Take a fresh look at your lifestyle.

ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ: ୭୧୬୩ ଜଣଙ୍କର ପ୍ରାର୍ଥୀପତ୍ର ଦାଖଲ

ଅନ୍ତିମ ଦିବସରେ ୨୪୧୧ ପ୍ରାର୍ଥୀଙ୍କ ମନୋନୟନପତ୍ର ଦାଖଲ

0 15

Get real time updates directly on you device, subscribe now.

ଢେଙ୍କାନାଳ : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଶେଷ ଦିବସରେ ୨୪୧୧ ଜଣ ପ୍ରାର୍ଥୀ ବିଭିନ୍ନ ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେମାନଙ୍କ ମଧ୍ୟରୁ ୧୫୮୦ଜଣ ୱାର୍ଡ ମେମ୍ବର ପଦବୀ ପାଇଁ, ସରପଂଚ ପଦବୀ ପାଇଁ ୩୯୧, ସମିତି ସଭ୍ୟ ପଦବୀ ପାଇଁ ୩୫୮ ଓ ଜିଲ୍ଲା ପରିଷଦ ସଦସ୍ୟ ପଦବୀ ପାଇଁ ୮୨ଜଣ ପ୍ରାର୍ଥୀ ମନୋନୟନପତ୍ର ଦାଖଲ କରିଛନ୍ତି ।

ଗତ ୫ଦିନ ମଧ୍ୟରେ ୭୧୬୩ଜଣ ପ୍ରାର୍ଥୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଭାଗନେବା ପାଇଁ ୱାର୍ଡମେମ୍ବର, ସରପଂଚ, ସମିତି ସଭ୍ୟ ଓ ଜିଲ୍ଲାପରିଷଦ ସଭ୍ୟ ପଦବୀ ପାଇଁ ମନୋନୟନପତ୍ର ଦାଖଲ କରିଛନ୍ତି । ଶନିବାର ଯାଂଚ ପ୍ରକ୍ରିୟା ଆରମ୍ଭ ହୋଇ ଚିଠା ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ମନୋନୟନ ପତ୍ର ପ୍ରତ୍ୟାହାର ପରେ ଆସନ୍ତା ୨୭ତାରିଖ ଦିନ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ୨୭ତାରିଖ ପରେ ୱାର୍ଡ ସଭ୍ୟ, ସରପଂଚ, ସମିତି ସଭ୍ୟ ପଦବୀ ପାଇଁ ସଂକେତ ବା ଚିହ୍ନ ଦିଆଯିବ ।

ଶେଷ ଦିବସର ପ୍ରାର୍ଥୀପତ୍ର ଦାଖଲରେ ଢେଙ୍କାନାଳ ସଦର ବ୍ଲକର ୩୭୮ ପ୍ରାର୍ଥୀ ମନୋନୟନପତ୍ର ଦାଖଲ କରିଛନ୍ତି । ସେମାନଙ୍କ ମଧ୍ୟରୁ ୱାର୍ଡ ସଭ୍ୟ ପାଇଁ ୨୨୭, ସରପଂଚ ପଦବୀ ପାଇଁ ୭୧, ପଂଚାୟତ ସମିତି ସଭ୍ୟ ପାଇଁ ୬୬, ଜିଲ୍ଲାପରିଷଦ ସଭ୍ୟ ପାଇଁ ୧୪ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି ।

ଶେଷ ଦିନରେ ଓଡ଼ାପଡ଼ା ବ୍ଲକରେ ୨୮୦ ପ୍ରାର୍ଥୀ ମନୋନୟନପତ୍ର ଦାଖଲ କରିଛନ୍ତି । ୱାର୍ଡମେମ୍ବର ପଦବୀରେ ୧୬୭ ପ୍ରାର୍ଥୀ, ସରପଂଚ ପଦବୀ ପାଇଁ ୫୨, ସମିତି ସଭ୍ୟ ପଦବୀ ପାଇଁ ୫୦ ଓ ଜିଲ୍ଲା ପରିଷଦ ପଦବୀ ପାଇଁ ୧୧ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି ।

ଗଁଦିଆ ବ୍ଲକରେ ୩୬୦ଜଣଙ୍କ ମଧ୍ୟରୁ ୨୩୭ଜଣ ୱାର୍ଡ ସଭ୍ୟ ପାଇଁ, ୫୯ ସରପଂଚ ପଦବୀ ପାଇଁ, ୫୩ ସମିତି ସଭ୍ୟ ପଦବୀ ପାଇଁ ଏବଂ ୧୧ଜଣ ଜିଲ୍ଲାପରିଷଦ ସଦସ୍ୟ ପଦ ପାଇଁ ମନୋନୟନପତ୍ର ଦାଖଲ କରିଛନ୍ତି । ସେହିପରି ହିନ୍ଦୋଳ  ବ୍ଲକରେ ୩୧୪ ପ୍ରାର୍ଥୀଙ୍କ ମଧ୍ୟରୁ ୧୮୫ ଜଣ ୱାର୍ଡ ସଭ୍ୟ ପାଇଁ, ୫୨ଜଣ ସରପଂଚ ପଦବୀ ପାଇଁ, ୬୨ଜଣ ସମିତି ସଭ୍ୟ ପଦବୀ ପାଇଁ ଏବଂ ୧୫ଜଣ ଜିଲ୍ଲାପରିଷଦ ସଭ୍ୟ ପାଇଁ ମନୋନୟନପତ୍ର ଦାଖଲ କରିଛନ୍ତି ।

କାମାକ୍ଷାନଗର ବ୍ଲକରେ ୨୩୧ଜଣ ପ୍ରାର୍ଥୀ ବିଭିନ୍ନ ପଦବୀ ପାଇଁ ମନୋନୟନପତ୍ର ଦାଖଲ କରିଛନ୍ତି । ସେମାନଙ୍କ ମଧ୍ୟରୁ ୧୫୮ ୱାର୍ଡ ସଭ୍ୟ ପାଇଁ, ୩୨ଜଣ ସରପଂଚ ପଦବୀ ପାଇଁ ଓ ୩୪ ସମିତି ସଭ୍ୟ ପଦବୀ ପାଇଁ ଏବଂ ୭ଜଣ ଜିଲ୍ଲାପରିଷଦ ପଦବୀ ପାଇଁ ମନୋନୟନପତ୍ର ଦାଖଲ କରିଛନ୍ତି ।

ଭୁବନ ବ୍ଲକରେ ୧୯୪ଜଣ ୱାର୍ଡ ସଭ୍ୟ ପାଇଁ, ୨୭ଜଣ ସରପଂଚ ପଦବୀ ପାଇଁ, ୨୧ଜଣ ସମିତି ସଭ୍ୟ ପଦବୀ ପାଇଁ ଏବଂ ୬ଜଣ ଜିଲ୍ଲାପରିଷଦ ସଦସ୍ୟଙ୍କୁ ମିଶାଇ ୨୪୮ ପ୍ରାର୍ଥୀ ମନୋନୟନପତ୍ର ଦାଖଲ କରିଛନ୍ତି । ପରଜଙ୍ଗ ବ୍ଲକରେ ୩୪୪ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୱାର୍ଡ ସଭ୍ୟ ପାଇଁ ୨୨୯, ସରପଂଚ ପଦବୀ ପାଇଁ ୬୦, ୪୨ ସମିତି ସଭ୍ୟ ପଦବୀ ପାଇଁ ଏବଂ ୧୩ଜଣ ଜିଲ୍ଲାପରିଷଦ ସଦସ୍ୟ ପଦବୀ ପାଇଁ ମନୋନୟନପତ୍ର ଦାଖଲ କରିଛନ୍ତି ।

ଶେଷ ଦିନରେ କଙ୍କଡ଼ାହାଡ଼ ବ୍ଲକରେ ୨୫୬ଜଣ ପ୍ରାର୍ଥୀ ମନୋନୟନପତ୍ର ଦାଖଲ କରିଛନ୍ତି । ସେମାନଙ୍କ ମଧ୍ୟରେ ୧୮୩ ୱାର୍ଡ ସଭ୍ୟ ପାଇଁ, ୩୮ ସରପଂଚ ପଦବୀ ପାଇଁ, ୩୦ ସମିତି ସଭ୍ୟ ପଦବୀ ପାଇଁ ଏବଂ ୫ଜଣ ଜିଲ୍ଲାପରିଷଦ ସଦସ୍ୟ ପଦବୀ ପାଇଁ ମନୋନୟନପତ୍ର ଦାଖଲ କରିଛନ୍ତି ।
ଢେଙ୍କାନାଳ ଜିଲ୍ଲାରେ ଗତ ୫ଦିନ ଭିତରେ ୭୧୬୩ଜଣ ପ୍ରାର୍ଥୀ ମନୋନୟନପତ୍ର ଦାଖଲ କରିଛନ୍ତି । ପ୍ରଥମ ଦିବସରେ ୫୨୬ଜଣ, ଦ୍ୱିତୀୟ ଦିବସରେ ୬୮୬ଜଣ, ତୃତୀୟ ଦିବସରେ ୧୯୨୯ଜଣ, ଚତୁର୍ଥ ଦିବସରେ ୧୬୧୧ଜଣ ଏବଂ ଅନ୍ତିମ ଦିବସରେ ୨୪୧୧ ପ୍ରାର୍ଥୀ ମନୋନୟନପତ୍ର ଦାଖଲ କରିଛନ୍ତି ।

ଢେଙ୍କାନାଳ ଜିଲ୍ଲାରେ ମୋଟ୍ ୪୯୫୧ଜଣ ପ୍ରାର୍ଥୀ ୱାର୍ଡ ମେମ୍ବର ପଦବୀ ପାଇଁ ପ୍ରତିଦ୍ୱନ୍ଦିତା କରିବା ପାଇଁ ମନୋନୟନପତ୍ର ଦାଖଲ କରିଛନ୍ତି । ସେହିପରି ୨୧୨ ଗ୍ରାମ ପଂଚାୟତ ପାଇଁ ୧୧୦୪ଜଣ ପ୍ରାର୍ଥୀ ସରପଂଚ ପଦବୀ ପାଇଁ ମନୋନୟନପତ୍ର ଦାଖଲ କରିଛନ୍ତି । ସେହି ପଂଚାୟତ ଗୁଡିକରେ ସମିତି ସଭ୍ୟ ପଦବୀ ପାଇଁ ୯୭୫ ଜଣ ପ୍ରାର୍ଥୀ ମନୋନୟନପତ୍ର ଦାଖଲ କରିଛନ୍ତି । ୨୭ଟି ଜିଲ୍ଲା ପରିଷଦ ଆସନ ପାଇଁ ୧୩୩ଜଣ ପ୍ରାର୍ଥୀ ମନୋନୟନପତ୍ର ଦାଖଲ କରିଛନ୍ତି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.