Take a fresh look at your lifestyle.

ଜିଲାପରିଷଦ ଆସନ ପାଇଁ ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା

0 746

ଢେଙ୍କାନାଳ  : ଢେଙ୍କାନାଳ ଜିଲ୍ଲାର ୨୭ ଜିଲ୍ଲା ପରିଷଦ ଆସନ ପାଇଁ ଶେଷ ଦିବସରେ ବିଜେଡି ତା’ର ପ୍ରାର୍ଥୀ ତାଲିକା ଘୋଷଣା କରିଛି । ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ ୪ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀମାନଙ୍କ ନାମ ଘୋଷଣା କରିଛନ୍ତି ।

ଢେଙ୍କାନାଳ ବିଧାନସଭା କ୍ଷେତ୍ରର ସଦର ବ୍ଲକ ୨ନଂ ଜୋନ ପାଇଁ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଝରଶ୍ମିତା ଦେହୁରୀଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ ଢେଙ୍କାନାଳ ୩ନଂ ଜୋନ ପାଇଁ ଅଶୋକ କୁମାର ପରିଡ଼ା, ୪ନଂ ଜୋନ ପାଇଁ ପୂର୍ବତନ ସରପଂଚ ଦୀପ୍ତିମୟୀ ଜେନା ପ୍ରାର୍ଥୀ ହୋଇଛନ୍ତି । ଗଁଦିଆ ବ୍ଲକର ୧ନଂ ଜୋନ ପାଇଁ ବିଶ୍ୱନାଥ ଚିନ୍ନାରା, ୨ନଂ ଜୋନ ପାଇଁ ମମତାମଞ୍ଜରୀ ବେହେରା, ୩ନଂ ଜୋନ ପାଇଁ ଅର୍ଚ୍ଚନା ପୁହାଣ ଏବଂ ୪ନଂ ଜୋନ ପାଇଁ ବିଭୁତି ଭୋଇଙ୍କୁ ଦଳ ପ୍ରାର୍ଥୀ କରିଛି ।

ସେହିପରି କାମାକ୍ଷାନଗର ନିର୍ବାଚନମଣ୍ଡଳୀର ସଦର ବ୍ଲକ ୧ନଂ ଜୋନର ପୂର୍ଣ୍ଣିମା ଦେହୁରୀଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ କାମାକ୍ଷାନଗର ୧ନଂ ଜୋନ ପାଇଁ ଦୀପ୍ତୀମୟି ବିଶ୍ୱାଳ, କାମାକ୍ଷାନଗର ୩ନଂ ଜୋନ ପାଇଁ ଅବନ୍ତୀ ସେଠୀ, ଭୁବନ ୧ନଂ ଜୋନ ପାଇଁ ବ୍ଲକ ଉପାଧ୍ୟକ୍ଷା ସୁଭଦ୍ରା ପାତ୍ର, ୨ନଂ ଜୋନ ପାଇଁ ରମେଶ ଚନ୍ଦ୍ର ସାହୁ, ୩ନଂ ଜୋନ ପାଇଁ ସୁବାଷ ଚନ୍ଦ୍ର ମାଝିଙ୍କ ନାମ ଦଳ ଘୋଷଣା କରିଛି ।

ହିନ୍ଦୋଳ ବିଧାନସଭା କ୍ଷେତ୍ର ଅନ୍ତର୍ଗତ ଓଡ଼ାପଡ଼ା ୧ନଂ ଜୋନ ପାଇଁ ପ୍ରତିମା ନାଏକ, ୨ନଂ ଜୋନ ପାଇଁ ବାଳକୃଷ୍ଣ ସାହୁ, ୩ନଂ ଜୋନ ପାଇଁ ଇନ୍ଦିପୁର ସରପଂଚ ରାଜକିଶୋର ରାଉତଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ହିନ୍ଦୋଳ ବ୍ଲକର ୧ନଂ ଜୋନ ପାଇଁ ମାମାଲି ଦାସ, ୨ନଂ ଜୋନ ପାଇଁ ସୁମନ୍ତ ଦେହୁରୀ, ୩ନଂ ଜୋନ ପାଇଁ ମମତାଞ୍ଜଳି ବେହେରା, ୪ନଂ ଜୋନ ପାଇଁ ଉର୍ମିଳା ବେହେରାଙ୍କୁ ପ୍ରାର୍ଥୀ କରାଯାଇଥିବା ସୂଚନା ମିଳିଛି ।

ସେହିପରି ପର୍ଜଙ୍ଗ ବିଧାନସଭା କ୍ଷେତ୍ରର ଥିବା ଜିଲ୍ଲାପରିଷଦ ଆସନ ଗୁଡିକ ମଧ୍ୟରେ କାମାକ୍ଷାନଗର ୨ନଂ ଜୋନ ପାଇଁ ଦଳ ଅଶୋକ ବେହେରାଙ୍କୁ ପ୍ରାର୍ଥୀ କରିଛି । ପରଜଙ୍ଗ ୧ନଂ ଜୋନରେ ଦଳ ରୁନୁ ବର୍ମାଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ ୨ନଂ ଜୋନ ପାଇଁ ନିରାକାର ପ୍ରଧାନ, ୩ନଂ ଜୋନ ପାଇଁ ବିଳାସିନୀ ସେଠୀଙ୍କ ନାମରେ ଦଳ ମୋହର ଲଗାଇଛି । ସେହିପରି କଙ୍କଡ଼ାହାଡ଼ ୧ନଂ ଜୋନ ପାଇଁ ନବକିଶୋର ସାହୁ, ୨ନଂ ଜୋନ ପାଇଁ ରିନା ଏସା, ୩ନଂ ଜୋନ ପାଇଁ ରବିନାରାୟଣ ପ୍ରଧାନଙ୍କ ନାମକୁ ଦଳ ଘୋଷଣା କରିଛି ।

- Advertisement -

Leave A Reply

Your email address will not be published.