Take a fresh look at your lifestyle.

ଭୁବନ ବ୍ଲକ: ଅନ୍ତିମ ଦିବସ ସୁଦ୍ଧା ୬୩୩ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କଲେ

0 65

ଭୁବନ : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ସକାଶେ ପ୍ରାର୍ଥୀ ପତ୍ର ଦାଖଲ ର ଆଜି ଅନ୍ତିମ ଦିବସରେ ଭୁବନ ବ୍ଲକର   ସମୁଦାୟ୨୨ ଜଣ ସମିତିସଭ୍ୟ, ୨୭ ଜଣ ସରପଂଚ ଓ ୧୯୪ ଜଣ ୱାର୍ଡମେମ୍ବର ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲକରିଛନ୍ତି ।

ଗତ ୧୭ ତାରିଖ ନାମାଙ୍କନ ପତ୍ର ଦାଖଲ ଦିନରୁ ଆଜି ଅନ୍ତିମ ଦିବସସୁଦ୍ଧା ୪୯୬ ଜଣ ୱାର୍ଡମେମ୍ବର , ୭୧ ଜଣ ସରପଂଚ ଓ ୬୬ ଜଣ ସମିତିସଭ୍ୟ ସମୁଦାୟ ୬୩୩ ଜଣ ପ୍ରାର୍ଥୀ ଚଳିତ ତ୍ରିସ୍ତରୀୟ ନିର୍ବାଚନରେ ଅବତୀର୍ଣ୍ଣ ହୋଇଛନ୍ତି ।

ଚଳିତ ଥର ଭୁବନ ବ୍ଲକ ଅଧ୍ୟକ୍ଷ ଆସନ ଟିମହିଳା ଙ୍କ ନିମନ୍ତେ ସଂରକ୍ଷଣହୋଇଥିବାରୁହେଭିୱେଟପ୍ରାର୍ଥୀଙ୍କମଧ୍ୟରେଭୁବନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ଙ୍କ ପତ୍ନୀ ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ସିପ୍ରା ବରାଳ ଚଳିତ ଥର ଯମୁନାକୋଟ ପଂଚାୟତରୁ ସମିତିସଭ୍ୟ ପ୍ରାର୍ଥୀନି ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ପୂର୍ବତନ ଅଧ୍ୟକ୍ଷ ପ୍ରକାଶ କଅଁର କୁନିନ୍ଦାରୁ ସମିତିସଭ୍ୟ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲକରିଛନ୍ତି ।

- Advertisement -

Leave A Reply

Your email address will not be published.