂଲ୍ୟବୋଧ ଉପରେ ଆଲୋକପାତ କରିଥିଲେ ।କନ୍ୟାସନ୍ତାନମାନେ କିଭଳି ଉଚ୍ଚଶିକ୍ଷା ଲାଭ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ, ସେନେଇ ବକ୍ତବ୍ୟ ପ୍ରଦାନ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ କେସ୍ ୱାର୍କର ଆରତୀ ମହାଭୋଇ, ଅନସୂୟା ମିଶ୍ର ଓ ସୌଭାଗ୍ୟମଞ୍ଜରୀ ପାଣିଙ୍କ ସମେତ ପ୍ରିୟଦର୍ଶିନୀ ସାହୁ ଯୋଗଦାନ କରି ବାଳିକାମାନେ ସାହସର ସହିତ ସବୁ ପରିସ୍ଥିତିକୁ ମୁକାବିଲା କରିବାକୁ ନିଜର ଆଶା ଓ ବିଶ୍ୱାସ ବୃଦ୍ଧି କରିବାକୁ ପରାମର୍ଶ ଦେଇଥିଲେ ।

ଦେଓଗାଁର ଅଙ୍ଗନବାଡି କର୍ମୀ ସୁଷମା ବାରିକ, ଜ୍ୟୋତ୍ସ୍ନାରାଣୀ ମାହାପାତ୍ର, ଆଶାକର୍ମୀ ଶର୍ମିଳା ନନ୍ଦ ଓ ଛାୟା ନାଏକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.